ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାର୍‌ରେ ଡ୍ୟାନ୍ସ କରିବାକୁ କହିଲେ..ଦେହ ବ୍ୟବସାୟ ପାଇଁ ବାଧ୍ୟ କଲେ, ବିଚ୍ ରାସ୍ତାରେ ହଙ୍ଗାମା କଲେ ଅଣଓଡ଼ିଆ ଯୁବତୀ

ଭୁବନେଶ୍ୱର ୨୦/୫: ବାର୍‌ରେ ଡ୍ୟାନ୍ସ କରିବାକୁ କହିଲେ..ଏଥିପାଇଁ ମୁଁ ମୁମ୍ବାଇରୁ ପୁରୁଷ ବନ୍ଧୁଙ୍କ ସହିତ ଭୁବନେଶ୍ୱର ଆସିଥିଲି। ପରେ ଏକ ବାର ଗାର୍ଲ ରହୁଥିବା ହୋଟେଲରେ ଛାଡ଼ି ଦେଇ ମୋବାଇଲ ସୁଇଚ୍ ଅଫ୍ କରି ଚାଲିଯାଇଥିଲେ ପୁରୁଷ ବନ୍ଧୁ। ଏତିକିରେ ସରି ନଥିଲା..ବାର୍ ଡ୍ୟାନ୍ସ କରିବା ଛାଡ଼ି ମତେ ଦେହବ୍ୟବସାୟ ପାଇଁ ବାଧ୍ୟ କରିଥିଲେ ହୋଟେଲରେ ଥିବା ଅନ୍ୟ ବାର୍‌ ଗାର୍ଲମାନେ। ମନା କରିବାରୁ ମାଡ଼ ମାରିଲେ..ମୁଁ ତାଙ୍କ କବଳରୁ ଖସି ପୋଲିସ ସାହାଯ୍ୟ ମାଗିଲି ହେଲେ ମତେ କେହି ସହଯୋଗ କଲେ ନାହିଁ। ଏଭଳି ଅଭିଯୋଗ ଆଣିଲେ ମୁମ୍ବାଇରୁ ଆସିଥିବା ଅଣଓଡ଼ିଆ ବାର୍ ଗାର୍ଲ। 


ଘଟଣାଟି ରବିବାର ଅପରାହ୍ନରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଏକ ବାର୍‌ରେ ତାଙ୍କୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ ଆଣି ଥାନା ଦୁଆରେ ହଙ୍ଗାମା କରିଥିଲେ। ପୁଲିସ ପ୍ରଥମେ ତାଙ୍କ ଅଭିଯୋଗକୁ ଅଣଦେଖା କରିବାରୁ ସେ ସିଧାସଳଖ ମଝି ରାସ୍ତାକୁ ଚାଲିଯାଇଥିଲେ। ସେଠାରେ ବିଚ୍‌ ରାସ୍ତାରେ ବସି ହଙ୍ଗାମା କରିବା ସହ ପୋଲିସ ଓ ଅନ୍ୟ ବାର୍ ଗାର୍ଲ ନାଁ ଅଭିଯୋଗ ଆଣିଛନ୍ତି। ପ୍ରଚଣ୍ଡ ଖରାରେ ରାସ୍ତାରେ ବସି ସେ ବଡ଼ପାଟିରେ ପୁଲିସ ବିରୋଧରେ ଚିତ୍କାର କରିଥିଲେ। ଏହାକୁ ନେଇ ବଡ଼ ଅଡ଼ୁଆ ପରିସ୍ଥିତିରେ ପଡ଼ିଥିଲା ପୁଲିସ। ଅବଶ୍ୟ ପରେ ତାଙ୍କୁ ବୁଝାସୁଝା କରି ପୁଲିସ ଟ୍ରେନ ଯୋଗେ ମୁମ୍ବାଇ ଫେରାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.