ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଇଂରେଜମାନେ ନେଇକି ଆସିଥିଲେ, ଏବେ ୮୬ ବର୍ଷ ପରେ ମୁମ୍ବାଇର ସଡ଼କରୁ ଗାଏବ ହୋଇଯିବ ଡବଲ ଡେକର ବସ୍

ମୁମ୍ବାଇ,୧୪।୯: ମାତ୍ର ଗୋଟିଏ ଦିନ... ଆଉ ତା ପରେ ମୁମ୍ବାଇର ସଡକରୁ ଗାଏବ ହୋଇଯିବ ଡବଲ ଡେକର ବସ୍। ଯେଉଁ ଡବଲ ଡେକର ବସ୍‌ ଯାହାକି ମୁମ୍ବାଇର ପରିଚୟ ପାଲଟିଛି। ଇଂରେଜ ସମୟରୁ ଚାଲିଛି, ଏବେ ତାହା ଆଉ ଚାଲିବନି। ମୁମ୍ବାଇରେ ୧୫ ସେପ୍ଟେମ୍ବରରୁ ଡିଜେଲରେ ଚାଲୁଥିବା ଏହି ଡବଲ ଡେକର ବସ୍‌ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆ ଯିବ। ଏହି ବସ୍‌କୁ ଚଳାଇବାର କାମ ବୃହନ ମୁମ୍ବାଇ ଇଲେକ୍ଟ୍ରିକାଲ ସପ୍ଲାଇ ଆଣ୍ଡ ଟ୍ରାନ୍ସପୋର୍ଟ(ବିଇଏସ୍‌ଟି) ଦେଖାଶୁଣା କରିଥାଏ। ବିଇଏସ୍‌ଟିର ମୁଖପାତ୍ର ନ୍ୟୁଜ ଏଜେନ୍ସିକୁ କହିଛନ୍ତି, ଏବେ ମୁମ୍ବାଇରେ କେବଳ ୭ଟି ଡବଲ ଡେକର ବସ୍‌ ରହିଛି, ଯେଉଁଥିରୁ ତିନୋଟି ଓପନ୍ ଡେକ୍ ବସ୍ ରହିଛି। ସେ କହିଛନ୍ତି, ୧୫ ସେପ୍ଟେମ୍ବରରୁ ଡବଲ ଡେକର ଓ ୫ ଅକ୍ଟୋବରରୁ ଓପନ-ଡେକ୍‌ ବସ୍‌ ସଡକରୁ ହଟିଯିବ।

ଏହାକୁ କାହିଁକି ବନ୍ଦ କରାଯାଉଛି? ଏହି ବସ୍ ଡିଜେଲରେ ଚାଲିଥାଏ ଓ ଡିଜେଲ ଗାଡିର ଲାଇଫ୍‌ ୧୫ ବର୍ଷର ଥାଏ। ଏହି ୭ଟି ବସ୍‌ ୧୫ ବର୍ଷ ପୂରଣ ହୋଇସାରିଛି, ତେଣୁ ଏବେ ଏହାକୁ ହଟାଇ ଦିଆଯାଇଛି। ମୁମ୍ବାଇର ପରିଚୟ ପାଲଟିଥିବା ଡବଲ ଡେକର ବସ୍‌ ୮୬ ବର୍ଷ ଧରି ରାସ୍ତାରେ ଚାଲୁଥିଲା। ୧୯୩୭ରୁ ଇଂରେଜମାନେ ମୁମ୍ବାଇରେ ପ୍ରଥମ ଡବଲ ଡେକର ବସ୍ ଚଳାଇଥିଲେ। ସେବେଠାରୁ ଏହା ଟ୍ରାନ୍ସପୋର୍ଟର ଏକ ଗୁରୁତ୍ବପୂର୍ଣ୍ଣ ଜରିଆ ପାଲଟି ଯାଇଥିଲା।

ଡବଲ ଡେକର ବସ୍‌ ବ୍ୟତୀତ ଓପନ ଡେକ୍‌ ଡବଲ-ଡେକର ବସ୍ ମଧ୍ୟ ରହିଛି। ପୂର୍ବରୁ ଏଥିରେ ମଧ୍ୟ ଯାତ୍ରୀମାନେ ଯାତ୍ରା କରୁଥିଲେ, କିନ୍ତୁ ପରେ ଏହାକୁ ଟୁରିଷ୍ଟ ବସ୍‌ କରି ଦିଆଯାଇଥିଲା। ଓପନ ଡେକ୍‌ ଡବଲ ଡେକର ବସ ୫ ଅକ୍ଟୋବରରୁ ବନ୍ଦ ହୋଇଯିବ। ଲାଲ ରଙ୍ଗର ଡବଲ ଡେକବର ବସ୍‌ ମୁମ୍ବାଇର ପରିଚୟ ଥିଲା। ମୁମ୍ବାଇର ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତ୍ରା କରୁଥିବା ଲୋକ ଏହି ଡବଲ ଡେକର ବସ୍‌କୁ ଖୁବ୍ ପସନ୍ଦ କରନ୍ତି। ଏହି କାରଣରୁ ମୁମ୍ବାଇର ଲୋକେ ବସ୍‌ ସଂରକ୍ଷିତ ରଖିବାକୁ କହିଛନ୍ତି। ବହୁ ଲୋକ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ପର୍ଯ୍ୟଟନ ମନ୍ତ୍ରୀ ଓ ବିଇଏସ୍‌ଟିକୁ ଅପିଲ କରିଛନ୍ତି, ଅତି କମ୍‌ରେ ଦୁଇଟି ବସ୍‌କୁ ଅନିକ୍ ଡିପୋ ସ୍ଥିତ ମ୍ୟୁଜିୟମରେ ରଖାଯାଉ। ଯାତ୍ରୀଙ୍କ କହିବା ଅନୁସାରେ, ନୂଆ ଇଲେକ୍ଟ୍ରିକ୍ ଡବଲ ଡେକର ବସ୍‌ ଆରାମଦାୟକ, କିନ୍ତୁ ଏଥିରେ ପୁରୁଣା ବସ୍ ଭଳି ମଜା ନାହିଁ। 

 

 

double-decker buses

Copyright © 2022 - Summa Real Media Private Limited. All Rights Reserved.