ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍

ମୁମ୍ବାଇ ୨୮/୦୫: ମୁମ୍ବାଇର  ଛତ୍ରପତି ଶିବାଜୀ ଆନ୍ତର୍ଜାତିକ ବିମାନବନ୍ଦର  ଓ ତାଜ ହୋଟେଲକୁ ବୋମାରେ ଉଡାଇ  ଦିଆଯିବ ବୋଲି ଧମକ ଦିଆଯାଇଛି । ସୋମବାର ଅପରାହ୍ନରେ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ  ଫୋନ୍‌ ଯୋଗେ ଏହି ଧମକ ମିଳିଥିଲା । କଲ୍‌  କରିଥିବା ବ୍ୟକ୍ତି ଜଣକ ବିମାନବନ୍ଦର ଓ ତାଜ ହୋଟେଲରେ ବୋମା ରଖାଯାଇଥିବା କହିବା ପରେ ଫୋନ୍‌ କାଟି ଦେଇଥିଲେ । ପୁଲିସ  ଏହାକୁ ଗମ୍ଭୀରତାର ସହ ନେଇ ବୋମା ନିଷ୍କ୍ରିୟକାରୀ ଦଳ ଓ ଡଗ ସ୍କ୍ୱାଡ୍‌ ସହାୟତାରେ  ବିମାନବନ୍ଦର ଓ ତାଜ ହୋଟେଲରେ ଯାଞ୍ଚ  କରିଥିଲା । କିନ୍ତୁ କୌଣସି ସ୍ଥାନରୁ କିଛି ସନ୍ଦିଗ୍ଧ ସାମଗ୍ରୀ ମିଳି ନଥିଲା ।

 ତେବେ ତଦନ୍ତରୁ ଜଣାପଡିଛି କି ଉତ୍ତରପ୍ରଦେଶରୁ ଏହି ଫୋନ୍‌  କଲ୍‌ ଆସିଥିଲା । ଅଭିଯୁକ୍ତଙ୍କୁ ଧରିବା ଲାଗି ମୁମ୍ବାଇ ପୁଲିସ ପକ୍ଷରୁ ଉଦ୍ୟମ କରାଯାଉଛି । ଗତ ୨୩ ତାରିଖରେ ଦିଲ୍ଲୀର କେତେକ  କଲେଜକୁ ଉଡାଇ ଦିଆଯିବ ବୋଲି ଧମକ  ମଧ୍ୟ ଦିଆଯାଇଥିଲା । କିନ୍ତୁ ତଦନ୍ତ ପରେ  ତାହା ମିଥ୍ୟା କଲ ବୋଲି ଜଣାପଡିଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.