ନିର୍ବାଚନ ଖବର
  • ବୁଥରେ ଇଭିଏମ୍ ଭାଙ୍ଗିବା ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ
  • ||
  • ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା, CWC ବୈଠକ ହେବେ ସାମିଲ୍
  • ||
  • ବାଲେଶ୍ଵର; ଲଗାତାର ଦୁଇ ଦିନ ହେବ ବାଲେଶ୍ଵର ଜିଲ୍ଲାରେ ଶୁଭୁଛି ପ୍ରଚଣ୍ଡ ଶବ୍ଦ, ଲୋକ ଭୟଭିତ
  • ||
  • ବିସିସିଆଇ ଘରୋଇ କ୍ରୀଡ଼ାସୂଚୀ ଘୋଷଣା: ଏଥର ଦୁଇଟି ପର୍ଯ୍ୟାୟରେ ଖେଳାଯିବ ରଣଜୀ ଟ୍ରଫି
  • ||
  • ପୁରୀ ବାଣ ଦୁର୍ଘଟଣାଗ୍ରସ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ: ଆସିଲେନି ସମ୍ପର୍କୀୟ, ଆଜି ହେବ ସଂସ୍କାର
  • ||
  • ଶୁକ୍ରବାର ନାସାଉରେ ମୁହାଁମୁହିଁ ହେବେ କାନାଡ଼ା- ଆୟର୍ଲାଣ୍ଡ, ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ଶୁକ୍ରବାର ବସିବ ଏନ୍‌ଡିଏର ସଂସଦୀୟ ଦଳ ବୈଠକ, ନୂଆ କ୍ୟାବିନେଟରେ ପୁରୁଣାଙ୍କୁ ମିଳିପାରେ ସ୍ଥାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ବିପର୍ଯ୍ୟୟ ଘଟାଇଲା ୟୁଏସଏ, ସୁପର ଓଭରରେ ପାକିସ୍ତାନକୁ ହରାଇଲା
  • ||
  • ରାଜ୍ୟରେ ଏବେ ଭୀଷଣ ତାତି, ୧୦ ସୁଦ୍ଧା ଛୁଇଁପାରେ ମୌସୁମୀ: ଦକ୍ଷିଣରେ କାଳବୈଶାଖୀ ସମ୍ଭାବନା
  • ||

ମୁମ୍ବାଇରେ ଚଳିତ ସିଜନ୍‌ର ପ୍ରଥମ ବର୍ଷା, ଧୂଳିଝଡ଼ ପାଇଁ ବିମାନ ଉଡ଼ାଣ ବାତିଲ

Image Courtesy: freepressjournal

 ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ବଦଳିଲା ପାଗ । ସିଜନର ପ୍ରଥମ ବର୍ଷା ଦେଖିଲା ମୁମ୍ବାଇ । ବର୍ଷା ସହ ଧୂଳିଝଡ଼ ସାମନ୍ୟ ଅସୁବିଧା ସୃଷ୍ଟି କରିଛି। ହେଲେ ବର୍ଷା ଯୋଗୁଁ ମୁମ୍ବାଇ ସମେତ ଆଖପାଖ ଅଞ୍ଚଳର ଲୋକଙ୍କୁ ପ୍ରବଳ ଗରମରୁ ଆଶ୍ବସ୍ତି ଦେଇଛି । ହଠାତ ପାଗର ମିଜାଜ ପରିବର୍ତ୍ତନ ହେବା ସହ ଧୂଳିଝଡ଼ ଯୋଗୁଁ ମୁମ୍ବାଇରେ ଟ୍ରାଫିକ୍‌ ଜାମ ଦେଖାଦେଇଥିଲା । ଏପରିକି ଲୋକମାନେ ସମ୍ଭାବ୍ୟ ବିପଦ ଆଶଙ୍କା କରି ସୁରକ୍ଷିତ ସ୍ଥାନରେ ଛିଡ଼ା ହେବାକୁ ବାଧ୍ୟ ହୋଇଥିଲେ ।

ମୁମ୍ବାଇରେ ଆଜି ଅପରାହ୍ଣ ୩ଟାରେ ହଠାତ ମାଡି ଆସିଲା ବର୍ଷା ସହ ଧୂଳିଝଡ। ମୁମ୍ବାଇ ଆକାଶକୁ ଢ଼ାଙ୍କି ଦେଲା କଳାହାଣ୍ଡିଆ ମେଘ। ଦିନରେ ରାତିର ଭ୍ରମ ସୃଷ୍ଟି ହେଲା । ଧୂଳିଝଡ ପରେ ଏଠାରେ ବର୍ଷା ବି ହୋଇଛି। ମୁମ୍ବାଇବାସୀଙ୍କୁ ଗରମରୁ ଆଶ୍ୱସ୍ତି ମିଳିଛି ସତ କିନ୍ତୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରବଳ ପବନ ଯୋଗୁ ଚାରିଆଡେ ଭୟଙ୍କର ଧୂଳି ଝଡ ସୃଷ୍ଟି ହୋଇଛି। ଏଥିଲାଗି ମୁମ୍ବାଇ ଏୟାରପୋର୍ଟରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ବିମାନ ଲ୍ୟାଣ୍ଡିଂ ଓ ଟେକ୍‌ଅଫ୍‌କୁ ୩୦ ମିନିଟ ଯାଏଁ ବାତିଲ କରାଯାଇଛି ।

ସେପଟେ ପାଣିପାଗ ବିଭାଗ ତରଫରୁ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୩ରୁ ୪ ଘଣ୍ଟା ପାଲଘର ଓ ଥାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ ବେଗରେ ପବନ ବହିବା ସହ ଘଡଘଡି ବର୍ଷା ହେବା ସମ୍ଭାବନା ରହିଛି। ଏଥିପାଇଁ ଲୋକଙ୍କୁ ବାହାରକୁ ନ ଯିବାକୁ ଚେତାବନୀ ଜାରି କରାଯାଇଛି। ସେପଟେ ମୁମ୍ବାଇର ମେରାଇନ୍‌ ଡ୍ରାଇଭ ଅଞ୍ଚଳରେ ଭୟଙ୍କର ଧୂଳିଝଡ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ବର୍ଷା ଓ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଥିବା ସୂଚନା ମିଳିଛି । 

  • Mumbai Airport
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.