ନୂଆଦିଲ୍ଲୀ,୧୯/୦୪: ଲଙ୍ଗ ଜମ୍ପର ମୂରଲୀ ଶ୍ରୀଶଙ୍କରଙ୍କୁ ନେଇ ଆଗାମୀ ପ୍ୟାରିସ ଅଲିମ୍ପିକ୍ସରେ ପଦକ ଆଶା ରହିଥିଲା । କିନ୍ତୁ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ଏହି ଆଶା ମଉଳି ଯାଇଛି । ସେ ଆହତ ହୋଇଥିବାରୁ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି ।
ଏ ବିଷୟରେ ଶ୍ରୀଶଙ୍କର ସୋସିଆଲ ମିଡିଆରେ ଅବଗତ କରାଯାଇଛି । ସେ ଲେଖିଛନ୍ତି, ‘ମୋର ଅଲିମ୍ପିକ୍ସ ସ୍ୱପ୍ନ ଅଧୁରା ରହିଗଲା । ଗତ ମଙ୍ଗଳବାର ଦିନ ଅଭ୍ୟାସ ସମୟରେ ମୋ ଆଣ୍ଠୁରେ ଆଘାତ ଲାଗିଥିଲା । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଏହା ଜଣା ପଡ଼ିଥିଲା ଯେ ଆଘାତ ସ୍ଥାନରେ ଅସ୍ତ୍ରୋପଚାର କରିବାକୁ ହେବ ।’