ପ୍ରମୂଖ ଖବର

କକାକୁ କାତିରେ ହାଣି ମୁଣ୍ଡଗଣ୍ଡି ଅଲଗା କଲା ପୁତୁରା, କାରଣ ଅସ୍ପଷ୍ଟ

କାଲିମେଳା, ୧୧/୦୫ : କକାର ଗଣ୍ଡିରୁ ମୁଣ୍ଡ ଅଲଗା କଲା ପୁତୁରା। ଏଭଳି ଅଭାବନୀୟ ଘଟଣା ଘଟିଛି ଏମଭି ୭୯ ଥାନା ତେଲେରାଇ ପଞ୍ଚାୟତ ଅନ୍ତର୍ଗତ ଇପିଗୁଡା ଗ୍ରାମରେ। ମୃତକ ସାନବାପା ହେଲେ ମୁକା ପଡିଆମୀ (୫୦ ବର୍ଷ)। ତେବେ ହତ୍ୟାର କାରଣ ଜଣାପଡ଼ି ନାହିଁ। 

ସୂଚନାନୁଯାୟୀ, ଶନିବାର ସକାଳ ୭ଟାରେ ଏମଭି ୭୯ ଥାନା ଇପିଗୁଡା ଗ୍ରାମର ମୁକା ପଡିଆମୀଙ୍କ ସ୍ତ୍ରୀ ବଦ୍ରା ବାଦାମୀ ଉଠାଇବା ପାଇଁ ଜମିକୁ ଯାଇଥିଲେ। ଏପରିକି ଗ୍ରାମର ସମସ୍ତେ ବାଦାମୀ ଉଠାଇବାକୁ ବଡ଼ି ସକାଳୁ ଯାଇଥିଲେ। ଏହାର ସୁଯୋଗ ନେଇ ପୁତୁରା ରାମା ପଡିଆମୀ (୩୦ ବର୍ଷ)ତାଳ ଗଛରୁ ରସ କାଢ଼ିବା କାତିରେ କକା ମୁକା ପଡିଆମୀଙ୍କ ହାଣି ହତ୍ୟା କରିଛି। ମୁକାଙ୍କର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଛି। ତେବେ ପୁତୁରା ରାମା କାହିଁକି କକାକୁ ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ। ସେ ମାନସିକ ବିକାରଗ୍ରସ୍ତ ଥିବା ଜଣାପଡ଼ିଛି। ହତ୍ୟାକାରୀ ଘରେ ଥିବା ଜଣାପଡ଼ିଛି। ସୂଚନା ଥାଉକି ,ରାମାର ପିତା ଗଙ୍ଗା ଆଜକୁ ପାଞ୍ଚ ବର୍ଷ ପୂର୍ବେ ଆରପାରିକୁ ଚାଲି ଯାଇଛନ୍ତି। ତାଙ୍କର ଏକ ମାତ୍ର ପୁଅ ରାମା, କିନ୍ତୁ ତାଙ୍କ ସାନ ବାପାର କୌଣସି ସନ୍ତାନ ନଥିଲା। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.