ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଏନଏସିର କର୍ମଚାରୀ ସିଟି ମିଶନ ମ୍ୟାନେଜମେଣ୍ଟ ୟୁନିଟ ହେଡଙ୍କୁ ଚେୟାରମ୍ୟାନଙ୍କ ସ୍ୱାମୀ ମାଡ଼ ମାରିବା ଅଭିଯୋଗ, ଥାନାରେ ଦୁଇଟି ପୃଥକ ମାମଲା

ନୀଳଗିରି ୪/୯- ବାଲେଶ୍ଵର ଜିଲ୍ଲା ଏନଏସିରେ ଘଟିଛି ଅଭାବନୀୟ ଘଟଣା। କର୍ମଚାରୀଙ୍କୁ ମାଡ଼ ମାରିଲେ  ଚେୟାରମ୍ୟାନଙ୍କ ସ୍ୱାମୀ ଶରତ ଦାସ। ସିଟି ମିଶନ ମ୍ୟାନେଜମେଣ୍ଟ ୟୁନିଟ ମୁଖ୍ୟ ମନୋଜ ଶିବାଜୀ ଦେଙ୍କୁ ମାଡ଼ ମାରିବା ପରେ ଲୋକ ପ୍ରତିନିଧି ଓ କର୍ମଚାରୀ ସମ୍ନାସାମ୍ନି ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସିର କର୍ମଚାରୀ ସିଟି ମିଶନ ମେନେଜମେଣ୍ଟ ୟୁନିଟର ମୁଖ୍ୟ ମନୋଜ ଶିବାଜୀ ଦେଙ୍କୁ ଚେୟାରମ୍ୟାନ ଅମ୍ବିକା ଦାସ ଚେମ୍ବରକୁ ଡାକିବା ପରେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଚେୟାରମ୍ୟାନଙ୍କ କହିବା ଅନୁସାରେ ସିଟି ମିଶନରେ ଜାଗା ହିତାଧିକାରୀ ସଠିକ ନପାଇବା ନେଇ ଅଭିଯୋଗ ହୋଇ ଆସୁଥିଲା। ୮ନମ୍ବର ଚିମିଟିଭାଟି ଗ୍ରାମର ସୀତାରଣୀ ମହାଳିକ ପୁରୁଣା ଜାଗା ନପାଇ ନୂଆ ଜାଗା ପାଇବାକୁ ନେଇ ଆରମ୍ବ ହୋଇଥିଲା ତୁମ୍ବିତୋଫାନ। ତାଙ୍କ ଅନ୍ୟ ହିତାଧିକାରୀମାନେ ଏହି ଯୋଜନାରେ ସଠିକ ଉପକୃତ ହେଉନଥିବାରୁ ଆସି ଚେୟାରମ୍ୟାନ ଅମ୍ବିକା ଦାସଙ୍କୁ ଅଭିଯୋଗ କରିଥିଲେ। ସେ ମଧ୍ୟ ଏହି ବିଭାଗର ମୁଖ୍ୟ ଶିବାଜୀ ଦେଙ୍କୁ ଡାକିଥିଲେ। ଶିବାଜୀ ମଧ୍ୟ ଯାଇ ଘଟଣା ବିଷୟରେ ବୁଝାଇଥିଲେ। ହେଲେ କଣ ହେଲା କେଜାଣି ତାଙ୍କୁ କୁଆଡେ ଚେୟାରମ୍ୟାନଙ୍କ ସ୍ୱାମୀ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରିବା ଓ ସଠିକ କାମ କରୁନାହଁ ବୋଲି ଆମକୁ କଥା ଶୁଣିବାକୁ କହି ମାଡ଼ ମାରିଥିବା ଅଭିଯୋଗ ହୋଇଛି। 
ଘଟଣାକୁ ନେଇ ଏନଏସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାମ  ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ଏପରିକି ନୀଳଗିରି ଥାନାରେ ଏକ ଶରତ ଦାସଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ଚେୟାରମ୍ୟାନଙ୍କ ସହ ବିଜେଡିର କାଉନସିଲରମାନେ ଏକାଠି ହୋଇଛନ୍ତି। ଏପରିକି ଚେୟାରମ୍ୟାନ ଜାତିଆଣ ଆକ୍ଷେପ କରିବା ସହ ଦୁର୍ବ୍ୟବହାର ନେଇ ନୀଳଗିରି ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀ ସାମ୍ନାସାମ୍ନି ହୋଇଥିବା ବେଳେ ଘଟଣାକୁ ପୋଲିସ ଗୁରୁତର ସହ ନେଇଛି। ଦୁଇଟି ଅଭିଯୋଗ ପାଇ ପ୍ରାଥମିକ ତଦନ୍ତ କରିଥିବା ବେଳେ ଘଟଣାକୁ ନେଇ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଆଜିର ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିବା ବେଳେ ନୀଳଗିରି ଏନଏସି ପାଇଁ ଶୁଭ ସୂଚନା ନୁହଁ ବୋଲି କୁହାଯାଇଛି।

Copyright © 2022 - Summa Real Media Private Limited. All Rights Reserved.