ପ୍ରମୂଖ ଖବର
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ନାଲକୋର ନୂଆ ରେକର୍ଡ, ୨୦୨୩-୨୪ ରେ ସର୍ବକାଳିନ ସର୍ବାଧିକ ବକ୍ସାଇଟ ଓ ଆଲୁମିନିୟମ୍ ଉତ୍ପାଦିତ

ଭୁବନେଶ୍ଵର, ୦୩।୦୪ : ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ନାଲକୋର ନୂଆ ରେକର୍ଡ । ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ତଥା ଦେଶର ଅଗ୍ରଣୀ ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନ ଓ ରପ୍ତାନିକାରୀ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ(ନାଲକୋ) ବର୍ଷ ୨୦୨୩-୨୪ରେ ଉତ୍ପାଦନ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛି । 

କମ୍ପାନୀ ସର୍ବକାଳିନ ସର୍ବାଧିକ ୪,୬୩,୪୨୮ ମେଟ୍ରିକ ଟନର କାଷ୍ଟ ଧାତୁ ଉତ୍ପାଦନ କରିଥିବା ବେଳେ, ବିଗତ ସମସ୍ତ ରେକର୍ଡକୁ ଅତିକ୍ରମ କରିଛି । ସର୍ବକାଳିନ ସର୍ବାଧିକ ୭୬,୦୦,୨୩୦ ମେଟ୍ରିକ ଟନର ବକ୍ସାଇଟ ଉତ୍ତୋଳନ ସହ ୪,୭୦,୧୦୮ ମେଟ୍ରିକ ଟନ୍ ଧାତୁ ବିକ୍ରୟ କରିଛି । ଆର୍ଥିକ ବର୍ଷ ୨୦୨୩-୨୪ରେ ମଧ୍ୟ କମ୍ପାନୀର ନୂତନ ଆଲୁମିନିୟମ୍ ଆଲୟ ଇଙ୍ଗଟ (ଏ.ଏଲ. ୫୯)ଏହାର ଉତ୍ପାଦ ଶ୍ରେଣୀରେ ଯୋଡ଼ି ହୋଇଛି । 

ତେବେ ବାର୍ଷିକ ଧାର୍ଯ୍ୟ ଲକ୍ଷ ଠାରୁ ଉର୍ଦ୍ଧ୍ୱ(୧୦୧.୧୫%) କ୍ଷମତା ଉପଯୋଗ ସହ ନାଲକୋର ଆଲୁମିନା ରିଫାଇନେରୀ ୨୧,୨୪,୦୦୦ ମେଟ୍ରିକ ଟନ୍ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରିଥିବା ବେଳେ, କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ୭୧୯୩.୬୨ ମିଲିୟନ ୟୁନିଟ୍ ବିଦ୍ୟୁତ ଉତ୍ପାଦନ କରିଛି। ଉଲ୍ଲେଖଯୋଗ୍ୟ ଯେ, ବର୍ଷ ୨୦୨୩-୨୪ରେ ଉତ୍କଳ ଡି କୋଇଲା ଖଣି କାର୍ଯ୍ୟକ୍ଷମ ହେବା ସହ ୨ ମିଲିଅନ ଟନ୍ କୋଇଲା ଉତ୍ତୋଳନ କରାଯାଇଛି ଯାହାକି ଏହି ଖଣିର ସର୍ବାଧିକ ମୂଲ୍ୟାୟନ କ୍ଷମତା।

ଏହି ଅବସରରେ ନାଲକୋ, ସିଏମଡି ଶ୍ରୀ ଶ୍ରୀଧର ପାତ୍ର କହିଛନ୍ତି ଯେ, ବିଗତ ବର୍ଷମାନଙ୍କରେ ହୋଇଥିବା ପ୍ରଦର୍ଶନ ଅପେକ୍ଷା କମ୍ପାନୀ ସର୍ବଦା ଭଲ କରିବାକୁ ଚେଷ୍ଟା କରିଛି । ଚଳିତ ବର୍ଷର ଉଲ୍ଲେଖନୀୟ ସଫଳତା ନିମନ୍ତେ ସେ ନାଲକୋ ସମୁଦାୟ ଏବଂ ହିତଧାରକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କର୍ମଚାରୀଙ୍କ ଉତ୍ସର୍ଗୀକୃତ ଓ କଠିନ ପରିଶ୍ରମ ତଥା ହିତଧାରକମାନଙ୍କ ସହଯୋଗକୁ ପ୍ରଶଂସା କରିବା ସହ ସେ କହିଛନ୍ତି ଯେ, ବିଗତ ଚାରି ବର୍ଷ ମଧ୍ୟରେ କମ୍ପାନୀ ପକ୍ଷରୁ, ବ୍ୟାକୱାର୍ଡ଼ ଇଣ୍ଟିଗ୍ରେସନ, ସୁନିଶ୍ଚିତ ଶକ୍ତି ଏବଂ କଞ୍ଚାମାଲ ଉପଲବ୍ଧତା ଭଳି ଅନେକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.