ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାମିବିଆର ରାଷ୍ଟ୍ରପତି ହେଜ୍ ଗିଙ୍ଗୋବଙ୍କ ପରଲୋକ, କର୍କଟ ରୋଗରେ ଥିଲେ ପୀଡିତ…

ନୂଆଦିଲ୍ଲୀ: ନାମିବିଆର ରାଷ୍ଟ୍ରପତି ହେଜ ଗିଙ୍ଗୋବ ଆଜି ସକାଳେ ମୃତ୍ୟୁ ବରଣ କରିଛନ୍ତି । ନାମିବିଆର ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ସେ ୱିଣ୍ଡହୋକର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ହେଜ ଗିଙ୍ଗୋବଙ୍କୁ ୮୨ ବର୍ଷ ହୋଇଥିଲା । ଦ୍ୱିତୀୟ ଥର ପାଇଁ ନାମିବିଆର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ଗିଙ୍ଗୋବ ଗତ ମାସରେ ପ୍ରକାଶ କରିଥିଲେ ଯେ ସେ କର୍କଟ ରୋଗରେ ପୀଡିତ ଅଛନ୍ତି ଏବଂ ଏହାର ଚିକିତ୍ସା ଚାଲିଛି । 

କାର୍ଯ୍ୟକାରୀ ରାଷ୍ଟ୍ରପତି ନାଙ୍ଗୋଲୋ ମ୍ବୁମ୍ବା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଦେହାନ୍ତ ଖବର ଦେଇଛନ୍ତି । ଦୁଃଖ ପ୍ରକାଶ କରି ସେ ଲେଖିଛନ୍ତି, 'ମୁଁ ବହୁତ ଦୁଃଖିତ ଓ ଦୁଃଖର ସହିତ ସମସ୍ତଙ୍କୁ ଜଣାଇ ଦେଉଛି ଯେ ନାମିବିଆର ରାଷ୍ଟ୍ରପତି ହେଜ ଗିଙ୍ଗୋବଙ୍କର ଆଜି ଦେହାନ୍ତ ହୋଇଛି।'


 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.