ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ "ନନ୍ଦ ମାଷ୍ଟରଙ୍କ ଚାଟଶାଳ'ର ଟ୍ରେଲର୍‌ ପ୍ରଦର୍ଶିତ

ଚନ୍ଦ୍ରଶେଖରପୁର,୩୧/୦୫: ଫ୍ରାନ୍ସରେ ୭୭ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ଇଣ୍ଡିଆ ପାଭିଲିୟନରେ ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍‌ ଅଭୟ ପତିଙ୍କ ପ୍ରଯୋଜିତ ତଥା ପ୍ରଣବ କୁମାର ଆଇଚଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର "ନନ୍ଦ ମାଷ୍ଟରଙ୍କ ଚାଟଶାଳି'ର  ଟ୍ରେଲର୍‌ ପ୍ରଦର୍ଶିତ ହୋଇଛି । ଉଦ୍‌ଯାପନୀ ସମାରୋହରେ ଚଳଚ୍ଚିତ୍ରର ପୋଷ୍ଟର ଓ ଟ୍ରେଲର ରିଲିଜ୍‌ ପାଇଁ ଫିଲ୍ମର ଟିମ୍‌କୁ ନିମନ୍ତ୍ରଣ ମିଳିଥିଲା । 

ପ୍ରଣବ ୫୦ରୁ ଉଦ୍ଧ୍ୱର୍  ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଶଂସିତ  କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ନିର୍ଦ୍ଦେଶନା ପାଇଁ  ଜଣାଶୁଣା । ଅଭିସ୍ମିତା ବ୍ୟ।।ନର୍‌ରେ ନିର୍ମିତ  ‘ନନ୍ଦ ମାଷ୍ଟରଙ୍କ ଚାଟଶାଳି'ର ଟ୍ରେଲର  ଏବଂ ପୋଷ୍ଟର୍‌ ସଫଳତାର ସହ କାନ୍ସ  ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ଇଣ୍ଡିଆ ପାଭିଲିୟନରେ ଜଣେ କ୍ରୁ ସଦସ୍ୟଙ୍କ ଦ୍ୱାରା  ଉନ୍ମୋଚିତ ହୋଇଥିଲା । ଏଥିରେ ସାରା  ବିଶ୍ୱରୁ ନିର୍ମାତା, ବିତରକ, ଅଭିନେତା  ଯୋଗ ଦେଇଥିଲେ । ସମସ୍ତେ ପଦ୍ମଶ୍ରୀ ନନ୍ଦ  ମାଷ୍ଟରଙ୍କ ସରଳତା ଏବଂ ସଫଳତା ଦେଖି  ବିସ୍ମିତ ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.