ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉପକୂଳରେ ପ୍ରଚାର ଜୋର୍‌ଦାର: ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୩୦ରେ ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,୨୭/୦୫: ଓଡ଼ିଶା ପାଇଁ ଶେଷ ପର୍ଯ୍ୟାୟ ଭୋଟ୍‌ ଯୁଦ୍ଧ ଜୁନ୍‌ ୧ ତାରିଖରେ ହେବ । ଏଥିପାଇଁ ସବୁ ଦଳ ବଳ ଲଗାଇ ଦେଇଛନ୍ତି। ଆସନ୍ତା ୨୯  ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଓଡ଼ିଶା ଆସିବେ । ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ପ୍ରଚାର କରିବେ । ସେହିଦିନ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ବି ଓଡ଼ିଶା  ଆସିବେ । ବାଲେଶ୍ୱର ଓ ଭଦ୍ରକରେ ସେ  ଦଳ ପାଇଁ ପ୍ରଚାର କରିବେ । ୩୦ରେ ରାହୁଲ ଗାନ୍ଧୀ ଓଡ଼ିଶା ଆସି ପ୍ରଚାର କରିବେ।

ପ୍ରଧାନମନ୍ତ୍ରୀ ମୋଦି ୨୯ ତାରିଖ  ମଧ୍ୟାହ୍ନ ସାଢ଼େ ୧୨ଟାରେ ବାରିପଦାର ଛଉପଡ଼ିଆ ସଭାରେ ସାମିଲ ହେବେ ।  ଅପରାହ୍ନ ୨ଟାରେ ବାଲେଶ୍ୱର  ରେମୁଣାସ୍ଥିତ ନରହରି ପଡ଼ିଆ ଓ  ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ା ବରୁଆ  ପଡ଼ିଆରେ ଆୟୋଜିତ ଜନସଭାକୁ  ସମ୍ବୋଧିତ କରିବେ । 

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୮ ତାରିଖରେ ଓଡ଼ିଶା ଆସୁଛନ୍ତି । ଦିନ ୧୦ଟା ୪୫ରେ ଚାନ୍ଦବାଲି ସଭାରେ ବିଜେପି ପାଇଁ ପ୍ରଚାର କରିବେ। ସାଢ଼େ ୧୨ଟାରେ କୋରେଇ ନିର୍ବାଚନମଣ୍ଡଳୀର  ପାଣିକୋଇଲି ଓ ଅପରାହ୍ନ ୩ଟାରେ ପୁରୀ ନିମାପଡ଼ାରେ ଆୟୋଜିତ ବିଶାଳ ସଭାରେ ସାମିଲ ହେବେ । 

୨୯ ତାରିଖ ଦିନ ୧୧ଟାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ବାଲେଶ୍ୱରରେ ପହଞ୍ଚିବେ । କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ ବିଧାୟକ  ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଅପରାହ୍ନ ୩ଟାରେ  ଚାନ୍ଦବାଲିରେ ଆୟୋଜିତ ସଭାରେ କଂଗ୍ରେସ ପାଇଁ  ଭୋଟ ମାଗିବେ । ୩୦ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଓଡ଼ିଶା ଆସି ପ୍ରଚାର କରିବେ । ସିମୁଳିଆ ସାନମହିତପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ କଂଗ୍ରେସ ପାଇଁ ଭୋଟ୍‌ ମାଗିବେ ।  


  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.