ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ନାସାଉ କାଉଣ୍ଟି ଷ୍ଟାଡିୟମର ଚିହ୍ନ ହଜିଯିବ: ଷ୍ଟାଡିୟମ ଭଙ୍ଗାରେ ଲାଗିଛନ୍ତି ୨୦ରୁ ଅଧିକ ବୁଲଡୋଜର

ନ୍ୟୁୟର୍କ,୧୪/୦୬: ଆମେରିକାରେ ୩ଟି ଭେନ୍ୟୁ ନ୍ୟୁୟର୍କ, ଫ୍ଲୋରିଡା ଓ ଟେକ୍ସାସରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଖେଳାଯାଉଛି । ତେବେ  ନ୍ୟୁୟର୍କର ନାସାଉ କାଉଣ୍ଟିରେ ଏକ ଅସ୍ଥାୟୀ କ୍ରିକେଟ୍‌ ଷ୍ଟାଡିୟମର ନିର୍ମାଣ କରାଯାଇଥିଲା । ଯାହାର  ନାମ ରହିଥିଲା ନାସାଉ କାଉଣ୍ଟି  ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ । ଦର୍ଶକ ଧାରଣ କ୍ଷମତା ୩୪ ହଜାର  ରହିଥିଲା । ଆଉ କିଛି ଦିନ ମଧ୍ୟରେ ଏହି ଷ୍ଟାଡିୟମର ଚିହ୍ନ ହଜିଯିବ ।  

ଗତକାଲି ଭାରତ-ଆମେରିକା ମ୍ୟାଚ୍‌  ଶେଷ ହେବା ପରେ ଷ୍ଟାଡିୟମକୁ ଶୁକ୍ରବାର ଠାରୁ ଭଙ୍ଗାଯିବ । ଏହି ଷ୍ଟାଡିୟମରେ ମୋଟ୍‌ ୮ଟି  ମ୍ୟାଚ୍‌ ଖେଳାଯାଇଥିଲା । ସେଥିରୁ ଭାରତ ୩ଟି  ମ୍ୟାଚ୍‌ ଖେଳିଥିଲା । ଆୟର୍ଲାଣ୍ଡ, ପାକିସ୍ତାନ ଏବଂ  ଆମେରିକା ସହ ଖେଳି ଦଳ ବିଜୟୀ ହୋଇଥିଲା ।  

ଏଏନ୍‌ଆଇ ପକ୍ଷରୁ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ  କରାଯାଇ ଷ୍ଟାଡିୟମ ଶୁକ୍ରବାର ଠାରୁ ଭଙ୍ଗା ଯିବା ସଂପର୍କରେ  ସୂଚନା ଦିଆଯାଇଛି ।୨୦ରୁ ଊଦ୍ଧ୍ୱର୍ ବୁଲଡୋଜର  ଷ୍ଟାଡିୟମ ବାହାର ରହିଥିବା ଭିଡିଓରୁ ଦେଖିବାକୁ  ମିଳିଛି । ଜାନୁଆରୀ ମାସରେ ଷ୍ଟାଡିୟମର କାର୍ଯ୍ୟ  ଆରମ୍ଭ ହୋଇଥିଲା । ମାତ୍ର ୫ ମାସ ମଧ୍ୟରେ  ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । 

ଷ୍ଟାଡିୟମଟି ସଂପୂର୍ଣ୍ଣ ଷ୍ଟିଲ୍‌ରେ ନିର୍ମାଣ  କରାଯାଇଥିଲା । ୩୦ ମିଲିୟନ ଡଲାରୁ ଊଦ୍ଧ୍ୱର୍  ଏଥିପାଇଁ ଖର୍ଚ୍ଚ କରାଯାଇଥିଲା । ଗ୍ୟାଲେରୀ  ପାଇଁ ଲାସ୍‌ ଭେଗାସର ଫର୍ମୁଲା-୧ ସର୍କିଟରେ  ଥିବା ଭ୍ରାମ୍ୟମାଣ ଭିତ୍ତିଭୂମିକୁ ବ୍ୟବହାର  କରାଯାଇଥିଲା । ସେମିତି ଆଡିଲେଡରୁ ଆସି ପିଚ୍‌  ବିଛାଯାଇଥିଲା । ମୁଖ୍ୟ ଷ୍ଟାଡିୟମରେ ୪ଟି ପିଚ୍‌  ଏବଂ ସ୍ଥାନୀୟ କାଣ୍ଟିଆଗୁଏ ପାର୍କରେ ଅଭ୍ୟାସ  ପାଇଁ ୬ଟି ପିଚ ପଡ଼ିଥିଲା । ଯାହାସୂଚନା ରହିଛି,  ଆଇସିସି କେବଳ ପଡ଼ିଆ ଓ ପିଚ୍‌କୁ ସ୍ଥାନୀୟ  କ୍ଲବ ଏବଂ ପ୍ରଶଂସକଙ୍କ ପାଇଁ ଛାଡ଼ିଯିବ । ଅନ୍ୟାନ୍ୟ  ସାମଗ୍ରୀକୁ ଅନ୍ୟତ୍ର ବୋହି ନିଆଯିବ ।  

ବରଫାବୃତ ପାର୍କରୁ ବିଶ୍ୱକପ୍‌ ଷ୍ଟାଡିୟମ

ବିଶ୍ୱକପ୍‌ କ୍ରିକେଟ୍‌ସୂଚୀ ଘୋଷଣା ହେବା  ପର୍ଯ୍ୟନ୍ତ ନ୍ୟୁୟର୍କରେ ଷ୍ଟାଡିୟମର କିଛି ଚିହ୍ନ  ବର୍ଣ୍ଣ ନଥିଲା । ସ୍ଥାନଟି ବରଫରେ ଆବୃତ  ରହିଥିଲା । ଜାନୁଆରୀ ୧୨ ତାରିଖରୁ ସେହି  ସ୍ଥାନରେ ଷ୍ଟାଡିୟମର କାର୍ଯ୍ୟ ଆରମ୍ଭ ହୋଇଥିଲା ।  ଏକ ବରଫ ଆବୃତ ପାର୍କକୁ ଅନ୍ତର୍ଜାତୀୟ  କ୍ରିକେଟ୍‌ ଷ୍ଟାଡିୟମର ରୂପ ଦିଆଯାଇଥିଲା ।  ୫ ମାସ ପରେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । 

ଆଡିଲେଡ୍‌ରୁ ଆସିଥିଲା ପିଚ୍‌

ଉଠା କ୍ରିକେଟ୍‌ ପିଚ ବା ଭ୍ରାମ୍ୟମାଣ ପିଚ ଏହି  ଷ୍ଟାଡିୟମରେ ବିଛା ଯାଇଥିଲା । ଆଡିଲେଡରୁ  ଜାହାଜରେ ପିଚ୍‌ ପ୍ରଥମେ ଆଡିଲେଡରୁ ବାହାରି  ଫ୍ଲୋରିଡାରେ ପହଞ୍ଚିଥିଲା । ପରେ ନ୍ୟୁୟର୍କରେ  ଏବଂ ସେଠାରୁ ଟେକ୍ସାସ ନିଆଯାଇଥିଲା ।  ଏଥିପାଇଁ ମୋଟ୍‌ ଜଳ ଓ ସ୍ଥଳ ପଥରେ ୨୨,୫୦୦ କି.ମି ଯାତ୍ରା କରିବାକୁ ପଡ଼ିଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.