ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ସେମିଫାଇନାଲ ପୂର୍ବରୁ ଇଂଲଣ୍ଡର ଭେଟରାନ ଖେଳାଳୀ ନାସିର ହୁସେନ ରୋହିତ ଶର୍ମାଙ୍କୁ ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ, ୨୬/୬ :  ଆୟରଲ୍ୟାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ କରିବା ପରେ ରୋହିତ ଶର୍ମା ବାରମ୍ବାର ଫ୍ଲପ୍ ରହିଥିଲେ ଏବଂ ସେ ଆଗାମୀ ମ୍ୟାଚରେ ୧୩,୩,୮,୨୩ର ସ୍କୋର କରିଥିଲେ । ଟିମ୍ ଇଣ୍ଡିଆ ବାରମ୍ବାର ମ୍ୟାଚ୍ ଜିତିବା ପରେ ରୋହିତ ଶର୍ମାଙ୍କ ବ୍ୟାଟରୁ ଫ୍ଲପ୍ ଶୋ ଉପରେ ବାରମ୍ବାର ପ୍ରଶ୍ନ ଉଠାଯାଇଛି । କିନ୍ତୁ ‘ହିଟମ୍ୟାନ’ ଟି-୨୦ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ସୁପର-୮ମୁକାବିଲାରେ ଅଷ୍ଟେ୍ରଲିଆ ବିପକ୍ଷରେ ନିଜ ଆଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି ।

ରୋହିତ ଆରମ୍ଭରୁ ହିଁ ପୂରା ଶକ୍ତିରେ ଖେଳିବା ମୁଡ଼ରେ ଥିଲେ । ସେ ୨୨୪.୩୯ର ଷ୍ଟ୍ରାଇକ ରେଟରେ ୭ଚୌକା ଏବଂ ୮ଛକ୍କା ଲଗାଇ ଅଷ୍ଟେ୍ରଲିଆ ବୋଲରଙ୍କ ଧୂଆଁ ଉଡ଼ାଇଥିଲେ । ଅଷ୍ଟେ୍ରଲିଆ ବିପକ୍ଷ ରୋହିତ ଶର୍ମାଙ୍କୁ ୪୧ବଲରେ ୯୨ରନର ବହୁ ଶାନଦାର ପାଳି ଖେଳିବା ପରେ ପ୍ଲେୟର ଅଫ ଦ ମ୍ୟାଚ ଚୟନ କରାଯାଇଥିଲା । ମ୍ୟାଚ୍ ପରେ ରୋହିତ କହିଥିଲେ କି, ୫୦ ଏବଂ ୧୦୦ରନ୍ ତାଙ୍କ ଲାଗି କୌଣସି ଗୁରୁତ୍ବ ରଖିନଥାଏ । ବରଂ ବୋଲରଙ୍କ ଉପରେ ଚାପ ପକାଇବା ଅଧିକ ଜରୁରୀ ଅଟେ ।

ନାସିର ହୁସେନ କହିଛନ୍ତି କି, ମାନସିକତା ପରିବର୍ତ୍ତନ ଏଡିଲେଡରେ ସେମିଫାଇନାଲ ପରେ ହୋଇଛି । ଏଠାରେ ୫୦ଓଭରର ବିଶ୍ବକପରେ ଏବଂ ଏବେ ୨୦ଓଭରର ବିଶ୍ବକପରେ ସ୍ପଷ୍ଟ ରୂପରେ ଦେଖାଯାଇଛି । ଏହାର ନେତୃତ୍ବ ସମ୍ପୂର୍ଣ୍ଣ ଭାବେ ରୋହିତ ଶର୍ମା କରିଛନ୍ତି, ଯଦି ଆପଣ ଅଧିନାୟକ ଭାବେ କଥା ହେବାକୁ ଚାହୁଁଛନ୍ତି ଏବଂ ସେ ଏଭଳି କରିଛନ୍ତି । ସେହି ପାଳି ଧଳା ବଲର ପାଳି ମଧ୍ୟରେ ବହୁତ ଭଲ ପାଳି ମଧ୍ୟରୁ ଗୋଟିଏ ଥିଲା ଯାହା ମୁଁ କେବେ ଦେଖିଛି, ଏହା ଅଷ୍ଟେ୍ରଲିଆ ବିପକ୍ଷରେ ସମ୍ପୂର୍ଣ୍ଣ ଭାବେ ଏକ ଭଲ ପାଳି ଥିଲା ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.