ନୂଆଦିଲ୍ଲୀ,୧୮/୧୧: ଲୋକସଭାରେ ବିଭିନ୍ନ ସଦସ୍ୟଙ୍କ ଦ୍ବାରା ଉପସ୍ଥାପିତ କରାଯାଇଥିବା ୭୦୦ ରୁ ଅଧିକ ବ୍ୟକ୍ତିଗତ ବିଧେୟକ ଲୋକସଭାରେ ବିଚାରାଧୀନ ଅଛି। ଅନେକ ବିଚାରାଧୀନ ବିଧେୟକ ଦଣ୍ଡବିଧାନ ବ୍ୟବସ୍ଥା ଏବଂ ନିର୍ବାଚନ ଆଇନରେ ସଂଶୋଧନ ସହିତ ଜଡ଼ିତ ଅଟେ। ଏଗୁଡ଼ିକ ମଧ୍ୟରୁ ଅନେକ ବିଧେୟକ ଜୁନ୍ ୨୦୧୯ରେ ଆବେଦନ କରାଯାଇଥିଲା। ଯେତେବେଳେ ସଂସଦୀୟ ନିର୍ବାଚନ ପରେ ବର୍ତ୍ତମାନର ଲୋକସଭା ଗଠନ କରାଯାଇଥିଲା ଏବଂ ଅନ୍ୟ କିଛି ବିଧେୟକକୁ ଚଳିତ ବର୍ଷ ଅଗଷ୍ଟରେ ହୋଇଥିବା ମୌସୁମୀ ଅଧିବେଶନ ବେଳେ ଉପସ୍ଥାପନ କରାଯାଇଥିଲା।
ବ୍ୟକ୍ତିଗତ ବିଧେୟକ ହେଉଛି ତାହା, ଯାହାକି ସାଂସଦମାନେ ସେମାନଙ୍କର ବ୍ୟକ୍ତିଗତ କ୍ଷମତା ମାଧ୍ୟମରେ ଉପସ୍ଥାପିତ। ଶୁକ୍ରବାର ଦିନ ପ୍ରକାଶିତ ଲୋକସଭା ବୁଲେଟିନ୍ ଅନୁଯାୟୀ, ୭୧୩ ଟି ବିଧେୟକ ନିମ୍ନ ଗୃହରେ ବିଚାରାଧୀନ ଅଛି। ଏହି ବିଲ୍ ଗୁଡିକ ୟୁନିଫର୍ମ ସିଭିଲ୍ କୋଡ୍, ଲିଙ୍ଗଗତ ସମାନତା, ଜଳବାୟୁ ପରିବର୍ତ୍ତନ, କୃଷି, ବର୍ତ୍ତମାନ ଅପରାଧିକ ତଥା ନିର୍ବାଚନ ଆଇନରେ ସଂଶୋଧନ ଏବଂ ସାମ୍ବିଧାନିକ ବ୍ୟବସ୍ଥାରେ ପରିବର୍ତ୍ତନ ଭଳି ପ୍ରସଙ୍ଗ ସହ ଜଡ଼ିତ।
ସୂଚନାଥାଉକି, ଥରେ ଏକ ଘରୋଇ ବିଧେୟକ ଉପରେ ବିତର୍କ ଶେଷ ହେବା ପରେ ସଂପୃକ୍ତ ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ସରକାରଙ୍କ ପକ୍ଷ ଏବଂ ମତ ରଖନ୍ତି ଏବଂ ସମ୍ପୃକ୍ତ ସଦସ୍ୟ ଏହାକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରନ୍ତି।
You can also read: ବିଶ୍ୱକପ୍ ଫାଇନାଲ ପୂର୍ବରୁ ଆଷ୍ଟ୍ରୋଟକ୍ ସିଇଓଙ୍କ ବଡ଼ ଘୋଷଣା , ଭାରତ ଜିତିଲେ …