ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଜାତୀୟ ଡାକ କର୍ମଚାରୀ ଦିବସ, ଆଉ ଶୁଭୁନି ଚିଠି ଆସିଛି..ନିଅ...

ଭୁବନେଶ୍ୱର ୦୧/୦୭: ଚିଠି... ଚିଠି ଆସିଛି ଆଜ୍ଞା, ଶୀଘ୍ର ଆସନ୍ତୁ । ତେଣେ ବହୁତ ଚିଠି ବାଣ୍ଟିବାର ଅଛି । ସଞ୍ଜ ନଇଁଲେ ପୁଣି ଘରକୁ ଫେରିବାର ଅଛି’ । କାନ୍ଧରେ ଡାକ ଝୁଲାଟି ପକାଇଥିବା ପୋଷ୍ଟମ୍ୟାନ୍‌ (ଚିଠି ବାଲା) ସାଇକେଲର ଘଣ୍ଟି ବଜେଇ ଦେଇ ଏମିତି କିଛି କହୁଥିଲା। ଯାହା ଶୁଣି ଲୋକେ ଦୌଡି ଆସି ଚିଠି ନେଇଯାଉଥିଲେ । ଏହି ଚିଠିକୁ ଚାତକ ପରି ଚାହିଁବସିଥାନ୍ତି ସାରା ପରିବାର । ଯଦି କିଛି ଖୁସି ଖବର ଥାଏ, ତେବେ ଚିଠିବାଲାକୁ ବକ୍ସିସ ଦିଆଯାଏ । ହେଲେ ଚିଠି ପଢ଼ିବା ପରେ ସମସ୍ତେ ଚିଠି ବାଲାଙ୍କୁ ଭୁଲିଯାଆନ୍ତି । ହେଲେ ଏବେ ସମୟ ବଦଳିଛି । ଟେକ୍ନୋଲୋଜିର ବିକାଶ ହେବା ସହ ମୋବାଇଲର ବ୍ୟବହାର ହେତୁ ବନ୍ଦ ହୋଇଯାଇଛି ଚିଠି । ତେଣୁ ଚିଠି ସହ ଜଡ଼ିତ ପୋଷ୍ଟ୍‌ମ୍ୟାନ୍‌ ମଧ୍ୟ ହଜିଯାଇଛନ୍ତି । 

ଦିନେ ଖବର ପହଞ୍ଚାଇବାର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା ଚିଠି । ଆଉ ଏହି ଚିଠି ସହ ଡାକ ଘରେ କାମ କରୁଥିବା ପୋଷ୍ଟମାଷ୍ଟର, ଡାକ ସେବକ, ପୋଷ୍ଟମ୍ୟାନ୍‌ ଓ ପିଅନ ମଧ୍ୟ ସମ୍ପୃକ୍ତ ରହିଥାନ୍ତି । ଭାରତରେ ଡାକ ବ୍ୟବସ୍ଥା ୧୮୫୪ ଅକ୍ଟୋବର ୧ ତାରିଖରେ ଆରମ୍ଭ ହୋଇଥିଲା । ତେବେ ୧୯୪୯ ମସିହାରେ ଓଡ଼ିଶାରେ ସର୍ବପ୍ରଥମେ କଟକଠାରେ ଡାକ ହେଡ୍‌କ୍ୱାର୍ଟର୍ସ ପ୍ରତିଷ୍ଠା ହୋଇଥିଲା । ୧୯୬୬ରେ ଏହା ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟକୁ ଉନ୍ନୀତ ହୋଇଥିଲା । ୧୯୭୦ରେ ଏହି ମୁଖ୍ୟାଳୟ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲା । ରାଜ୍ୟରେ ମୋଟ ୨୨ଟି ଡାକ ଡିଭିଜନ, ୩ ଆରଏମ୍‌ସି ଡିଭିଜନ, ଗୋଟିଏ ପୋଷ୍ଟାଲ ଷ୍ଟୋର୍ସ ଡିପୋ, ଗୋଟିଏ ଆକାଉଣ୍ଟ ଅଫିସ, ପୋଷ୍ଟାଲ ସିଭିଲ ଡିଭିଜନ ଓ ପୋଷ୍ଟାଲ ଇଲେକ୍ଟ୍ରିକ ଡିଭିଜନ ରହିଛି । ସେହିପରି ୮୯୧୧ଟି ଡାକଘର ଅଛି । ରାଜଧାନୀ ଭୁବନେଶ୍ୱରରେ ପାଖାପାଖି ୫୫ଟି ଡାକଘର ଅଛି । 

ତେବେ ଆଗେ ଝୁଲା ନେଇ ଚିଠି ବାଣ୍ଟୁଥିବା ପୋଷ୍ଟ ମ୍ୟାନ୍‌ ଏବେବି ସ୍ମାର୍ଟଫୋନର ଡେଲିଭରି ଆପ୍‌ ବ୍ୟବହାର କରୁଛି । ଡାକରେ ଚିଠି କମ୍‌ ବ୍ୟାଙ୍କିଂ, ବୀମା ଓ ଇ-କମର୍ସ ଯୋଡି ହୋଇଯାଇଛି । ଫଳରେ ଏହାର କାର୍ଯ୍ୟଦକ୍ଷତା ବଢିବାରେ ଲାଗିଛି । ହେଲେ ଡାକ ବିଭାଗରେ ରହିଥିବା କର୍ମଚାରୀଙ୍କ ସମସ୍ୟା ବଢିବାରେ ଲାଗିଛି । ବିଭିନ୍ନ ସମୟରେ ଡାକଘରେ କାର୍ଯ୍ୟରତ ଗ୍ରାମୀଣ ଡାକ ସେବକମାନେ ପୋଷ୍ଟାଲ ବିଭାଗରେ ଖାଲିପଡ଼ିଥିବା ପଦବି ପୂରଣ, ସମାନ କାମକୁ ସମାନ ମଜୁରି, ଡାକ ସଂକ୍ରାନ୍ତୀୟ କାମକୁ ବହିଃକରଣରୁ ବାଦ୍‌, ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟା, ପ୍ରତି ୧୨ ବର୍ଷରେ ଥରେ ଆର୍ଥିକ ପଦୋନ୍ନତି, ସ୍ୱାସ୍ଥ୍ୟ ବୀମା ଓ ପେନସନ୍‌ ଦେବା ଭଳି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥାନ୍ତି । ସେହିପରି ଅବସରପ୍ରାପ୍ତ ଡାକ ସେବକଙ୍କୁ ମଧ୍ୟ ଭତ୍ତା କିମ୍ବା ଅନ୍ୟାନ୍ୟ ଯୋଜନା ମିଳିନଥିବା ଅଭିଯୋଗ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.