ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଗଗନଯାନ, ଚନ୍ଦ୍ରଯାନ-୪ ପରେ ସ୍ପେସ୍‌ ଷ୍ଟେସନ...୨୦୪୦ ପର୍ଯ୍ୟନ୍ତ ଇସ୍ରୋର ପ୍ରସ୍ତୁତି

ନୂଆଦିଲ୍ଲୀ,୨୩/୦୮: ଜାତୀୟ ମହାକାଶ ଦିବସ ଅବସରରେ ଇସ୍ରୋ ଶୁକ୍ରବାର ଦିନ କହିଛି ଯେ ୨୦୩୫ ସୁଦ୍ଧା ଭାରତ ଏହାର ସ୍ପେସ୍ ଷ୍ଟେସନ୍ ପ୍ରତିଷ୍ଠା କରିବ। ଆସନ୍ତା ବର୍ଷ ଆରମ୍ଭ ହେବାକୁ ଥିବା ମାନବ ମିଶନ ଗଗନଯାନ ପାଇଁ ଇସ୍ରୋ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଆହୁରି ମଧ୍ୟ, ଚନ୍ଦ୍ରଯାନ ୪ ମିଶନ ଦିଗରେ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଯାହାକି ଚନ୍ଦ୍ରରୁ ମାଟି ସମେତ ଅନ୍ୟାନ୍ୟ ଉପାଦାନ ଆଣିବାରେ ସହାୟକ ହେବ। ଏହାକୁ ୨୦୨୭ରେ ଜହ୍ନ ମାମୁଁ ପାଖକୁକ ପଠାଯିବ। ଗତ ବର୍ଷ ଅଗଷ୍ଟ ୨୩ ରେ ଚନ୍ଦ୍ରଯାନ -୩ ର ସଫଳ ଅବତରଣ ପରେ ସରକାର ଏହି ଦିନକୁ ଜାତୀୟ ମହାକାଶ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଗତ ବର୍ଷ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଥିଲା। ପ୍ରଥମ ଜାତୀୟ ମହାକାଶ ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏବଂ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ କହିଛନ୍ତି ଯେ, 'ଚନ୍ଦ୍ର ସହ ଜଡ଼ିତ ଭାରତ ମିଶନର ଅଭିଜ୍ଞତା ଅତ୍ୟନ୍ତ ଭଲ। ଆମେ ଚନ୍ଦ୍ରଯାନ -୪ ମିଶନରେ ପୃଥିବୀକୁ ଚନ୍ଦ୍ରରୁ ମାଟି ଆଣିବୁ। ଚନ୍ଦ୍ରଯାନ -୪ ଏବଂ ୫ ମିଶନର ଡିଜାଇନ୍ ଶେଷ ହୋଇଛି। ଚନ୍ଦ୍ରାୟନ ୩ ମିଶନ ଭାରତର ଚନ୍ଦ୍ର ଅନୁସନ୍ଧାନ କ୍ଷମତାକୁ ଉନ୍ନତ କରିଛି ଏବଂ ପରବର୍ତ୍ତୀ ଦୁଇଟି ମିଶନ ଏହି ଦକ୍ଷତାକୁ ଆହୁରି ବଢ଼ାଇବ।

ଇସ୍ରୋ ମୁଖ୍ୟ ସୋମନାଥ କହିଛନ୍ତି ଯେ, ମହାକାଶରେ ଭାରତୀୟ ସ୍ପେସ୍ ଷ୍ଟେସନ୍ ପ୍ରତିଷ୍ଠା କରିବାର ମିଶନ୍ ୨୦୩୫ ସୁଦ୍ଧା କାର୍ଯ୍ୟକାରୀ ହେବ। ଏହି ସ୍ପେସ୍ ଷ୍ଟେସନରେ ପାଞ୍ଚଟି ମଡ୍ୟୁଲ୍ ରହିବ ଏବଂ ପ୍ରଥମ ମଡ୍ୟୁଲ୍ ୨୦୨୮ ରେ ଲଞ୍ଚ ହେବ। ଏହାର ଡିଜାଇନ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଶେଷ ହୋଇଛି। ଏହି ରିପୋର୍ଟ ସରକାରଙ୍କୁ ପଠାଯାଇଛି ଏବଂ ଅନୁମୋଦନ ପାଇବା ପରେ ଆହୁରି ପଦକ୍ଷେପ ନିଆଯିବ। ଭବିଷ୍ୟତରେ ମହାକାଶଚାରୀଙ୍କ ପାଇଁ ଏହି ସ୍ପେସ୍ ଷ୍ଟେସନ୍ ଏକ ସୁରକ୍ଷିତ ସ୍ଥାନ ହେବ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତରଫରୁ   ମହାକାଶରେ ଥିବା ମହାକାଶ ଯାନର ଭଗ୍ନାବଶେଷ ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ନେଇ ପ୍ରତିକ୍ରିୟା ସମ୍ପର୍କରେ ସୋମନାଥ କହିଛନ୍ତି ଯେ ଭାରତ ଏହି ଦିଗରେ କାର୍ଯ୍ୟ ଆରମ୍ଭ କରିଛି। ଆମେ ଆବର୍ଜନା ମୁକ୍ତ ସ୍ପେସ୍ ମିଶନ୍ ଉପରେ ପଦକ୍ଷେପ ନେଇଛୁ। ବିଭିନ୍ନ ଦେଶ ମଧ୍ୟରେ ଏହା ଉପରେ ଆଲୋଚନା ହେଉଛି। ୨୦୩୦ ସୁଦ୍ଧା ଭାରତର ଯୋଜନା ହେଉଛି ଯେ ପ୍ରତ୍ୟେକ ଉତକ୍ଷେପଣ ଉପଗ୍ରହକୁ ଏପରି ଭାବରେ ଡିଜାଇନ୍ କରାଯିବା ଉଚିତ ଯେ ଏହା ସ୍ପେସ୍‌ରେ ଜଙ୍କରେ ପରିଣତ ହେବ ନାହିଁ, ବରଂ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିପାରିବ। ଅନ୍ୟ ଦେଶ ମଧ୍ୟ ସମାନ ପ୍ରୟାସ କରୁଛନ୍ତି। ବେଙ୍ଗାଲୁରୁରେ ଟ୍ରାକିଂ ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି। 

ଗଗନଯାନ ମିଶନକୁ ନେଇ ସବୁକିଛି ପ୍ରସ୍ତୁତ: 

ଗଗନଯାନ ମିଶନ ବିଷୟରେ ସବୁକିଛି ପ୍ରସ୍ତୁତ ରହିଥିବା କହିଛନ୍ତି ଏସ୍‌.ସୋମନାଥ। ସେ କହିଛନ୍ତି ,' ଆମେ ପ୍ରସ୍ତୁତ, ରିପୋର୍ଟ ଅନୁମୋଦନ ପାଇଁ ସରକାରଙ୍କୁ ପଠାଯାଇଛି। ଆସନ୍ତା ବର୍ଷ ୨୦୨୫ ରେ, ୩ ସଦସ୍ୟ ବିଶିଷ୍ଟ ଏକ ଦଳ ୩ ଦିନିଆ ମିଶନ ପାଇଁ ପୃଥିବୀର କକ୍ଷପଥରୁ ୪୦୦ କିଲୋମିଟର ଉଚ୍ଚକୁ ପଠାଯିବ। ଏହି ମିଶନର ପ୍ରଥମ ମାନବବିହୀନ ଉତକ୍ଷେପଣ ଚଳିତ ବର୍ଷ ଡିସେମ୍ବରରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ହେବ। ଇସ୍ରୋ ୨୦୪୦ ସୁଦ୍ଧା ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବାକୁ ଯୋଜନା କରିଛି। ଏହା ଉପରେ କାର୍ଯ୍ୟ ଚାଲିଛି।' କହିରଖୁଛୁ ଯେ, ଆମେରିକା ହେଉଛି ଏକମାତ୍ର ଦେଶ ଯିଏକି ମନୁଷ୍ୟକୁ ଚନ୍ଦ୍ରକୁ ପଠାଇସାରିଛି।

ପଡୋଶୀ ଦେଶ ଚୀନ୍ ମଧ୍ୟ ୨୦୩୦ ସୁଦ୍ଧା ଏହାର ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବା ଦିଗରେ କାର୍ଯ୍ୟ କରୁଛି। କହିରଉଖଛୁ ଯେ, ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲାଣ୍ଡର ଚନ୍ଦ୍ର ପୃଷ୍ଠରେ ଏକ ସ୍ବାଭାବିକ ଭାବେ ଅବତରଣ କରିଥିଲା। ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ମହାକାଶ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ଏହି ଦିନର ବିଷୟବସ୍ତୁ ହେଉଛି 'ଟିଚିଙ୍ଗ୍‌ ଲାଇଫ୍ସ ହ୍ବାଇଲ ଟିଚିଙ୍ଗ ଦ ମୁନ୍-ଇଣ୍ଡିଆଜ ସ୍ପେସ୍‌ ସାଗା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ପ୍ରଥମ ମହାକାଶ ଦିବସର ଉଦଘାଟନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.