ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ପ୍ରକାଶ ପାଇଲା ସାଇବର ଅପରାଧ ସୂଚକାଙ୍କ; ପ୍ରଥମ ସ୍ଥାନରେ ଋଷ, ଶ୍ରେଷ୍ଠ ତିନି ମଧ୍ୟରେ ଏହି ରାଷ୍ଟ୍ର...

Published By : Prameya | April 12, 2024 1:37 PM

Image source: Jagran

ନୂଆଦିଲ୍ଲୀ,୧୨/୦୪: ବିଶ୍ବର ସାଇବର ଅପରାଧ ବିଶେଷଜ୍ଞଙ୍କମାନଙ୍କର ଏକ ସର୍ବେକ୍ଷଣ ଅନୁସାରେ ସାଇବର ଅପରାଧରେ ଋଷ ତାଲିକାର ଶୀର୍ଷରେ ରହିଛି। ଏହି ତାଲିକାରେ ଭାରତ ଦଶମ ସ୍ଥାନରେ ରହିଛି। ଗବେଷକମାନଙ୍କ ପ୍ରସ୍ତୁତ 'ୱାର୍ଲ୍ଡ ସାଇବର କ୍ରାଇମ ଇଣ୍ଡେକ୍ସ'ରେ ଏହି ତଥ୍ୟ ଖୁଲାସା କରାଯାଇଛି।

ତୃତୀୟ ସ୍ଥାନରେ ଚୀନ୍‌:

ରେନ୍ସୱେୟାର, କ୍ରେଡିଟ କାର୍ଡ ଚୋରି ସମେତ ବିଭିନ୍ନ ଶ୍ରେଣୀର ସାଇବର ଅପରାଧରେ ପ୍ରାୟ ୧୦୦ଟି ଦେଶକୁ ତାଲିକାଭୁକ୍ତ କରାଯାଇଛି। ଏହି ତାଲିକାରେ ୟୁକ୍ରେନ ଦ୍ୱିତୀୟ ସ୍ଥାନରେ ରହିଛି। ଚୀନ୍ ତୃତୀୟ ସ୍ଥାନରେ ରହିଛି। ଏହା ପରେ ଆମେରିକା, ନାଇଜେରିଆ ଏବଂ ରୋମାନିଆ ଅଛି। ପ୍ଳାସ୍‌ ଓ୍ବାନ ପତ୍ରିକାରେ ପ୍ରକାଶିତ ସର୍ଭେ ଅନୁଯାୟୀ ଉତ୍ତର କୋରିଆ ସପ୍ତମ ସ୍ଥାନରେ, ବ୍ରିଟେନ ଅଷ୍ଟମ ସ୍ଥାନରେ ଏବଂ ବ୍ରାଜିଲ ନବମ ସ୍ଥାନରେ ରହିଛି।

ସର୍ଭେ ମାଧ୍ୟମରେ ଗବେଷକମାନେ ଭର୍ଚୁଆଲ୍ ଦୁନିଆରେ ହେଉଥିବା ଅପରାଧ ସଂପର୍କରେ ବିଭିନ୍ନ ଦେଶ ବିଷୟରେ ବିଶେଷଜ୍ଞ ମାନଙ୍କ ମତାମତ ନେଇଥିଲେ। ଏହାକୁ ଆଧାର କରି ଏହି ର଼୍ୟାଙ୍କିଙ୍ଗ୍ ପ୍ରକାଶ ପାଇଛି। ସାଇବର ଅପରାଧର ମୁଖ୍ୟ ଶ୍ରେଣୀଗୁଡିକ ମଧ୍ୟରେ ରେନ୍ସୱେୟାର, ହ୍ୟାକିଂ, କ୍ରେଡିଟ କାର୍ଡ ସହିତ ତଥ୍ୟ ଚୋରି, ଆଡଭାନ୍‌ସ ଫି ସ୍କାମ, ମନି ଲଣ୍ଡରିଂ ଭଳି ମାମଲା ଅନ୍ତର୍ଭୁକ୍ତ। ଲୋକମାନଙ୍କୁ ପ୍ରାୟତଃ ଅଗ୍ରୀମ ଦେୟ ବା ଆଡ୍‌ଭାନ୍ସ ପେ' କରିବାକୁ କହି ଠକାମୀ କରାଯାଉଛି।

You can also read: ରାମେଶ୍ବରମ୍‌ କାଫେ ବିସ୍ଫୋରଣ ମାମଲା; ଏନ୍‌ଆଇଏକୁ ବଡ଼ ସଫଳତା, ପଶ୍ଚିମବଙ୍ଗରୁ ଗିରଫ ହେଲେ ଦୁଇ ଆତଙ୍କବାଦୀ


 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.