ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ସ୍କୁଲ ବହିରେ ସାମିଲ କରାଯିବ ରାମାୟଣ ଓ ମହାଭାରତ, ଏନ୍‌ସିଇଆରଟି ପ୍ୟାନେଲର ସୁପାରିଶ

ନୂଆଦିଲ୍ଲୀ,୨୧।୧୧: ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ସାମାଜିକ ବିଜ୍ଞାନର ବିଦ୍ୟାଳୟ ପାଠ୍ୟକ୍ରମର ସଂଶୋଧନ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲା। ରାମାୟଣ ଏବଂ ମହାଭାରତ ଭଳି ମହାକାବ୍ୟକୁ ପାଠ୍ୟ ପୁସ୍ତକରେ ଅନ୍ତର୍ଭୁକ୍ତ କରିବା ଏବଂ ବିଦ୍ୟାଳୟଗୁଡ଼ିକରେ ଶ୍ରେଣୀଗୃହର କାନ୍ଥରେ ସମ୍ବିଧାନର ମୁଖବନ୍ଧ ଲେଖିବାକୁ କମିଟି ସୁପାରିଶ କରିଛି। କମିଟି ଅଧ୍ୟକ୍ଷ ସି.ଇ ଇସାକ ମଙ୍ଗଳବାର  ସୂଚନା ଦେଇଛନ୍ତି।

ଇସାକ ଜୋର ଦେଇଛନ୍ତି ଯେ, ସପ୍ତମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ରାମାୟଣ ଏବଂ ମହାଭାରତ ଶିକ୍ଷା ଦେବା ଜରୁରୀ।ସେ କହିଛନ୍ତି, "ସାମାଜିକ ବିଜ୍ଞାନ ସିଲାବସରେ ଛାତ୍ରମାନଙ୍କୁ ରାମାୟଣ ଏବଂ ମହାଭାରତ ଭଳି ମହାକାବ୍ୟ ପଢାଇବା ଉପରେ କମିଟି ଗୁରୁତ୍ୱାରୋପ କରିଛି। ଆମର ବିଶ୍ୱାସ ଯେ କିଶୋର ଅବସ୍ଥାରେ ଛାତ୍ରଙ୍କୁ ନିଜ ଦେଶ ପାଇଁ ଆତ୍ମ ସମ୍ମାନ, ଦେଶପ୍ରେମ ଏବଂ ଗୌରବ ଅନୁଭବ ହେବ।’

ଇସାକ କହିଛନ୍ତି, ଦେଶପ୍ରେମର ଅଭାବ ହେତୁ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଦେଶ ଛାଡି ଅନ୍ୟ ଦେଶରେ ନାଗରିକତ୍ୱ ଗ୍ରହଣ କରନ୍ତି। ତେଣୁ ସେମାନଙ୍କ ବୁଝିବା ଏବଂ ନିଜ ଦେଶ ତଥା ସଂସ୍କୃତି ପ୍ରତି ଭଲ ପାଇବା ସୃଷ୍ଟି କରିବା ଖୁବ୍  ଗୁରୁତ୍ୱପୂର୍ଣ୍ଣ ।

ସେ କହିଛନ୍ତି ,କିଛି ଶିକ୍ଷା ବୋର୍ଡ ବର୍ତ୍ତମାନ ଛାତ୍ରମାନଙ୍କୁ ରାମାୟଣ ପଢାଇଥାଏ,କିନ୍ତୁ ସେମାନେ ଏହାକୁ ପୁରାଣ ଭାବରେ ଶିକ୍ଷା ଦିଅନ୍ତି। ଯଦି ଏହି ମହାକାବ୍ୟ ଛାତ୍ରମାନଙ୍କୁ ଶିକ୍ଷା ନ ଦିଆଯାଏ ତେବେ ଶିକ୍ଷା ବ୍ୟବସ୍ଥାର କୌଣସି ଉଦ୍ଦେଶ୍ୟ ନାହିଁ ଓ ଏହା ରାଷ୍ଟ୍ର ସେବା ହେବ ନାହିଁ।’

Copyright © 2022 - Summa Real Media Private Limited. All Rights Reserved.