ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କିଏ ଗଢ଼ିବ ସରକାର ? ସନ୍ଧ୍ୟାରେ ଏନଡିଏ ଓ ଇଣ୍ଡିଆ ମେଣ୍ଟର ବୈଠକ

ନୂଆଦିଲ୍ଲୀ, ୫।୬: ଘୋଷଣା ହୋଇଛି ଲୋକସଭା ନିର୍ବାଚନର ଫଳାଫଳ । ସରକାର ଗଢ଼ିବାକୁ ମିଳି ସାରିଛି ଜନାଦେଶ । ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି । ତେବେ ବିଜେପିକୁ ୨୦୧୯ ଭଳି ସ୍ପଷ୍ଟ ବହୁମତ ମିଳିନାହିଁ । ଆଗକୁ ରଣନୀତି କ'ଣ ହେବ ତାକୁ ନେଇ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ବୈଠକ କରିବାକୁ ଯାଉଛନ୍ତି । ବୁଧବାର ସନ୍ଧ୍ୟାରେ ବୈଠକ କାର୍ଯ୍ୟକ୍ରମ ରହିଛି । ଇଣ୍ଡିଆ ମିଳିତ ମଞ୍ଚ ବିରୋଧୀ ଦଳରେ ବସିବ ନା ସରକାର ଗଠନ କରିବ ତାହା ଏହି ବୈଠକରେ ନିଷ୍ପତ୍ତି ହେବ ।

ସେପଟେ ଏହି ବୈଠକରେ ଯୋଗ ଦେବା ଲାଗି ଇଣ୍ଡିଆ ମେଣ୍ଟର ସମସ୍ତ ନେତା ଦିଲ୍ଲୀରେ ଅଭିମୁଖେ ବାହାରିଛନ୍ତି । ଏନ୍‌ସିପି(ଏସ୍‌ପି) ପ୍ରମୁଖ ଶରଦ ପାଓ୍ୱାର ନିଜ ଝିଅ ସୁପ୍ରିୟା ସୁଲେଙ୍କ ସହ ଇଣ୍ଡିଆ ମେଣ୍ଟର ବୈଠକରେ ସାମିଲ ହେବା ପାଇଁ ଉଭୟ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ଏହି ବୈଠକ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଘରେ ଅନୁଷ୍ଠିତ ହେବ । ଏହି ବୈଠକ ବ୍ୟତୀତ କଂଗ୍ରେସ ଦଳର ଏକ ଭିନ୍ନ ବୈଠକ ମଧ୍ୟ ହେବ । ଏଥିରେ ମିଳିତ ଦଳର ନେତାଙ୍କ ସହ ବୈଠକରେ କେଉଁ ଆଭିମୁଖ୍ୟ ଗ୍ରହଣ କରାଯିବ ତାହା ସ୍ଥିର କରାଯିବ । 

ଅନ୍ୟପଟେ ଏନଡିଏର ବୈଠକ ଡକାଯାଇଛି । ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ଆନ୍ଧ୍ରପ୍ରଦେଶର ବିଜୟୀ ଦଳ ଟିଡିପି ଏବଂ ବିଜେପିର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜେଡିୟୁ ଯୋଗଦେବେ । ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଇଣ୍ଡିଆ ମେଣ୍ଟ ଯୋଗାଯୋଗ କରୁଥିବା କୁହାଯାଉଛି । ଶରଦ ପାୱାର ଏଥିପାଇଁ ପ୍ରୟାସ କରୁଥିବା କୁହାଯାଉଛି । ସେହିପରି ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଯୋଗାଯୋଗ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରୟାସ କରୁଥିବା କୁହାଯାଉଛି । କିନ୍ତୁ ଅମିତ ଶାହ ଉଭୟ ସହଯୋଗୀଙ୍କ ସହ କଥା ହୋଇସାରିଛନ୍ତି । ଏବଂ ନୀତିଶ ଓ ନାଇଡୁ ଏନଡିଏରେ ରହିବେ ଏବଂ ଆଜିର ବୈଠକରେ ଯୋଗଦେବେ ବୋଲି ଜଣାପଡ଼ିଛି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.