ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏନଡିଏର ୧୪ ସହଯୋଗୀଙ୍କ ପାଖରେ ୫୩ ଆସନ, ମନ୍ତ୍ରୀ ହୋଇଛନ୍ତି କେବଳ ୯ ଦଳର ୧୧ ନେତା

Image Courtesy: ndtv

ନୂଆଦିଲ୍ଲୀ: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ମୋଦୀଙ୍କ ତୃତୀୟ ପାଳିରେ ୭୧ ମନ୍ତ୍ରୀ ଶପଥ ନେଇଛନ୍ତି । ସେଥିମଧ୍ୟରେ ୩୦ କ୍ୟାବିନେଟ ମନ୍ତ୍ରୀ ସାମିଲ ଅଛନ୍ତି । ଏନଡିଏ ସରକାରରେ ୯ ସହଯୋଗୀ ଦଳର ୧୧ ସାଂସଦଙ୍କୁ ମନ୍ତ୍ରୀ ପଦ ମିଳିଛି । ବିଜେପି ସବୁ ଦଳକୁ ଖୁସି କରିବାକୁ ଚେଷ୍ଟା କରିଥିଲେ ବି କେତେକ ସହଯୋଗୀ ଦଳ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି । ଏନଡିଏର ୧୪ଟି ସହଯୋଗୀ ଦଳ ପାଖରେ ୫୩ଟି ଆସନ ରହିଛି । ସେଥିମଧ୍ୟରୁ ୯ ଦଳର ୧୧ ସାଂସଦ ମନ୍ତ୍ରୀ ହୋଇଥିବା ବେଳେ ଅନ୍ୟ ୫ଟି ଦଳର ନେତାଙ୍କୁ ମୋଦୀ କ୍ୟାବିନେଟ୍‌ରେ ସ୍ଥାନ ମିଳିନାହିଁ । 

ଏନଡିଏ ପାଖରେ ମୋଟ ୨୯୩ଟି ଆସନ ରହିଛି । ବିଜେପି ୨୪୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଟିଡିପି ପାଖରେ ୧୬, ଜେଡିୟୁର ୧୨, ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀ ପାଖରେ ୭, ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ପାଖରେ ୫, ଆରଏଲଡି ପାଖରେ ୨, ଜେଡିଏସ୍‌ର ୨ ଏବଂ ଜନସେନା ପାଖରେ ୨ ଜଣ ସାଂସଦ ରହିଛନ୍ତି । ଏହା ବ୍ୟତୀତ ଅନୁପ୍ରିୟା ପଟେଲଙ୍କ ଦଳ ଆପନା ଦଳ, ଜୀତନରାମ ମାଂଝିଙ୍କ ହିନ୍ଦୁସ୍ତାନ ଆଓ୍ବାମ ମୋର୍ଚ୍ଚା, ଅଜିତ ପାଓ୍ବାରଙ୍କ ଏନସିପି, ପ୍ରେମ ସିଂ ତମାଙ୍ଗ ଏସକେଏମ, ଆସାମ ଗଣ ପରିଷଦ ଏବଂ ୟୁପିପିଏଲ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । 

ମୋଦୀଙ୍କ କ୍ୟାବିନେଟରେ ସ୍ଥାନ ପାଇନଥିବା ଦଳଗୁଡ଼ିକ ହେଉଛନ୍ତି, ଜନ ସେନା ପାର୍ଟି, ଏନସିପି, ଏସକେଏମ, ଆସାମ ଗଣ ପରିଷଦ ଏବଂ ୟୁପିପିଏଲ୍‌ । ସେପଟେ ଜେଡିୟୁକୁ ୨, ଟିଡିପିକୁ ୨, ଜେଡିଏସ୍‌କୁ ୧, ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା ୧, ଏଲଜେପିକୁ ୧, ରାଷ୍ଟ୍ରୀୟ ଲୋକ ଦଳ ୧, ଆପନା ଦଳରୁ ୧, ରପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆରୁ ଜଣେ ଏବଂ ଏକନାଥ ସିନ୍ଦେଙ୍କ ଶିବସେନାରୁ ଜଣେ ସାଂସଦ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ।

 

  • BJP
  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.