ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିଅଣ୍ଡରଥାଲ ମାନବ ହାଡ଼ରୁ ମିଳିଲା ସର୍ବପ୍ରାଚୀନ ଭୂତାଣ, ଆଜି ବି ଆଧୁନିକ ମଣିଷକୁ କରୁଛି ସଂକ୍ରମିତ

ନୂଆଦିଲ୍ଲୀ ୨୪/୦୫: ୫୦ ହଜାର ବର୍ଷ ତଳେ ପ୍ରାଚୀନ ମଣିଷ ଯେଉଁ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଥିଲା, ତାହା ଆଜି ବି ଆଧୁନିକ ମଣିଷକୁ ସଂକ୍ରମିତ କରୁଛି । ବୈଜ୍ଞାନିକମାନେ ସଦ୍ୟ ଅଧ୍ୟୟନରୁ ଏହା ଜାଣିବାକୁ ପାଇଛନ୍ତି । ବ୍ରାଜିଲର ସାଓ ପାଉଲୋ ସ୍ଥିତ ଫେଡେରାଲ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ଅଧ୍ୟୟନ କରିଛନ୍ତି । ନିଅଣ୍ଡରଥାଲ ମାନବର ଜୀବାଶ୍ମ ଅଧ୍ୟୟନରୁ ସେମାନେ ଏହି ଭୂତାଣୁ ଆବିଷ୍କାର କରିଛନ୍ତି । ଏହା ପୂର୍ବରୁ ସାଇବେରିଆରେ ମିଳିଥିବା ୩୧ ହଜାର ବର୍ଷ ତଳର ଜଣେ ଶିଶୁର ଦାନ୍ତରୁ ଏକ ସାଧାରଣ ଥଣ୍ଡା ଭୂତାଣୁ ଚିହ୍ନଟ କରାଯାଇଥିଲା । ସଦ୍ୟ ଅଧ୍ୟୟନ ପୂର୍ବ ରେକର୍ଡଠୁ ୨୦ ହଜାର ବର୍ଷ ପ୍ରାଚୀନ ଅର୍ଥାତ୍‌ ଅଦ୍ୟାବଧି ଆବିଷ୍କୃତ ମାନବ ଭୂତାଣୁର ସର୍ବପ୍ରାଚୀନ ଆବିଷ୍କାର ।

ଉକ୍ତ ବିଶ୍ୱବିଦ୍ୟାଳୟର ଅଧ୍ୟୟନକର୍ତ୍ତା ମାର୍ସେଲୋ ବ୍ରିଓନେସ୍‌ କହିଛନ୍ତି, ଏହି ପ୍ରାଚୀନ ଭୂତାଣୁଗୁଡ଼ିକର ସଂଶ୍ଳେଷଣ ସହିତ ଏହା ଦ୍ୱାରା ପ୍ରୟୋଗଶାଳାରେ ଆଧୁନିକ ମାନବ କୋଷିକାଗୁଡ଼ିକୁ ସଂକ୍ରମିତ କରାଯିବା ସମ୍ଭବ । ରୁଷ୍‌ର ଅଲ୍‌ତାଇ ପର୍ବତମାଳାରେ ଚାଗିରସ୍କାୟା ଗୁମ୍ଫାରେ ମିଳିଥିବା ଦୁଇ ପୁରୁଷ ନିଅଣ୍ଡରଥାଲ ମାନବର କଙ୍କାଳ ଡିଏନ୍‌ଏନ୍‌ କ୍ରମର ବିଶ୍ଳେଷଣ କରି ବୈଜ୍ଞାନିକମାନେ ଭୂତାଣୁ ଆବିଷ୍କାର କରିଛନ୍ତି । ଅନେକ ଡିଏନ୍‌ଏ କ୍ରମରେ ସେମାନେ ଭୂତାଣୁ ଚିହ୍ନଟ କଲେ ଏବଂ ସେଗୁଡ଼ିକୁ ଜୀବନବ୍ୟାପୀ ସଂକ୍ରମଣର କାରଣ ପାଇଁ ପରିଚିତ ଆଧୁନିକ ଭୂତାଣୁ ସହିତ ତୁଳନା କଲେ । ଭାଇରାଲ ଡିଏନ୍‌ଏରେ ନିର୍ଦ୍ଦିଷ୍ଟ ଗୁଣଗୁଡ଼ିକର ପରୀକ୍ଷା ପରେ ଏହି ଭୂତାଣୁଗୁଡ଼ିକର ପ୍ରାଚୀନ ଉତ୍ପତ୍ତିକୁ ବୈଜ୍ଞାନିକ ସ୍ପଷ୍ଟ କଲେ । 

ଅଧ୍ୟୟନରୁ ଖୁଲାସା ହୋଇଛି, ନିଅଣ୍ଡରଥାଲ ମାନବ ବୋଧହୁଏ ଆଧୁନିକ ମାନବଠାରେ ଥିବା ୩ ସାଧାରଣ ଭୂତାଣୁ ଆଡିନୋଭାଇରସ୍‌, ହରପିସ୍‌ଭାଇରସ୍‌ ଓ ପାପିଲୋମାଭାଇରସ୍‌ ଦ୍ୱାରା ସଂକ୍ରମିତ ହେଉଥିଲା । ଆଡିନୋଭାଇରସ୍‌ ଆଧୁନିକ ମଣିଷଠାରେ ଥଣ୍ଡା ଓ ଫ୍ଲୁ ଭଳି ଲକ୍ଷଣ, ଗଳା ସଂକ୍ରମଣ ଓ ଆଖି ଲାଲ ପଡ଼ିବା ପାଇଁ ଦାୟୀ । ପାପିଲୋମାଭାଇରସ୍‌ କୋଲ୍ଡ ସୋର୍‌, ଚିକେନ୍‌ପକ୍ସ ଓ ମନୋନ୍ୟୁକ୍ଲିଓସିସ୍‌ର କାରଣ ହୋଇଥାଏ । ନିଅଣ୍ଡରଥାଲ ମାନବରେ ମିଳିଥିବା ହରପିସ୍‌ଭାଇରସ୍‌ର ଆଧୁନିକ ମଣିଷ ଶିକାର ହେଉଥିବା କୋଲ୍ଡ ସୋର୍‌ ସଂକ୍ରମଣର ପ୍ରକାର ସହ ଖୁବ୍‌ ସାମଞ୍ଜସ୍ୟ ରହିଛି । ପ୍ରାୟ ୪୦ ହଜାର ବର୍ଷ ତଳେ ନିଅଣ୍ଡରଥାଲଙ୍କ ବିଲୁପ୍ତି ପଛରେ ଭୂତାଣୁଗୁଡ଼ିକର ଯୋଗଦାନ ଥାଇପାରେ ବୋଲି ଅଧ୍ୟୟନର ତଥ୍ୟ ଦର୍ଶାଇଛି । କାରଣ ସେତେବେଳେ ଏହି ଭୂତାଣୁ ସଂକ୍ରମଣର କୌଣସି ଚିକିତ୍ସା ନ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.