ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଗୋଟିଏ ଦିନ ପୂର୍ବରୁ NEET-PG ପ୍ରବେଶିକା ପରୀକ୍ଷା ସ୍ଥଗିତ

 ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍‌ ମାମଲାକୁ ନେଇ ଦେଶରେ ବିବାଦ ଉଗ୍ରରୂପ ଧାରଣ କରିଛି । ଏହାରି ମଧ୍ୟରେ NEET-PG ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ପେପର ଲିକ୍‌ ମାମଲା ମଧ୍ୟରେ କେନ୍ଦ୍ର ସ୍ବାସ୍ତ୍ୟ ମନ୍ତ୍ରାଳୟ ବଡ଼ ନିଷ୍ପତ୍ତି ନେଇଛି । ଆସନ୍ତାକାଲି ହେବାକୁ ଥିବା ନିଟ୍‌-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖାଯାଇଛି  । ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ବାରା ପରିଚାଳିତ ହେଉଥିବା ଏହି ପ୍ରବେଶିକ ପରୀକ୍ଷା ସ୍ଥଗତି ହୋଇଥିବା ବେଳେ ପରବର୍ତ୍ତୀ ତାରିଖ ଖୁବଶୀଘ୍ର ଘୋଷଣା ହେବ ବୋଲି ଜଣାପଡ଼ିଛି ।

ଜୁନ୍‌ ୨୩, ୨୦୨୪ରେ ହେବାକୁ ଥିବା ନିଟ୍‌-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ପରୀକ୍ଷାର୍ଥୀଙ୍କ ଅସୁବିଧା ପାଇଁ ଶିକ୍ଷା ମନ୍ତ୍ରାଳୟ ଦୁଃଖ ପ୍ରକାଶ କରିଛି । ଏହି ନିଷ୍ପତ୍ତି ପରୀକ୍ଷାର୍ଥୀଙ୍କ ହିତ ଏବଂ ପରିକ୍ଷାରେ ନିରପେକ୍ଷତା ଲାଗି ନିଆଯାଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । 

ଏହା ପୂର୍ବରୁ ୟୁଜିସି-ନେଟ୍‌ ପରୀକ୍ଷା ମଧ୍ୟ ବାତିଲ କରିଥିଲା ଶିକ୍ଷା ମନ୍ତ୍ରାଳୟ।  ଏନଟିଏ ଦ୍ବାରା ପରିଚାଳିତ ପ୍ରାୟ ସବୁ ପରୀକ୍ଷାରେ ଅନିୟମିତତା ଦେଖିବାକୁ ମିଳିଛି । ୟୁଜିସି-ନେଟ୍‌ ପରିକ୍ଷା ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ବାତିଲ କରାଯାଇଥିଲା । ଏହା ସହ ତଥାକଥିକ ପେପର ଲିକ୍ ମାମଲାରେ ସିବିଆଇ ତଦନ୍ତ କରୁଛି । ୟୁଜିସି-ନେଟ୍‌ ପେପର ଡାର୍କନେଟ୍‌ରେ ଶେୟାର ହୋଇଥିଲା ବୋଲି ଜଣାପଡ଼ିଛି । ତେବେ ଏନଟିଏର ଏଭଳି ଅବହେଳା ପାଇଁ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାରି ଭିତରେ ଏନଟିଏର ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂହଙ୍କୁ ପଦରୁ ହଟାଇ ଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.