ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲା : ପୋଡ଼ା ପ୍ରଶ୍ନପତ୍ର, ଫୋନ୍‌, ଲାପ୍‌ଟପ୍‌ ନେଲା ସିବିଆଇ

ନୂଆଦିଲ୍ଲୀ, ୨୬/୦୬ : ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସିବିଆଇ ଏହାର ତଦନ୍ତ ଜାରି ରଖିଛି। ଏହାର ଦୁଇଜଣିଆ ଟିମ୍‌ ବିହାର ପୁଲିସର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଠାରୁ ଦରପୋଡ଼ା ପ୍ରଶ୍ନପତ୍ର, ମୋବାଇଲ ଫୋନ୍‌ ଓ ଲାପ୍‌ଟପ୍‌ ଆଦି ସଂଗ୍ରହ କରିଛି । ଏହାକୁ ଆଧାର କରି ତଦନ୍ତ ଆଗକୁ ବଢ଼ିବ । ସିବିଆଇ ଟିମ୍‌ରେ ଜଣେ ଡିଆଇଜି ଓ ଡେପୁଟି ଏସ୍‌ପି ର‌୍ୟାଙ୍କର ଅଧିକାରୀ ଅଛନ୍ତି । ସେପଟେ ନିଟ୍‌ ପରୀକ୍ଷାରେ ଅନିୟମିତତା ବିରୋଧରେ ଆଜି ବିଭିନ୍ନ ସ୍ଥାନରେ ଅନେକ ଛାତ୍ର ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଏ ପର୍ଯ୍ୟନ୍ତ ୪ ରାଜ୍ୟରୁ ୨୬ ଜଣଙ୍କୁ ଗିରଫ କରାଗଲାଣି । ସିବିଆଇ ଅଭିଯୁକ୍ତମାନଙ୍କ ବୟାନ ରେକର୍ଡ କରିପାରେ । ପ୍ରମୁଖ ସନ୍ଦିଗ୍ଧ ସିକନ୍ଦର ୟଦାବେନ୍ଦୁ ଓ ତା’ର ସହଯୋଗୀ ଏବଂ ସେମାନଙ୍କ ସହ ସମ୍ପର୍କ ରଖିଥିବା କିଛି ନିଟ୍‌ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କୁ ଜେରା କରାଯିବ । ଟ୍ରାଞ୍ଜିଟ୍‌ ରିମାଣ୍ଡରେ ସେମାନଙ୍କୁ ରାଜଧାନୀ ଦିଲ୍ଲୀ ନିଆଯିବ । ପ୍ରମାଣ ନଷ୍ଟ ଅଭିଯୋଗରେ ସିବିଆଇ ସାନି ଏଫ୍‌ଆଇଆର୍‌ ରୁଜୁ କରିବ । ମାମଲାରେ ସାମିଲ ଥିବା କିଛି ସରକାରୀ ଅଧିକାରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସଂକ୍ରାନ୍ତ ମାମଲା ବି ହୋଇପାରେ । 

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ମଙ୍ଗଳବାର ପାଟନା ଏଡିଜେ-୫ କୋର୍ଟରେ ଶୁଣାଣି ଟଳିଛି । କୋର୍ଟରେ ସରକାରୀ ଓକିଲ କହିଥିଲେ କି ବର୍ତ୍ତମାନ ସିବିଆଇ ହାତକୁ ତଦନ୍ତ ଦାୟିତ୍ୱ ଯାଇଛି । ଏହା ଉପରେ କୋର୍ଟ ଆଦେଶ ପତ୍ର ସହ ସୂଚନା ଦେବାକୁ କହିଥିଲେ । ସିବିଆଇକୁ ତଦନ୍ତ ଆଦେଶ ମିଳିଥିବା ସଂକ୍ରାନ୍ତ ଚିଠି ହସ୍ତାନ୍ତର ହେବା ପରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ହିଁ ଶୁଣାଣି କରିବେ । ପରବର୍ତ୍ତୀ ଶୁଣାଣି ଜୁଲାଇ ୨ରେ ହେବ । ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଏ ପର୍ଯ୍ୟନ୍ତ ବିହାରରୁ ୧୩ ଓ ଝାଡ଼ଖଣ୍ଡରୁ ୬ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ୮ ଜଣ କୋର୍ଟରେ ଜାମିନ ଆବେଦନ କରିଥିଲେ । 

ମାମଲାରେ ମାଷ୍ଟରମାଇଣ୍ଡ ବୋଲାଉଥିବା ସଞ୍ଜୀବ ମୁଖିଆକୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇ ପାରିନାହିଁ । ସେ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଛି । ଏହା ଉପରେ ଶୁଣାଣି ପାଇଁ ଜୁଲାଇ ୧୫ ତାରିଖ ଧାର୍ଯ୍ୟ ହୋଇଛି । ବର୍ତ୍ତମାନ ସେ ଫେରାର ଅଛି । ତେବେ ତଦନ୍ତ ପରେ ସଞ୍ଜୀବ ମୁଖିଆର ଭଣଜାର ନାମ ସାମ୍ନାକୁ ଆସିଛି । ତା’ର ଭଣଜା ରାକେଶ ଓରଫ ରକି ଝାଡ଼ଖଣ୍ଡର ହଜାରୀବାଗରୁ ନିଟ୍‌ ପ୍ରଶ୍ନପତ୍ର ନେବା ପାଇଁ ଷଡ଼ଯନ୍ତ୍ର ରଚିଥିଲା । ଏହାପରେ ରାଞ୍ଚି ଓ ପାଟନାର ସ୍କଲାର ମେଡିକାଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଶ୍ନଗୁଡ଼ିକର ଉତ୍ତର ବାହାର କରିଥିଲା । ଏହି ସମୟରେ ସଞ୍ଜୀବ ଓ ସିକନ୍ଦର ତାକୁ ସାକ୍ଷାତ ପାଇଁ ରାଞ୍ଚି ଯାଇଥିଲେ । ମହାରାଷ୍ଟ୍ର ଏଟିଏସ୍‌ ୪ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରିଥିଲା । ସ୍ୱତନ୍ତ୍ର ଅଦାଲତ ଆଜି ଉଭୟ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଜୁଲାଇ ୨ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ଉଲ୍ଲେଖଯୋଗ୍ୟ, ମେ ୫ରେ ନିଟ୍‌ୟୁଜି ପରୀକ୍ଷା ହୋଇଥିଲା । ଏହାପରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ଉଠିଥିଲା । ଶେଷରେ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.