ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶା ସୀମାନ୍ତ ଉପରେ ପଡ଼ୋଶୀ ରାଜ୍ୟର ଲୋଲୁପଦୃଷ୍ଟି

ରାଉରକେଲା, ୦୧/୦୪ : ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ଲାଗି ରହିଛି ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାନ୍ତ। ଦୀର୍ଘ ବର୍ଷ ହେଲା ସୀମା ନିର୍ଦ୍ଧାରଣ ହୋଇପାରିନଥିବା ବେଳେ ସେହି ରାଜ୍ୟର ଲୋଲୁପଦୃଷ୍ଟି ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ପଡ଼ୁଛି। ଫଳରେ ଏକର ଏକର ଜମିକୁ ନିଜର କହି ଝାଡ଼ଖଣ୍ଡ ଓ ଛତିଶଗଡ଼ ଲୋକେ ମାଡ଼ି ବସିଛନ୍ତି । କହିବାକୁ ଗଲେ ବିଶ୍ରା, କୁଆଁରମୁଣ୍ଡା, ନୂଆଗାଁ, ଲାଠିକଟା ଓ କୋଇଡ଼ା ବ୍ଲକର ଅଧିକାଂଶ ଗ୍ରାମ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଇଲାକାରେ ରହିଥିବା ବେଳେ ବାଲିଶଙ୍କରା, ଲେଫ୍ରିପଡ଼ା, ହେମଗିର ଓ ବଡ଼ଗାଁ ଆଦି ଅଞ୍ଚଳ ଛତିଶଗଡ଼ ସୀମାନ୍ତରେ ରହିଛି । ପ୍ରଶାସନିକ ସ୍ତରରେ ଆଖି ଦୃଶିଆ ପଦକ୍ଷେପ ନିଆଯାଉନଥିବାରୁ ଝାଡ଼ଖଣ୍ଡ ଓ ଛତିଶଗଡ଼ ରାଜ୍ୟର ଲୋକେ ସୁନ୍ଦରଗଡ଼ ଜିଲ୍ଲାର ଉପରୋକ୍ତ ଅଞ୍ଚଳରେ ପ୍ରବେଶ କରି ଜମି ଅକ୍ତିଆର କରିବାରେ ଲାଗିଛନ୍ତି। 

ବିଶେଷ କରି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଯେଉଁ ସବୁ ସଙ୍କେତ ବୋର୍ଡ ଲଗାଯାଇଛି ସେଥିରେ ହିନ୍ଦୀ ଭାଷାରେ ଲେଖା ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ଏନେଇ କେହି ହେଲେ ବିରୋଧ କରିନାହାନ୍ତି। ୨୦୦୦ ମସିହାରେ ଝାଡ଼ଖଣ୍ଡ ଓ ଛତିଶଗଡ଼ ରାଜ୍ୟ ଗଠନ ହେବା ପରେ ଯେଉଁ ସବୁ ଜମି ସେସବୁ ରାଜ୍ୟକୁ ଯାଇଛି ତାକୁ ଫେରାଇ ଆଣିବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳକୁ ଗଲେ ଓଡ଼ିଆ ଭାଷା କମ୍‌ ହିନ୍ଦୀ ଭାଷାରେ ଲୋକେ କଥା ହେଉଛନ୍ତି । ଏପରିକି ସେଠାରେ ଥିବା ଦୋକାନଗୁଡ଼ିକରେ ଓଡ଼ିଶା ଭାଷା ପରିବର୍ତ୍ତେ ହିନ୍ଦୀ ଭାଷାରେ ଲେଖା ଥିବା ଦେଖିବାକୁ ମିଳୁଛି। ଓଡ଼ିଆ ଭାଷା ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲା । ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ୨୦୧୬ ମସିହାରେ ଓଡ଼ିଶା କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଥିଲା। 

ଏହିକ୍ରମରେ ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ କରିବାକୁ ସରକାର ଅଧ୍ୟାଦେଶ ଆଣିଲେ । ନିୟମକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶନାମା ଜାରି କଲେ । ହେଲେ ଇତିମଧ୍ୟରେ ୬ ବର୍ଷ ବିତି ଯାଇଥିଲେ ହେଁ ଓଡ଼ିଆ ଭାଷା ତାର ଉପଯୁକ୍ତ ସ୍ଥାନ ପାଇ ପାରିନାହିଁ । ଓଡ଼ିଆ ଭାଷା ପ୍ରତି ପ୍ରଶାସନର ଅବହେଳା ଓ ବୈମାତୃକ ମନୋଭାବ ଏହାର ପ୍ରମୁଖ କାରଣ ବୋଲି ଭାଷାପ୍ରେମୀମାନେ ମତ ପ୍ରକାଶ କରନ୍ତି । ଯାହାଦ୍ୱାରା ଆଜି ପର୍ଯ୍ୟନ୍ତ ସରକାରଙ୍କ ନିର୍ଦ୍ଦେଶନାମା ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି । ମାତ୍ର ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଦୋକାନଗୁଡ଼ିକରେ ଲାଗିଥିବା ନାମଫଳକ ହିନ୍ଦୀରେ ଲେଖାଯାଇଛି । କେତେ ଜମି ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଯାଇଛି ତାର ହିସାବ ମଧ୍ୟ ସରକାରଙ୍କ ପାଖରେ ନଥିବା ଲୋକେ କହୁଛନ୍ତି । ତେଣୁ ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ବା ଓଡ଼ିଶା ଦିବସ ପାଳନ କରି ଦେଇ ପ୍ରଶାସନ ଏକପ୍ରକାର ଚୁପ୍‌ ହୋଇ ରହୁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.