ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୯ ଥର ପାଇଁ ଏଭରେଷ୍ଟ ଶିଖର ଛୁଇଁ ପୁଣି ନିଜ ରେକର୍ଡ ଭାଙ୍ଗିଲେ କାମି ରିତା

କାଠମାଣ୍ଡୁ,୧୨/୫: ପୁଣି ଏଭରେଷ୍ଟ ଶିଖରରେ ନେପାଳି ସେର୍ପା କାମି ରିତା । ୨୯ ଥର ପାଇଁ ଗିରିଶୃଙ୍ଗ ଏଭରେଷ୍ଟ ଶିଖର ଛୁଇଁ ପୁଣି ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି । ୫୬ ବର୍ଷୀୟ ପର୍ବତାରୋହୀ ସେର୍ପା ଗତ ବର୍ଷ ୮୮୪୮.୮୬ ମିଟର ପର୍ବତ ଉଚ୍ଚକୁ ୨ ଥର ଚଢି ୨୮ ଥର ରେକର୍ଡ କରିଥିଲେ । ଏଥର ମଧ୍ୟ ଦୁଇଥର ପର୍ବତ ଶିଖରକୁ ଛୁଇଁବାକୁ ଯୋଜନା କରିଥିବା ସୂଚନା ଦେଇଛନ୍ତି ।

ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ପର୍ବତାରୋହୀ ସେର୍ପା ରବିବାର ଦିନ ୭ଟା ୨୫ରେ ଏଭରେଷ୍ଟର ଶିଖରରେ ପହଞ୍ଚିଥିଲେ ।  'ସେଭେନ ସମିତି ଟ୍ରେକ୍' ଦ୍ୱାରା ଆୟୋଜିତ ଏକ ଅଭିଯାନର ମାର୍ଗଦର୍ଶକ ସାଜିଥିବା ବେଳେ ସେ ୨୯ ଥର ପାଇଁ ଏହି ପର୍ବତ ଶିଖରରେ ପହଞ୍ଚି ରେକର୍ଡ କରିଛନ୍ତି । ଏଥିପାଇଁ ତାଙ୍କ ପାଇଁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ  ଏନେଇ ସେଭେନ ସମିତି ଟ୍ରେକ୍ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସୂଚନା ଦେଇଥିଲା । ଏଭରେଷ୍ଟ ଗିରିଶୃଙ୍ଗ ଚଢିବାର ୭୧ ବର୍ଷ ଇତିହାସରେ କାମି ରିତା ବିଶ୍ବରେ ସର୍ବାଧିକ ଥର ପର୍ବତ ଶିଖରରେ ପହଞ୍ଚିବାର ରେକର୍ଡ କରିଛନ୍ତି ।

ପ୍ରକାଶ ଥାଉକି, ୧୯୯୪ ମସିହାରୁ କ୍ରମାଗତ ଭାବେ ଏଭରେଷ୍ଟ ଆରୋହଣ କରି ଆସୁଛନ୍ତି ସେର୍ପା କାମି ରିତା । ସେହିପରି ସୋଲୁଖୁମ୍ବୁର ଅନ୍ୟ ଜଣେ ପର୍ବତାରୋହୀ ପ୍ରସଙ୍ଗ ଡାୱା ସେର୍ପା ଗତ ବର୍ଷ ୨୭ ଥର ପାଇଁ ଏଭରେଷ୍ଟ ଚଢିଥିଲେ । କିନ୍ତୁ ସେ ଚଳିତ ସିଜନରେ ପୁନର୍ବାର ପର୍ବତ ଚଢିବେ ନା ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.