ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚର୍ଚ୍ଚିତ ପେସ୍‌ ବୋଲର ନାନ୍ଦ୍ରେ ବର୍ଗର ଖୁଲାସା: ଭାବି ନଥିଲି କେବେ କ୍ରିକେଟ୍ ହେବି, ପାଠ ପଢ଼ା ପାଇଁ ଖେଳକୁ ଦେଇଥିଲି ପ୍ରାଧାନ୍ୟ

ଜୟପୁରୁ,୨୯/୦୩: ପାଠ ପଢାରେ ମନ ଦେବା ପାଇଁ ବାପା ଓ ମା’  ମାନେ ସେମାନଙ୍କ ପିଲାମାନଙ୍କୁ ଖେଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି । ମାତ୍ର ଦକ୍ଷିଣ ଆଫ୍ରିକାର ଯୁବ ପେସ୍‌ ବୋଲର ନାନ୍ଦ୍ରେ ବର୍ଗରଙ୍କ ପକ୍ଷରେ ଏହା ସମ୍ପୂର୍ଣ୍ଣ  ଓଲଟା । ସେ ସମ୍ପ୍ରତି ବିଶ୍ୱର କିଛି ଚର୍ଚ୍ଚିତ ଯୁବ ଖେଳାଳିମାନଙ୍କ ମଧ୍ୟରେ ଅନ୍ୟତମ । ମାତ୍ର କ୍ରିକେଟ୍‌କୁ କ୍ୟାରିୟର ରୂପେ ଗ୍ରହଣ କରିବାକୁ ସେ ଚାହିଁ ନଥିଲେ । ବରଂ ପାଠ ପଢିବା ପାଇଁ କ୍ରିକେଟ୍‌ ଖେଳିବାକୁ ବାଧ୍ୟ ହୋଇଥିଲେ ।  ମାତ୍ର ୪ ବର୍ଷ ମଧ୍ୟରେ ସେ ଦକ୍ଷିଣ ଆଫ୍ରିକା  ପକ୍ଷରୁ ଟେଷ୍ଟ ପଦାର୍ପଣ କରିବାକୁ ସୁଯୋଗ  ପାଇଛନ୍ତି । ବର୍ତ୍ତମାନ ସେ ରାଜସ୍ଥାନ ରୟାଲ୍ସ  ପକ୍ଷରୁ ଆଇପିଏଲ୍‌ ଖେଳୁଛନ୍ତି । 

ଦକ୍ଷିଣ ଆଫ୍ରିକାର ଏହି ଯୁବ ପେସ୍‌  ବୋଲର ୧୫ବର୍ଷ ବୟସରେ ଦକ୍ଷିଣ ଆଫ୍ରିକାର  ଜଣେ ଉଦୀୟମାନ ଟେନିସ୍‌ ଖେଳାଳି ଭାବେ  ପରିଚୟ ହାସଲ କରିଥିଲେ । ୧୭ବର୍ଷ ବୟସ  ବେଳକୁ ସେ ଦକ୍ଷିଣ ଆଫ୍ରିକା ଜାତୀୟ ସ୍କ୍ୱାଶ  ଚାମ୍ପିଅନ୍‌ସିପ୍‌ର ଷ୍ଟାର୍‌ ଖେଳାଳି ଭାବେ  ଚର୍ଚ୍ଚାକୁ ଆସିଥିଲେ । ମାତ୍ର ଆହତ ସମସ୍ୟା  ଯୋଗୁଁ ତାଙ୍କୁ ଖେଳ ଛାଡ଼ିବାକୁ ପଡ଼ିଥିଲା ।  ସେତେବେଳକୁ ସେ କ୍ରିକେଟ୍‌ ପ୍ରତି ଆକର୍ଷିତ  ହୋଇ ନଥିଲେ ହେଁ ପରିବାର ଓ ପଡ଼ୋଶୀଙ୍କ  ସହ କ୍ରିକେଟ୍‌ ଖେଳୁଥିଲେ ।  

ୱିଟ୍‌ୱାଟରସ୍ୟାଣ୍ଡ(ୱିଟ୍ସ) ୟୁନିଭରସିଟି  ପକ୍ଷରୁ କ୍ରିକେଟ୍‌ ଖେଳାଳିଙ୍କ ପାଇଁ  ଛାତ୍ରବୃତ୍ତି ପ୍ରଦାନ କରାଯାଉଥିଲା । କ୍ରିକେଟ୍‌  ଖେଳୁଥିବା ପିଲାମାନଙ୍କୁ ମାଗଣାରେ ଉକ୍ତ  ବିଶ୍ୱବିଦ୍ୟାଳୟରେ ପଢିବାକୁ ସୁଯୋଗ  ମିଳୁଥିଲା । ସେ ମନୋବିଜ୍ଞାନରେ କ୍ୟାରିୟର  କରିବାକୁ ଚାହୁଁଥିଲେ । ଫଳ ସ୍ୱରୂପ ସେ  ୨୦୧୪ରେ ଉକ୍ତ ବିଶ୍ୱ୍‌ବିଦ୍ୟାଳୟରେ ପାଠ  ପଢିବା ପାଇଁ କ୍ରିକେଟ୍‌ ଟ୍ରାଏଲରେ ଭାଗ  ନେଇଥିଲେ । ତାଙ୍କ ବୋଲିଂ ଦେଖି ଉକ୍ତ  ବିଶ୍ୱବିଦ୍ୟାଳୟର କୋଚ୍‌ ନିଲ୍‌ ଲିଭନେସନ  ଉତ୍ସାହିତ ହୋଇଯାଇଥିଲେ । ତାଙ୍କୁ ଜଣେ  ଦକ୍ଷ ପେସ ବୋଲର ଭାବେ ଗଢିବା ପାଇଁ  ସେ ମନସ୍ଥ କରିଥିଲେ ।  

ନିଲଙ୍କ କଥା ଶୁଣି ବର୍ଗର ପ୍ରଥମେ  ହସିଥିଲେ । ଅନ୍ତର୍ଜାତୀୟ ସ୍ତରରେ ପେସ୍‌  ବୋଲରମାନେ ଘଣ୍ଟା ପ୍ରତି ୧୪୫ କିଲୋ  ମିଟର ବେଗରେ ବଲ୍‌ ପକାଉଥିବା ବେଳେ  ୧୨୫କିଲୋ ମିଟର ବେଗରେ ବଲ୍‌ ପକାଇଥିବା  ବୋଲର ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିପାରିବା  ସମ୍ଭବ ହେବ ନାହିଁ ବୋଲି ସେ ଭାବିଥିଲେ ।  ମାତ୍ର ନିଲଙ୍କ ଠାରୁ ପ୍ରଶିକ୍ଷଣ ନେବା ପରେ  ବର୍ଗରଙ୍କ ବେଗରେ ଉନ୍ନତି ହୋଇଥିଲା ।  ବର୍ତ୍ତମାନ ସେ ଘଣ୍ଟା ପ୍ରତି ୧୫୦କିଲୋ ମିଟର  ବେଗରେ ବଲ ପକାଉଛନ୍ତି ।  

ଗତ ଡିସେମ୍ବରରେ ଭାରତ ବିପକ୍ଷ ତୃତୀୟ  ଟି-ଟ୍ୱେଣ୍ଟି ଜରିଆରେ ସେ ଅନ୍ତର୍ଜାତୀୟ ପଦାର୍ପଣ  କରିଥିଲେ । ପରେ ପରେ ତାଙ୍କୁ ଟେଷ୍ଟ ପଦାର୍ପଣ  ସୁଯୋଗ ମିଳିଥିଲା । ବର୍ତ୍ତମାନ ସେ ଦକ୍ଷିଣ  ଆଫ୍ରିକା ପକ୍ଷରୁ ୩ଟି ଯାକ ଫର୍ମାଟ୍‌ ଖେଳୁଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.