ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସୁନି ଆପାର୍ଟମେଣ୍ଟ ମାଲିକାନା ନିୟମ: ୨୧ ମାସ ହେଲା ହୋଇପାରୁନି ସେଲ୍‌ ଡିଡ୍‌, ପଞ୍ଜୀକରଣ ଅପେକ୍ଷାରେ ବସିଛନ୍ତି ଗ୍ରାହକ

ଭୁବନେଶ୍ୱର,୧୨/୦୨: ୨୧ ମାସ ହେବ ଆସିପାରୁନି ନୂଆ ଆପାର୍ଟମେଣ୍ଟ (ପରିଚାଳନା ଓ ମାଲିକାନା) ଆଇନ । ଏହି ଆଇନ ଆଣ ଘରକ୍ରେତାଙ୍କୁ ଆଶ୍ୱସ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଇନ କାର୍ଯ୍ୟକାରୀ ହୋଇ ନ ଥିବାରୁ ୨୦୨୨ ମେ ମାସ ପରଠୁ ଘର କିଣାବିକା ନେଇ ସେଲ୍‌ ଡିଡ୍‌ରେ ଲାଗିଛି ପ୍ରତିବନ୍ଧକ । ଫଳରେ ଘର କିଣା ବିକା ପଞ୍ଜୀକରଣ ହୋଇପାରୁନି । ଫଳରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ଗ୍ରାହକ ଏହା କେବେ ଆସିବ ସେ ନେଇ ଢ଼େର ଦିନ ହେବ ଅକ୍ଷୋ କରି ରହିଛନ୍ତି । 

ଆସୋସିଏସନ ଅଫ୍‌ ଆଲଟି ନେଇ ନୂଆ ନିୟମ ରାଜ୍ୟ ସରକାର ଲାଗୁ କଲେ ପୁଣି ଥରେ ଘର କିଣା ବିକା ତ୍ୱରାନ୍ୱିତ ହୋଇପାରିବ । ରାଜ୍ୟ ସରକାର ଏହି ନିୟମ ଶୀଘ୍ର ଲାଗୁ କରାଇପାରନ୍ତି ବୋଲି ଶୁଣା ଯାଉଛି । ଏ ସମ୍ପର୍କିତ ଗେଜେଟ ବିଜ୍ଞପ୍ତି ସରକାର କିଛି ସପ୍ତାହ ମଧ୍ୟରେ ଆଣିବା ଢ଼େର ସମ୍ଭାବନା ରହିଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

କଟକଣା ଯୋଗୁ ଏବେ ଘର କିଣାବିକା ଠପ୍‌ ହୋଇ ପଡିଛି । ପ୍ରାୟ ୧୦ ହଜାର ୟୁନିଟରୁ ଉଦ୍ଧ୍ୱର୍ ଘର ପଞ୍ଜୀକରଣ ଅପେକ୍ଷାରେ । ଘର କ୍ରେତା ସେଲ୍‌ ଡିଡ୍‌ କରାଇ ପାରୁନାହାନ୍ତି । ବିଲ୍ଡର ସଂସ୍ଥା ଏବଂ ବ୍ୟାଙ୍କଗୁଡିକର କାରବାର ମଧ୍ୟ ପ୍ରଭାବିତ ହେଉଛି । ରାଜକୋଷକୁ ପ୍ରାୟ  ୧୨୦୦ କୋଟିର ରାଜସ୍ୱ ନ ଆସି ଅଟକି ରହିଛି । ଏହି ଆଇନ ଆଣିବା ଲାଗି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ରହିଥିବା କୁହାଯାଉଛି । 

ତେବେ ସରକାର ନୂଆ ଆଇନ ଶୀଘ୍ର କାର୍ଯ୍ୟକାରୀ କରାଇବେ ବୋଲି ଶିଳ୍ପ ଅଂଶୀଦାର ଆଶାବାଦୀ ରହିଛନ୍ତି । ରେରା କର୍ମୀ ବିମଳେନ୍ଦୁ ପ୍ରଧାନ କହିଛନ୍ତି, ଏଭଳି ଆଇନ ଆଣିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି । ଏହା ଦ୍ୱାରା ଘର କ୍ରେତାଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ । ରିୟଲ ଇଷ୍ଟେଟ ସଂଘ କ୍ରେଡାଇ ଓଡ଼ିଶା ଫାଉଣ୍ଡେସନର ସାଧାରଣ ସମ୍ପାଦକ ଇଂ ଉମେଶ ପଟ୍ଟନାୟକ କହିଛନ୍ତି, ୨୦୨୨ ମେ ପରଠାରୁ ସେଲ ଡିଡ୍‌ ବନ୍ଦ ହୋଇ ପଡିଛି । ଫଳରେ ରିୟଲ ଇଷ୍ଟେଟ ସଂସ୍ଥାଗୁଡିକ ପଞ୍ଜୀକରଣ ପାଇଁ ବ୍ୟାଙ୍କନିକଟରୁ ପାଉଥିବା ୧୦% ଅର୍ଥ ଫସି ରହିଛି । ଚୂଡାନ୍ତ ନିୟମ ଲାଗୁ ହେଲେ ଶିଳ୍ପକୁ ଆଶ୍ୱସ୍ତି ମିଳିପାରିବ । 

ସେହିଭଳି ଅନେକ ଘର ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ ବିକ୍ରି ହୋଇ ପାରୁନି । ସରକାର ଆଇନ ଆଣିଲେ ଶିଳ୍ପ ଓ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ । ଭୁବନେଶ୍ୱରର ଗ୍ରାହକ ଅଂଶୁମାନ ରାଉତ କହିଛନ୍ତି, ଏବେ ସେଲ୍‌ ଡିଡ୍‌ ହୋଇ ପାରୁ ନାହିଁ । ନୂଆ ଆଇନ ଲାଗୁ ହେବାକୁ ଅପେକ୍ଷା କରିଛୁ ।

ପ୍ରକଳ୍ପରେ ଆସୋସିଏସନ ଅଫ୍‌ ଆଲଟି ଅନିବାର୍ଯ୍ୟ

ଏହା ଘର କ୍ରେତାଙ୍କ ସ୍ୱାର୍ଥ ରକ୍ଷା କରିପାରିବ । ନୂଆ ନିୟମରେ ପ୍ରକଳ୍ପରେ ଆସୋସିଏସନ ଅଫ୍‌ ଆଲଟି ବା ଘର କ୍ରେତାଙ୍କ ସଂଘ ଗଠନ ବ୍ୟବସ୍ଥା ବାଧ୍ୟତାମୂଳକ । ସଂଘ ଘର କ୍ରେତାଙ୍କ ସୁବିଧାକୁ ଦେଖିବ । କୌଣସି ପ୍ରକଳ୍ପରେ ୭ଟି ଆପାର୍ଟମେଣ୍ଟ ବିକ୍ରି କିମ୍ବା ୫୦% ଆପାର୍ଟମେଣ୍ଟ ହେବା ପରେ ସଂଘ ଗଠନ ହୋଇପାରିବ । ପ୍ରକଳ୍ପର ସମ୍ପୂର୍ଣ୍ଣ ଜମିକୁ କମନ ଏରିଆ ଭାବେ ଆସୋସିଏସନ ନାମରେ ପଞ୍ଜୀକରଣ କରାଯିବ । ଆଲଟି ସଂଘ ପଞ୍ଜୀକରଣ ନ ହେଲେ ଘର ଡେଲିଭରି ପ୍ରକ୍ରିୟାରେ ରୋକ ଲାଗିବ । ସମ୍ପତ୍ତିର କମନ ଏରିଆ ଓ ଆଇନ ଅନୁପାଳନକୁ ଦେଖିବା ପାଇଁ ନିୟାମକ ବ୍ୟବସ୍ଥା ରହିବ । ରାଜ୍ୟ ବାସଗୃହ ଓ ସହରୀ ବିକାଶ ପକ୍ଷରୁ ଗତ ଅକ୍ଟୋବରରେ ଏ ସମ୍ପର୍କିତ ଡ୍ରାଫ୍ଟ ନିୟମ ଜାରି କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.