ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜିଆଣ୍ଟ୍‌ କିଲର : ହାରିଲେ ହେଭିୱେଟ୍‌, ଜିତିଲେ ନବାଗତ

ଭୁବନେଶ୍ୱର, ୦୫/୦୬ : ଚଳିତ ନିର୍ବାଚନରେ ରାଜ୍ୟର ଅନେକ ମନ୍ତ୍ରୀ ଓ ହେଭିୱେଟ୍‌ ମାଟି କାମୁଡ଼ିଛନ୍ତି । ଆଦୌ ବିଧାୟକ ବା ସାଂସଦ ହୋଇନଥିବା ଅନେକ ନବାଗତ ନେତା ଏହି ହେଭିୱେଟ୍‌ଙ୍କୁ ପଛରେ ପକାଇ ଜିଆଣ୍ଟ କିଲର ସାଜିଛନ୍ତି । ବରିଷ୍ଠ ନେତା ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗର ଆସନରୁ ପରାଜିତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନା ତାଙ୍କୁ ୪ହଜାରରୁ ଅଧିକ ଭୋଟ୍‌ରେ ହରାଇଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପରାଜୟର ମୁହଁ ଦେଖିଛନ୍ତି । ଭଞ୍ଜନଗର ଆସନରୁ ଲଢୁଥିବା ଆରୁଖଙ୍କୁ ବିଜେପିର ନବାଗତ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ୧୬ହଜାର ଭୋଟ୍‌ରେ ହରାଇଛନ୍ତି । ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବୌଦ୍ଧ ଆସନରୁ ହାରି ଯାଇଛନ୍ତି । ତାଙ୍କୁ କଡ଼ା ଟକ୍କର ଦେଇଥିଲେ ବିଜେପିର ସରୋଜ ପ୍ରଧାନ । ମାତ୍ର ୨୭୬୫ ଭୋଟ୍‌ରେ ସେ ହାରିଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା ପ୍ରଥମଥର ପାଇଁ ହାରିଛନ୍ତି । 

ଭୁବନେଶ୍ୱର ଏକାମ୍ର ଆସନରୁ ବିଜେପିର ବାବୁ ସିଂଙ୍କ ତାଙ୍କୁ ହରାଇଛନ୍ତି । ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୟୂରଭଞ୍ଜ ଲୋକସଭା ଆସନରୁ ପରାସ୍ତ ହୋଇଛନ୍ତି । ବିଜେପିର ନବଚରଣ ମାଝିଙ୍କଠାରୁ ପ୍ରାୟ ୨ଲକ୍ଷରୁ ଅଧିକ ଭୋଟ୍‌ ବ୍ୟବଧାନରେ ସେ ହାରିଛନ୍ତି । ମନ୍ତ୍ରୀ ଟୁକୁନି ସାହୁ ଟିଟଲାଗଡ଼ ଆସନରୁ ବିଜେପିର ନବୀନ ଜୈନଙ୍କଠାରୁ ୧୭ହଜାରରୁ ଅଧିକ ଭୋଟ୍‌ରେ ପରାଜିତ ହୋଇଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ା ଆସନରୁ ବିଜେପିର ଦୁର୍ଗାପ୍ରସନ୍ନ ନାୟକଙ୍କଠାରୁ ହାରିଛନ୍ତି । ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ନିଜ ଗଡ଼ ସୁକିନ୍ଦାରେ ପରାଜୟ ଦେଖିଛନ୍ତି । ବିଜେପିର ପ୍ରଦୀପ ବଳସାମନ୍ତଙ୍କ ତାଙ୍କୁ ହରାଇଛନ୍ତି । ମନ୍ତ୍ରୀ ରୀତା ସାହୁ ବିଜେପୁର ଆସନରୁ ହାରିଛନ୍ତି । ବିଜେପିର ସନତ ଗରତିଆ ତାଙ୍କୁ ପରାସ୍ତ କରିଛନ୍ତି । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ପରାଜୟର ରାସ୍ତା ଦେଖିବାକୁ ପଡ଼ିଛି । ନୀଳମାଧବ ହିକ୍କା ତାଙ୍କୁ ୯ହଜାରରୁ ଅଧିକ ଭୋଟ୍‌ରେ ହରାଇଛନ୍ତି । ବାସନ୍ତୀ ହେମ୍ବ୍ରମ୍‌ କରଞ୍ଜିଆ ଆସନରୁ ବିଜେପିର ପଦ୍ମଚରଣ ହାଇବ୍ରୁଙ୍କଠାରୁ ହାରିଛନ୍ତି । ଧର୍ମଶାଳାରୁ ଲଢୁଥିବା ବିଜେଡିର ଅନ୍ୟତମ ହେଭିୱେଟ ପ୍ରଣବ ବଳବନ୍ତରାୟଙ୍କୁ ହରାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ । ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ପରାଜୟର ରାସ୍ତା ଦେଖାଇଛନ୍ତି ବିଜେପିର ଯୁବ ନେତା ଓମ୍‌ପ୍ରକାଶ ମିଶ୍ର । ଚିକିଟିରୁ ମନ୍ତ୍ରୀ ଉଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ସ୍ୱରୂପଦେବ ବିଜେପିର ମନୋରଞ୍ଜନ ଦ୍ୟାନସାମନ୍ତରାୟ ହରାଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.