ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭାରତୀୟ ମସଲାକୁ ନେଇ ବିଶ୍ବରେ ଉଠୁଛି ପ୍ରଶ୍ବ; ଜବାବ ଦେବାକୁ ଏଫ୍‌ଏସ୍‌ଏସ୍‌ଏଆଇର ବାହାର କଲା ନୂଆ ଉପାୟ

Image source: NDTV

ପୁଣେ,୧୫/୦୫: ଆପଣ ଦୁନିଆର କେଉଁଆଡେ ଯାଆନ୍ତୁ ନା କାହିଁକି, ଭାରତୀୟ ଖାଦ୍ୟର ସ୍ୱାଦ କିନ୍ତୁ କୋଉଠି ପାଇବେନି। ଭାରତର ପ୍ରତ୍ୟେକ ରାଜ୍ୟର ଖାଦ୍ୟ ଅଲଗା ଅଟେ। ଏହି କାରଣରୁ ଜଣେ ବ୍ୟକ୍ତି ଯେଉଁଠାରେ ଥାଆନ୍ତୁ ନା କାହିଁ, ସେ ନିଜ ପସନ୍ଦର ଖାଦ୍ୟ ଖୋଜି ପାଇବାରେ କୌଣସି ଅସୁବିଧା ହୁଏ ନାହିଁ। ଭାରତର ସୁସ୍ବାଦୁ ଖାଦ୍ୟ, ଯାହା ସାରା ବିଶ୍ୱରେ ବେଶ୍‌ ପରିଚୟ ହାସଲ କରିଛି, ଏହାର ପ୍ରମୁଖ କାରଣ ହେଊଛି ଏଥିରେ ମିଶୁଥିବା ଭାରତୀୟ ମସଲା। କିନ୍ତୁ ଗତ କିଛି ଦିନ ହେବ ଭାରତର ପ୍ରସିଦ୍ଧ ମସଲାକୁ ନେଇ ବିବାଦ ଲାଗି ରହିଛି। କହିରଖୁଛୁ ଯେ, ଭାରତର ଦୁଇଟି ଅଗ୍ରଣୀ ମସଲା ବ୍ରାଣ୍ଡ ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ମସଲାର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି।

ହଂକଂ ଏହି ଦୁଇଟି ମସାଲା ବ୍ରାଣ୍ଡର କିଛି ଉତ୍ପାଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ଉତ୍ପାଦଗୁଡ଼ିକରେ ଏମ୍‌ଡିଏଚ୍‌ ମାଡ୍ରାସ କରୀ ପାଉଡର, ଏମଡିଏଚ୍‌ ସମ୍ବର ମସାଲା ମିକ୍ସଡ ପାଉଡର, ଏମ୍‌ଡିଏଚ୍‌ କରି ମିକ୍ସ ମସାଲା ପାଉଡର ଏବଂ ଏଭରେଷ୍ଟ ଫିସ୍‌ କରି ମସଲା ରହିଛି। ଏହାପୂର୍ବରୁ ସିଙ୍ଗାପୁର ମଧ୍ୟ ଏହି ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି ପ୍ରତିବନ୍ଧକ  ଲାଗୁ କରାଯାଇଥିଲା କାରଣ ଏହି ମସଲାରେ ବହୁ ପରିମାଣର ଏଥିଲିନ ଅକ୍ସାଇଡ୍ ମିଳିଥିଲା, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏବଂ କର୍କଟ ରୋଗର ଆଶଙ୍କା ବଢ଼ାଇପାରେ ବୋଲି ସେମାନେ ଦାବି କରିଥିଲେ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ମାମଲାରେ FSSAI ପଦକ୍ଷେପ ଗ୍ରହଣ କରିଛି। ସୂଚନାଥାଉକି କୌଣସି ବି ଖାଦ୍ୟ ପଦାର୍ଥରେ ଇଟିଓ (ଇଥାନେଲ ଅକ୍ସାଇଡ) ଚିହ୍ନଟ କରିବା ପାଇଁ ଏକ ନୂଆ ଉପାୟ ବାହାର କରାଯାଇଛି ଏବଂ ଏହି ଉପାୟ ପୂର୍ବାପେକ୍ଷା ଅଧିକ ସଠିକତା ପ୍ରଦାନ କରିବ। ଏଫ୍‌ଏସ୍‌ଏସ୍‌ଏଆଇର ବିଶେଷଜ୍ଞ ଦଳ ଇଥାନେଲ୍‌ ଅକ୍ସାଇଡ ଚିହ୍ନଟ କରିବା ପାଇଁ ଏକ ନୂଆ ଆନାଲିଟିକାଲ ମେଥଡ୍‌ ପ୍ରସ୍ତୁତ କରିଛନ୍ତି। ଏହି ପ୍ରକ୍ରିୟା ନାସନାଲ ରିସର୍ଚ୍ଚ ଫର୍‌ ଗ୍ରେପ୍ସ, ପୁଣେ ପକ୍ଷରୁ ବୈଧ ନିଶ୍ଚିତ କରାଯାଇଛି।

ଏହି ପଦ୍ଧତି ସହିତ, ଇଥାଇଲନ୍ ଅକ୍ସାଇଡ୍‌ର ଉପସ୍ଥିତି ଯେକୌଣସି ଲାବୋରେଟୋରୀରେ ଯେକୌଣସି ଖାଦ୍ୟ ପଦାର୍ଥରେ ଉଚ୍ଚ ସଠିକତା ସହିତ ଚିହ୍ନଟ ହୋଇପାରିବ। ଆମଦାନୀ, ରପ୍ତାନି କିମ୍ବା ଘରୋଇ ଜିନିଷରେ ଇଥାନେଲର ଉପସ୍ଥିତି ଚିହ୍ନଟ କରିବା ପାଇଁ ଏହା ବ୍ୟବହୃତ ହେବ। ଏହି ପଦ୍ଧତିରେ ତିନୋଟି ପ୍ରକ୍ରିୟା ଅଛି ଯାହା ମାଧ୍ୟମରେ ଇଥାନେଲ ଅକ୍ସାଇଡ ଚିହ୍ନଟ କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.