ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟିଭିରେ ଲାଇଭ୍‌ରେ ଥିଲେ ମହିଳା ଆଙ୍କର , ପାଟିରେ ପଶିଗଲା ମାଛିଟିଏ ... ତାପରେ

ବୋଷ୍ଟନ : ସୋସିଆଲ ମିଡ଼ିଆରେ ଜଣେ ନ୍ୟୁଜ୍‌ ଆଙ୍କରର ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ମହିଳା ଆଙ୍କର ଭୁଲ୍‌ରେ ଲାଇଭ୍‌ ଟେଲିକାଷ୍ଟ ବେଳେ ମାଛିକୁ ଗିଳି ଦେଲେ। ଏହି ଭିଡ଼ିଓ ବୋଷ୍ଟନ ୨୫ ନ୍ୟୁଜ୍ ଆଙ୍କରଙ୍କର। ସ୍କାଇନ୍ୟୁଜ୍‌ର ରିପୋର୍ଟ ଅନୁସାରେ, ମହିଳା ଆଙ୍କର ଭେନେସା ୱେଲଚ୍‌ ଗତ ସପ୍ତାହରେ ନ୍ୟୁଜ୍‌କାଷ୍ଟକୁ ହୋଷ୍ଟ କରୁ ଥିଲେ। ଏହି ସମୟରେ ଏକ ମାଛି ତାଙ୍କର ଆଖିରେ ବସି ପଡ଼ିଲା। ସେ କିଛି ବୁଝିବା ଆଗରୁ , ମାଛିଟି ଆଖିରୁ ଖସି ପାଟି ଭିତରକୁ ଚାଲିଗଲା। 

ଏହି ପୂରା ଘଟଣା କ୍ୟାମେରାରେ କଏଦ ହୋଇଗଲା। ସୋସିଆଲ ମିଡ଼ିଆରେ ଏହି କ୍ଲିପ୍‌ ଭାଇରାଲ ହେଉଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସାମ୍ନାକୁ ଆସିଥିବା ଭିଡ଼ିଓରେ ମହିଳା ଆଙ୍କର ଜଣଙ୍କ ମାଛିକୁ ଗିଳି ଦେଉଛନ୍ତି , କିନ୍ତୁ ତାଙ୍କର ଆଙ୍କରିଂ ସେମିତି ଚାଲିଛି। କିଛି ୟୁଜର୍ସ ଆଙ୍କରିଂକୁ ମଝିରେ ନରୋକିବା କାରଣରୁ ମହିଳାଙ୍କର ଆଙ୍କରିଂର ପ୍ରଶଂସା ମଧ୍ୟ କରିଛନ୍ତି। ଜଣେ ୟୁଜର କମେଣ୍ଟ କରିଛନ୍ତି , ମହିଳା ଜଣଙ୍କ ଖୁବ୍‌ ପ୍ରଫେସନାଲ। ସେ କୌଣସି ବି ଭୁଲ ରିଆକ୍ସନ ଦେଇ ନାହାନ୍ତି ଏବଂ ନା ହିଁ ତାଙ୍କର ଚେହେରାରେ କୌଣସି ଭୟ ନଜର ଆସିଛି। ଯଦି ଆଉ କିଏ ସେହି ସ୍ଥାନରେ ଥା’ନ୍ତା ତ , ଯାହା ମହିଳା କଲେ , ସେ ଏମିତି କରି ପାରି ନଥାନ୍ତେ।


ଆଉ ଜଣେ ୟୁଜର ଲେଖିଛନ୍ତି କି, ବିଚାରୀ ମହିଳା। ଏହା ହିଁ ଏହି ପ୍ରଫେସନର ନୈତିକତା। ଭଲ ଓ ମନ୍ଦ ଉଭୟ ଏକା ସାଥିରେ ହୋଇଥାଏ। ଆଉ ଜଣେ ବ୍ୟକ୍ତି କହିଛନ୍ତି କି, ଏହି ମହିଳାଙ୍କର ଦରମାକୁ ବଢାଇବା ଉଚିତ୍‌। ସେ ନିଜର ଆଖି ବି ଥରୁଟିଏ ବନ୍ଦ କରି ନାହାନ୍ତି। ଖୁବ୍‌ ପ୍ରଫେସନାଲିଜିମ୍‌ ଦେଖାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.