ପ୍ରମୁଖ ଖବର
  • ଏସିଆନ୍ କ୍ରିକେଟ୍: ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା ଦଳ, ୧୯ ହାରିଲା ଶ୍ରୀଲଙ୍କା
  • ||
  • ନୂଆଦିଲ୍ଲୀ: ବଢ଼ିବ ବାୟୁସେନାର ଶକ୍ତି, ଆଜି ସାମିଲ ହେବ ସି-୨୯୫ ଯୁଦ୍ଧ ବିମାନ
  • ||
  • ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ବିିତୀୟ ଦିନ, ଗୃହ ଆରମ୍ଭରୁ ହଟ୍ଟଗୋଳ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ଭୁବନେଶ୍ୱର: ରଙ୍ଗ୍‌ ରୁଟ୍‌ ଡ୍ରାଇଭ୍ କରୁଥିଲେ, ୧୦୨ ଗାଡ଼ି ଜବତ କଲା ପୋଲିସ: କୋର୍ଟରୁ ରିଜିଲ ଅର୍ଡର ଆଣିଲେ ମିଳିବ ଗାଡ଼ି
  • ||
  • କଲମ୍ବୋ: ଶ୍ରୀଲଙ୍କା ପାଇଁ ଆହତ ଟେନ୍‌ସନ୍, ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ହସରଙ୍ଗା, ଚାମୀର
  • ||
  • ନୂଆପଡ଼ା: ସ୍କ୍ରବ୍‌ ଟାଇଫସ ସଂକ୍ରମଣରେ ମହିଳା ମୃତ ଅଭିଯୋଗ, ଡିଜିଟାଲ ସର୍ଭେ ବେଳେ କାମୁଡ଼ିଥିଲା ପୋକ
  • ||
  • ଭୁବନେଶ୍ୱର: ଆଜିଠୁ ଘରେ ଘରେ ପହଞ୍ଚିବ କଂଗ୍ରେସ, ବା
  • ||
  • ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଫାଟ ପଛରେ ଆମେରିକା ମୁଖ୍ୟ କାର୍ପଟଦାର ! କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ..
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଲେ ସୁନା ପଦକ
  • ||
  • ଭୁବନେଶ୍ୱର: ଆସିଲାଣି ମୌସୁମୀ ଫେରିବା ସମୟ: ଏବେ ବି ୩ ଜିଲ୍ଲାରେ ମାତ୍ରାଧିକ, ଆଉ ୩ ରେ ନିଅଣ୍ଟିଆ ବର୍ଷା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଶେଷ, ବଡ଼ଦାଣ୍ଡରେ କଂସକୁ ବଧ କଲେ ଶ୍ରୀକୃଷ୍ଣ
  • ||

ନବୀନ ନିବାସରେ ନିର୍ବାଚନ ରୋଡ୍‌ମ୍ୟାପ୍‌, ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଅଢ଼େଇ ଘଣ୍ଟିଆ ମନ୍ଥନ ଓ ରଣନୀତି: ଗାନ୍ଧୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର,୦୫/୦୯: ନିର୍ବାଚନ ସଜବାଜ । ନବୀନ ନିବାସରୁ ପ୍ରସ୍ତୁତ ହୋଇଛି ବିଜେଡିର ନିର୍ବାଚନ ରୋଡ୍‌ ମ୍ୟାପ । ଅଢ଼େଇ ଘଣ୍ଟା ଧରି ଚାଲିଲା ମାରାଥନ ଆଲୋଚନା । ପର୍ଯ୍ୟବେକ୍ଷକମାନଙ୍କଠାରୁ ୩୦ ଜିଲ୍ଲାର ସାଂଗଠନିକ ସ୍ଥିତି ଓ ସରକାରୀ କାର୍ଯ୍ୟର ସଫଳତା ବାବଦରେ ପଚାରି ବୁଝିଲେ ନବୀନ । ମତାମତ ନେଲେ । ଟାସ୍କ ବି ଦେଲେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି, ଦଳୀୟ ଭାବନାରୁ ଉପରକୁ ଉଠି ପ୍ରତ୍ୟେକ ପରିବାରର ସାଥୀ ହୁଅନ୍ତୁ ।   ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ବିଭିନ୍ନ ସେବା, ସୁବିଧା ଲୋକଙ୍କ ପାଖରେ ଠିକଣା ଢଙ୍ଗରେ ପହଞ୍ଚୁଛି କି ନାହିଁ, ତାହା ଦେଖିବାକୁ ହେବ । ସମସ୍ୟା ଥିଲେ ଜଣାନ୍ତୁ । 

ସୋମବାର ସନ୍ଧ୍ୟାରେ ନବୀନ ନିବାସରେ ବସିଥିଲା ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ।  ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା ଆଲୋଚନା, ମନ୍ଥନ ଓ ରଣନୀତି । ଜଣ ଜଣ କରି ପ୍ରତି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କଠାରୁ ନିର୍ବାଚନମଣ୍ଡଳୀର ସ୍ଥିତି ବାବଦରେ ପଚାରିଥିଲେ। ଏଯାବତ୍‌ ପର୍ଯ୍ୟବେକ୍ଷକମାନେ କ’ଣ କରିଛନ୍ତି, ତା’ର ରିପୋର୍ଟ କାର୍ଡ ରଖିଥିଲେ । 

ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ହେଉଥିବା ବେଳେ ବୈଠକରେ ପର୍ଯ୍ୟବେକ୍ଷକମାନଙ୍କୁ କୁହାଯାଇଥିଲା, ବିଜେଡି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇନାହିଁ । ହେଲେ ଯଦି କେନ୍ଦ୍ର ସରକାର ଆଗୁଆ ନିର୍ବାଚନକୁ ଓହ୍ଲାଇବେ, ତେବେ ଆମେ ମଧ୍ୟ ସମାନ ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା । 

ବୈଠକରେ ଅକ୍ଟୋବର ୨ (ଗାନ୍ଧି ଜୟନ୍ତୀ)ରୁ ଆରମ୍ଭ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରା ବାବଦରେ ଆଲୋଚନା ହୋଇଥିଲା । ଏଥର ପ୍ରତି ଜିଲ୍ଲା ପରିଷଦ ଜୋନରେ ବ୍ୟାପକ ଭାବେ ପଦଯାତ୍ରା କରାଯିବ । ପଦଯାତ୍ରାର ରୂପରେଖ ନେଇ ସଭିଙ୍କ ମତାମତ ଲୋଡ଼ାଯାଇଛି । ଚୂଡ଼ାନ୍ତ ରୂପରେଖ ନେଇ ଦଳ ପକ୍ଷରୁ ଖୁବଶୀଘ୍ର ଘୋଷଣା ହେବ ।

ଆଜିର ବୈଠକରେ ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଦଳର ବାର୍ତ୍ତା ଓ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳ ଖୁବଶୀଘ୍ର ଆରମ୍ଭ କରିବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ତାଲିମ ନେବେ ଦଳର ଦଳର ସକ୍ରିୟ ସଭ୍ୟ । ପ୍ରତି ପଞ୍ଚାୟତରୁ ଅନ୍ୟୁନ ୪/୫ଜଣ କରି ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାୟ ୨୦୦  ସକ୍ରିୟ ସଭ୍ୟଙ୍କୁ ଦଳ ପ୍ରଶିକ୍ଷଣ ଦେବ । ସପ୍ତାହକ ଭିତରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଶଙ୍ଖ ଭବନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ । ଦଳର ବରିଷ୍ଠ ନେତା, ଛାମୁଆ ସଂଗଠନ ନେତା ଓ ମୁଖପାତ୍ରମାନେ ସେମାନଙ୍କୁ ତାଲିମ ଦେବେ । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ସଫଳ କାର୍ଯ୍ୟକ୍ରମ,ଦଳର ନୀତି ଓ ଆଦର୍ଶ ବାବଦରେ ସେମାନଙ୍କୁ ବୁଝାଯିବ । ପ୍ରଶିକ୍ଷଣ ପାଇବା ପରେ ଏହି ସକ୍ରିୟ ସଭ୍ୟମାନେ ଜିଲ୍ଲା ପରିଷଦ ଜୋନ ଓ ପଞ୍ଚାୟତ ସ୍ତରକୁ ଯାଇ ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବେ । ଏହି କାର୍ଯ୍ୟକ୍ରମର ନାଁ ‘ଟ୍ରେନର୍ସ ଟ୍ରେନିଂ’ ରଖାଯାଇଛି । ପ୍ରତିଦିନ ଶଙ୍ଖ ଭବନରେ ଦିନକୁ ୪ଟି ନିର୍ବାଚନମଣ୍ଡଳୀର ସକ୍ରିୟ ସଭ୍ୟଙ୍କୁ ପ୍ରଶିକ୍ଷଣ ଦିଆଯିବ ।  ପ୍ରାୟ ମାସେରୁ ଦେଢ଼ ମାସ ଭିତରେ ଏହି କାର୍ଯ୍ୟକ୍ରମ ସରିବ ।

ଚଳିତ ମାସରୁ ହିଁ ସାଂଗଠନିକ କାର୍ଯ୍ୟକ୍ରମକୁ ବ୍ୟାପକ ରୂପ ଦିଆଯିବ । ଘରେ ଘରେ ପହଞ୍ଚି ବିଜେଡି ସରକାରଙ୍କ ସଫଳତା ଓ ଯୋଜନାର କାର୍ଯ୍ୟକାରିତା ବାବଦରେ ବୁଝିବେ ଦଳର କର୍ମକର୍ତ୍ତା । ୱାର୍ଡ ଓ ବୁଥ୍‌ ସ୍ତରରେ ଯେତିକି ଘର ରହିଛି, ସେଗୁଡ଼ିକର ଦାୟିତ୍ୱ କର୍ମୀମାନଙ୍କ ଭିତରେ ବଣ୍ଟାଯିବ । ଏହି କର୍ମୀମାନେ ସେହି ଘରଗୁଡ଼ିକୁ ଯାଇ ଲୋକଙ୍କ ଭଲ ମନ୍ଦ ବୁଝିବେ । ବିଶେଷ କରି ବିଏସକେୱାଇ ଓ ଅନ୍ୟାନ୍ୟ ସରକାରୀ ଯୋଜନାର ସୁଫଳ ମିଳୁଛି କି ନାହିଁ, ତା’ର ଖବର ନେବେ । ଅସୁବିଧା ଥିଲେ ସହଯୋଗ କରି ସମସ୍ୟାର ସମାଧାନ କରିବେ । ପ୍ରତି ଘରୁ ଯେମିତି ଜନତାଙ୍କ ସମର୍ଥନ ଓ ଆର୍ଶୀବାଦ ସରକାରଙ୍କୁ ମିଳିବ, ତାହାକୁ ମୁଣ୍ଡରେ ରଖି କାମ କରିବାକୁ ପରାମର୍ଶ ଦିଆଯାଇଛି । 

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିବା ସହ ସେଗୁଡ଼ିକର ତ୍ୱରିତ ସମାଧାନ ଦିଗରେ କାର୍ଯ୍ୟ କରୁଛି । ଏ ନେଇ ଲୋକଙ୍କ ଭିତରେ କିଭଳି ପ୍ରତିକ୍ରିୟା ରହିଛି, ସେ ନେଇ ନବୀନ ଜାଣିବାକୁ ଚାହିଁଥିଲେ? ସମସ୍ୟାର ସମାଧାନ ହେଉଥିବାରୁ ଲୋକେ ଏଭଳି ପଦକ୍ଷେପରେ ବହୁତ ସନ୍ତୁଷ୍ଟ ବୋଲି ପର୍ଯ୍ୟବେକ୍ଷକମାନେ ମତ ରଖିଥିଲେ । ଲୋକଙ୍କ ପାଇଁ ଆଉ କ’ଣ କରିପାରିବା, ସେ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ମତାମତ ଲୋଡ଼ିଥିଲେ । ଭତ୍ତା ରାଶି ବୃଦ୍ଧି କରିବା, କ୍ୟାନସର, ଥାଲାସେମିଆ ଓ କିଡ୍‌ନୀ ରୋଗର ଚିକିତ୍ସା ପାଇଁ ବିଏସକେୱାଇରେ ଅଧିକ ସୁବିଧା ଦେବାକୁ କେତେକ ପ୍ରସ୍ତାବ ଆସିଥିଲା । 

ବୈଠକ ପରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ବିଜେଡି ସଭାପତି ସଂଗଠନ ସମ୍ପର୍କରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଛାମୁଆ ସଂଗଠନର ନେତାଙ୍କ ସହିତ ଆଲୋଚନା କରିଥିଲେ । ଦଳର କାର୍ଯ୍ୟକ୍ରମ କେମିତି ଆଗକୁ ନିଆଯିବ, ସେ ବାବଦରେ ବିସ୍ତୃତ ଆଲୋଚନା ହୋଇଛି । ସାଂଗଠନିକ ସ୍ଥିତିକୁ ଆଗକୁ କେମିତି ଆହୁରି ଶାଣିତ କରାଯିବ, ସେ ନେଇ ଆଲୋଚନା ହୋଇଛି। ବିଭିନ୍ନ ଜିଲ୍ୱାର ସ୍ଥିତି ବାବଦରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ । ଆଗକୁ ହେବାକୁ ଥିବା ପଦଯାତ୍ରା ଭଳି ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ବୈଠକରେ ଆଲୋଚନା କରାଯାଇଛି । 

ବୈଠକରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ମଲ୍ଲିକ, ପ୍ରମିଳା ମଲ୍ଲିକ, ଅରୁଣ କୁମାର ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ମାନସ ରଂଜନ ମଙ୍ଗରାଜ, ସୁଶାନ୍ତ ସିଂ, ପଦ୍ମନାଭ ବେହେରା, ପ୍ରଣବ ବଳବନ୍ତରାୟ, ରବୀନ୍ଦ୍ର ଜେନା, ପ୍ରଶାନ୍ତ ମୁଦୁଲି, ପ୍ରଦୀପ ଅମାତ, ବିଜୟ ନାୟକ, ପ୍ରୀତିରଂଜନ ଘଡ଼ାଇ, ସସ୍ମିତ ପାତ୍ର, ଅମରେଶ ଜେନା, ଶର୍ମିଷ୍ଠା ସେଠୀ, ଦେବୀ ତ୍ରିପାଠୀ, ସୁଧୀର ସାମଲ, ବ୍ୟୋମକେଶ ରାୟ, ଦେବେଶ ଆଚାର୍ଯ୍ୟ, ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।    


PrameyaOdia

Copyright © 2022 - Summa Real Media Private Limited. All Rights Reserved.