ପ୍ରମୂଖ ଖବର
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ହିଜବ-ଉତ-ତାହିର ମାମଲାରେ ଏନ୍ଆଇଏର କାର୍ଯ୍ୟାନୁଷ୍ଠାନ, ତାମିଲନାଡୁର ୧୨ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୩୦।୬: ତାମିଲନାଡୁର ୧୨ ଟି ସ୍ଥାନରେ ରବିବାର ଏନ୍‌ଆଇଏ ଟିମ୍ ପକ୍ଷରୁ ଚଢାଉ।    ହିଜବ-ଉତ-ତାହିର (HUT) ମାମଲାରେ ଏହି ଚଢାଉ ହୋଇଥିଲା। ସୂତ୍ରରୁ ପ୍ରକାଶ ଯେ ଆନ୍ତର୍ଜାତୀୟ ସ୍ତରରେ ନିଷିଦ୍ଧ ସଂଗଠନ ହିଜବ-ଉତ-ତାହିର ପାଇଁ ନିଯୁକ୍ତି ଏବଂ ତାଲିମ ଦିଆଯାଉଛି ବୋଲି ଏନଆଇଏ ସୂଚନା ପାଇଥିଲା। ଏହି ସୂଚନା ପରେ ଟିମ୍ ଅନେକ ସ୍ଥାନରେ ଚଢାଉ ଆରମ୍ଭ କରିଥିଲା।

ସୂଚନା ଅନୁସାରେ, ଏନଆଇଏ ଟିମ୍ ଚେନ୍ନାଇ, ତ୍ରିଚି, ପୁଡୁକୋଟାଇ, ତଞ୍ଜାଭୁର, ଇରୋଡ ଏବଂ ଥିରୁପୁର  ସହ ଅନ୍ୟାନ୍ୟ ସ୍ଥାନରେ  ଚଢାଉ କରିଛି। ଏନଆଇଏ ଅଧିକାରୀମାନେ ମଧ୍ୟ ଅବଦୁଲ ଖାନଙ୍କ ଘରେ ଚଢାଉ କରିଛନ୍ତି। କୁହାଯାଉଛି ଯେ ଅବଦୁଲ ଖାନ ମନ୍ଦେୟୁର ନିକଟରେ ଏକ ଜମି ଲିଜ୍ ନେଇଥିଲେ। ଏନଆଇଏର ଏକ ଟିମ୍ ତଞ୍ଜାଭୁରର କୁଲଧଇ ଅମ୍ମାଲ ନଗରରେ ପହଞ୍ଚିଥିଲେ। ଟିମ୍ ସେଠାରେ ରହୁଥିବା ଅହମ୍ମଦଙ୍କ ଘରେ ଚଢାଉ କରିଥିଲା।

ଉଲ୍ଲେଖନୀୟ ଯେ, ୨୦୨୧ ରେ  ଏନଆଇଏର ଏକ ଟିମ୍ ହିଜବ-ଉତ-ତାହିର (HUT) ମାମଲାରେ ଜଣେ ଅଭିଯୁକ୍ତକୁ ମଦୁରାଇରୁ ଗିରଫ କରିଥିଲା। ତା’ପରେ ଏନଆଇଏ ଏହି ମାମଲାରେ ଆଇପିସିର ବିଭିନ୍ନ ଧାରା ତଥା ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ଗିରଫ ଅଭିଯୁକ୍ତ ହେଉଛି ମହମ୍ମଦ ଇକବାଲ। ତା ଉପରେ ଅଭିଯୋଗ ଥିଲା ଯେ, ସେ ସୋସିଆଲ ମିଡିଆରେ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗକୁ ଟାର୍ଗେଟ କରି ଆପତ୍ତିଜନକ ପୋଷ୍ଟ ସେୟାର କରୁଥିଲା। 

ରିପୋର୍ଟ ଅନୁସାରେ, ହିଜବ-ଉତ-ତାହିରର ସ୍ଥାପନା ପାଲେଷ୍ଟାଇନ୍‌ରେ ୧୭ ନଭେମ୍ବର ୧୯୫୨ରେ  ପୂର୍ବ ଜେରୁଜେଲମ୍‌ରେ ତକି ଅଲ୍‌-ଦିନ୍‌ ଅଲ୍-ନଭାନି କରିଥିଲେ।  ଏହି ସଂଗଠନର ଉଦ୍ଦେଶ୍ୟ ହେଉଛି ବିଶ୍ବର ମୁସଲିମ ଜନସଂଖ୍ୟାକୁ ଏକଜୁଟ୍ କରିବା। ଏହି ସଂଗଠନର ଲଗାତାର ବିସ୍ତାରହେବାରେ ଲାଗିଛି। ବର୍ତ୍ତମାନ ଏହି ସଂଗଠନର ପ୍ରାୟ ୪୫ ଟି ଦେଶରେ ଶାଖା ଅଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.