ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ରିପବ୍ଲିକାନ୍ ପ୍ରାକ୍ ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ରଥ ରୋକିଲେ ନିକ୍କି ହେଲି

ୱାଶିଂଟନ୍, ୦୪/୦୩: ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାକ୍ ନିର୍ବାଚନରେ ପ୍ରଥମ ବିଜୟ ହାସଲ କରିଛନ୍ତି ନିକ୍କି ହେଲି । ରବିବାର ୱାଶିଂଟନ୍ ଡିସିରେ ହୋଇଥିବା ନିର୍ବାଚରେ ନିକ୍କି ହେଲି, ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଛନ୍ତି । ଆମେରିକାର ବିଭିନ୍ନ ରାଜ୍ୟରେ ନିକ୍କି ହେଲି ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତାରେ ନିକ୍କି ହେଲିଙ୍କୁ ପ୍ରଥମ ସଫଳତା ମିଳିଛି ।

ଆମେରିକାର ନାମାଙ୍କନ ପ୍ରକ୍ରିୟା ଆରମ୍ଭର ଠିକ୍ ପୂର୍ବରୁ ନିକ୍କି ହେଲି ଜାତୀୟ ରାଜଧାନୀରେ ବିଜୟ ହୋଇଛନ୍ତି । ମଙ୍ଗଳବାର ଆମେରିକାର ୧୫ ରାଜ୍ୟ ସହ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହେବ । ଏହା ପୂର୍ବରୁ ଶନିବାର ମିଶିଗାନ ସହ ୩ ରାଜ୍ୟରେ ହୋଇଥିବା ନିର୍ବାଚନରେ ଟ୍ରମ୍ପ ବାଜିମାତ୍ କରି ନେଇଥିଲେ ।

ୱାଶିଂଟନକୁ ଡେମୋକ୍ରାଟିକ୍ ସହର କୁହାଯାଏ । ସେଠାରେ ରିପବ୍ଲିକାନର ସୀମିତ ସଂଖ୍ୟକ ସଦସ୍ୟ ରହିଛନ୍ତି । ରବିବାର ନିକ୍କି ହେଲି ୨୨ ହଜାର ଭୋଟରେ ଜିତିଥିବା ଜଣାପଡ଼ିଛି । ୱାଶିଂଟନରେ ରବିବାର ହୋଇଥିବା ନିର୍ବାଚନରେ ନିକ୍କି ହେଲିଙ୍କୁ ୬୩ ପ୍ରତିଶତ ସମର୍ଥନ ମିଳିଛି । ଏହି ନିର୍ବାଚନ ସେଠାକାର ଡାଉନ ଟାଉନ୍ ହୋଟେଲରେ ଅନୁଷ୍ଠିତ ହୋଇଥିଲା ।

୨୦୨୦ରେ ୱାଶିଂଟନରେ ହୋଇଥିବା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡେନ୍ ପାଇଥିଲେ ୯୨ ପ୍ରତିଶତ ଭୋଟ୍ । ୱାଶିଂଟନବାସୀ କେବେ ବି ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍ ଦେଇ ନାହାନ୍ତି । ପ୍ରଥମ ବିଜୟ ପରେ ନିକ୍କି ହେଲି କହିଛନ୍ତି, ଏହା ଆଶ୍ଚର୍ଯ୍ୟ ନୁହେଁ, ଲୋକେ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ।

ରାଷ୍ଟ୍ରପତି ପଦ ଲାଗି ନାମାଙ୍କନ ଲଢ଼େଇରେ ପ୍ରଥମଥର ନିକ୍କି ହେଲି ଜିତିଛନ୍ତି । ରିପବ୍ଲିକାନ୍ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ରେସରେ ଟ୍ରମ୍ପ ଆଗୁଆ ଅଛନ୍ତି । ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଆୟୋବା, ନ୍ୟୁ ହ୍ୟମ୍ପସାୟର, ୟୁଏସ୍ ଭର୍ଜିନ୍ ଆଇଲ୍ୟାଣ୍ଡ, ମିଶିଗାନ୍ ସହ ନିକ୍କି ହେଲିଙ୍କ ଗୃହ ରାଜ୍ୟ ଦକ୍ଷିଣ କ୍ୟାରୋଲିନାରେ ଜିତ୍ ହାସଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.