ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ନାଇଜର ୧୩ତମ ସମାବର୍ତ୍ତନ ଉତ୍ସବ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜଟଣୀ,୦୯/୦୭: ମଙ୍ଗଳବାର ଜଟଣୀ ସ୍ଥିତ ନାଇଜରର ୧୩ତମ ସ୍ନାତକ  ସମାରୋହରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ । ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର  ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅତିଥି ଭାବେ ଯୋଗଦେବେ । ନାଇଜର ପରିଚାଳନା କମିଟିର ଅଧ୍ୟକ୍ଷ ଡ.  ଅଜିତ ମହାନ୍ତିଙ୍କ ପୌରୋହିତ୍ୟରେ ସମାରୋହ ଅନୁଷ୍ଠିତ ହେବ । ସମାରୋହରେ ୧୫୬ ଜଣଙ୍କୁ ସ୍ନାତକ, ୨୧ ଜଣଙ୍କୁ ଏମ୍‌ଏସ୍‌ସି-ପିଏଚ୍‌ଡି ଓ ୭୦ ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ଦିଆଯିବ ବୋଲି ନାଇଜର ରେଜିଷ୍ଟ୍ରାର  ଡ. ଅଭୟ କୁମାର ନାୟକ କହିଛନ୍ତି । ରସାୟନ ବିଭାଗର ଛାତ୍ର ପ୍ରଣୟ ମହାନ୍ତି ସ୍ୱର୍ଣ୍ଣପଦକ ପାଇବେ । ତତ୍ ସହିତ ୧୧ ଜଣଙ୍କୁ  ବିଭିନ୍ନ ପଦକ ପ୍ରଦାନ କରାଯିବ ।

ପ୍ରଥମ ଥର ପାଇଁ ନାଇଜର ଭୁବନେଶ୍ୱରରେ କୌଣସି ରାଷ୍ଟ୍ରପତିଙ୍କ ଆଗମନ ନେଇ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଥିବାବେଳେ ଏ ନେଇ  ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ବେଉରା ନାଇଜର କର୍ତ୍ତୃପକ୍ଷଙ୍କ ସହ ତଦାରଖ କରିଛନ୍ତି ।

  • PrameyaOdia
  • prameya
  • president india
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.