ପ୍ରମୁଖ ଖବର
  • ବାଣୀବିହାରରେ ପୋଲିସ ଭ୍ୟାନ୍ ଦୁର୍ଘଟଣା ଗସ୍ତ, ୯ ପୋଲିସ କର୍ମୀ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ତିନିଟି ଭାଗରେ ନିର୍ମିତ ହେବ ନିତେଶ ତିୱାରୀଙ୍କ ‘ରାମାୟଣ’, ୨୦୨୭ରେ ରିଲିଜ୍‌ ହେବ ପ୍ରଥମ ଭାଗ

ନୂଆଦିଲ୍ଲୀ ୧୫/୦୫: ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ, ରଣବୀର କପୁର ଅଭିନୀତ ‘ରାମାୟଣ’କୁ ନେଇ ଚର୍ଚ୍ଚାର ଅନ୍ତ ନାହିଁ । ଏହି ଫିଲ୍ମକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଆସୁଛି । ସଦ୍ୟତମ ଖବର ଅନୁଯାୟୀ, ଏହି ଫିଲ୍ମ ତିନିଟି ଭାଗରେ ନିର୍ମିତ ହେବ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କେବଳ ପ୍ରଥମ ଭାଗର ବଜେଟ୍‌ କାଳେ ୮୩୫ କୋଟି ଟଙ୍କା । ଏହି ବଜେଟରୁ ଏକଥା ଅନୁମାନ କରାଯାଇପାରେ ଯେ, ନିର୍ଦ୍ଦେଶକ ଏ ସିନେମାକୁ ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଏକ ଉଲ୍ଲେଖନୀୟ ସିନେମା ଭାବେ ପ୍ରସ୍ତୁତ କରିବାକୁ ପ୍ରୟାସ କରିଛନ୍ତି । 

୨୦୨୭ରେ ପ୍ରଥମ ଭାଗ ମୁକ୍ତିଲାଭ କରିବ ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହାରି ମଧ୍ୟରେ ପ୍ରଥମ ଭାଗର ସୁଟିଂ ଶେଷ ହୋଇଛି । ଖୁବ୍‌ ଶୀଘ୍ର ପୋଷ୍ଟ ପ୍ରଡକ୍ସନ କାମ ଆରମ୍ଭ ହେବ ଓ ଏଥିପାଇଁ ୬୦୦ ଦିନ ଲାଗିବ । ଗତ ମାସରେ ଏ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । ନିର୍ମାତାଙ୍କ କହିବା ମୁତାବକ, ‘ରାମାୟଣ’ କେବଳ ଏକ ଫିଲ୍ମ ନୁହେଁ, ଏକ ଭାବନା । ଏହି କାରଣରୁ ନିର୍ମାତା ଏହାକୁ ବିଶ୍ୱସ୍ତରୀୟ ସିନେମା ଭାବେ ଗଢ଼ି ତୋଳିବାର ଚେଷ୍ଟା କରୁଛନ୍ତି । ଏଥିପାଇଁ ଏହାର ବଜେଟ୍‌ ଏତେ ଅଧିକ ରହିଛି ଓ ପ୍ରଯୋଜକ ନମିତ ମଲହୋତ୍ରା ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । 

‘ରାମାୟଣ’ରେ ରଣବୀର କପୁର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବାବେଳେ ସାଇ ପଲ୍ଲବୀ ମାତା ସୀତା ଚରିତ୍ରରେ ଦେଖିବାକୁ ମିଳିବେ । ଅଳ୍ପ ଦିନ ତଳେ ସୁଟିଂ ସେଟ୍‌ରୁ ଦୁହିଁଙ୍କ ଫଟୋ ଭାଇରାଳ୍‌ ହୋଇଥିଲା । ସୁଟିଂ ଆରମ୍ଭର ଦିନେ ଦୁଇ ଦିନ ପରେ ଅରୁଣ ଗୋଭିଲ ଓ ଲାରା ଦତ୍ତଙ୍କ ଫଟୋ ଭାଇରାଲ୍‌ ହୋଇଥିଲା ସାମାଜିକ ଗଣମାଧ୍ୟମରେ । ଅରୁଣ ଏଥିରେ ରାଜା ଦଶରଥ ଚରିତ୍ରରେ ଅଭିନୟ କରୁଥିବାବେଳେ ଲାରା ମାତା କୈକେୟୀଙ୍କ ଚରିତ୍ରରେ ଦେଖିବାକୁ ମିଳିବେ । ‘ରାମାୟଣ’ ସର୍ବାଧିକ ମହଙ୍ଗା ଭାରତୀୟ ଫିଲ୍ମ ବୋଲି ଚର୍ଚ୍ଚା ଚାଲିଛି । ରଣବୀରଙ୍କ ‘ବ୍ରହ୍ମାସ୍ତ୍ର’ର ବଜେଟ ଥିଲା ୪୫୦ କୋଟି । ‘ପଠାନ’ ନିର୍ମିତ ହୋଇଥିଲା ୨୪୦ କୋଟିରେ ଓ ‘ଜବାନ’ ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୩୭୦ କୋଟି । ସେହିପରି ‘ପୁଷ୍ପା ୨’ ଥିଲା ୫୦୦ କୋଟି ଟଙ୍କା ବଜେଟ୍‌ର । ‘ରାମାୟଣ’ ବଜେଟ୍‌ ମାମଲାରେ ଏ ସମସ୍ତ ସିନେମାକୁ ଟପିଯାଇଛି । ତେବେ ଦର୍ଶକ ଦରବାରରେ ଏ ସିନେମା କେତେ ଆଦୃତ ହେଉଛି ତାହା ଆଗାମୀ ସମୟ ହିଁ କହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.