ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୀତୀଶ କୁମାରଙ୍କ ମନରେ କ’ଣ ଚାଲୁଛି ତାହା ଜଣାପଡୁନାହିଁ; ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ବିହାରରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ଖବର ମୁତାବକ ସିଏମ ନୀତୀଶ କୁମାର ପୁଣି ଥରେ ମହାଗଠବନ୍ଧନ ଛାଡି ଏନଡିଏରେ ଯୋଗ ଦେବେ । ଏସବୁ ମଧ୍ୟରେ ‘ଇଣ୍ଡିଆ’ ମିଳିତ ମଞ୍ଚର ଅନ୍ୟତମ ପ୍ରମୁଖ ଦଳ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବିହାରର ନୂତନ ରାଜନୈତିକ ସମୀକରଣ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ନୀତୀଶ କୁମାରଙ୍କ ମନରେ କଣ ଚାଲିଛି ସେ ଜାଣି ପାରୁନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜନତା ଦଳ (ୟୁନାଇଟେଡ୍) ଗଠବନ୍ଧନ ଛାଡ଼ିବା ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ମୁଁ ତାଙ୍କୁ ଏକ ଚିଠି ଲେଖିଛି । ତାଙ୍କ ସହ କଥା ହେବାକୁ ଚେଷ୍ଟା କଲି, କିନ୍ତୁ ନୀତୀଶ କୁମାରଙ୍କ ମନରେ କଣ ଚାଲିଛି ତାହା ଜଣାପଡୁନାହିଁ । 

 ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଆସନ୍ତାକାଲି ଦିଲ୍ଲୀ ଯିବି ଏବଂ ସମ୍ପୂର୍ଣ୍ଣ ସୂଚନା ନେବି । ତାପରେ କଣ ହେବ ଦେଖିବା । ଆମେ ଜାଣି ନାହୁଁ ଯେ ନୀତୀଶ ଇସ୍ତଫା ଦେବେ। ରାଜ୍ୟପାଳଙ୍କ ସହ ସାକ୍ଷାତ ବିଷୟରେ ସେ ଆମକୁ କିଛି କହି ନାହାଁନ୍ତି । 

ସୂଚନାଥାଉକି, ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ସିଏମ୍ ନୀତୀଶ କୁମାର ବକ୍ସର ବ୍ରହ୍ମପୁରରେ ବିକାଶ କାର୍ଯ୍ୟର ଦ୍ୱିତୀୟ ପର୍ଯ୍ୟାୟର ମୂଳଦୁଆ ପକାଇବା ପାଇଁ ଶ୍ରୀ ବାବା ବ୍ରହ୍ମଶ୍ୱରନାଥ ଧାମରେ ପହଞ୍ଚିଥିଲେ । ଏଠାରେ ଅଶ୍ୱିନୀ ଚୌବେଙ୍କ ସହ ନୀତୀଶ କୁମାରଙ୍କ ଘନିଷ୍ଠତା ଅନେକ କଥା କହୁଛି ।  ଅଶ୍ୱିନୀ ଚୌବେ ଖୋଲାଖୋଲି ଭାବେ କିଛି କହି ନାହାଁନ୍ତି, କିନ୍ତୁ ନୀତୀଶ କୁମାର ଏନଡିଏରେ ପ୍ରବେଶ କରିବାକୁ ଯାଉଛନ୍ତି ବୋଲି ସୂଚିତ କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.