ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାଟନାରୁ-ଦିଲ୍ଲୀ ଗୋଟିଏ ବିମାନରେ ଆଗ ପଛ ସିଟ୍‌ରେ ନୀତୀଶ-ତେଜସ୍ବୀଙ୍କ ଯାତ୍ରା, ଫଟୋ ଭାଇରାଲ ପରେ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୬: ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ଦିଲ୍ଲୀରେ ନୂଆ ସରକାର ଗଠନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସବୁ ରାଜନୈତିକ ଦଳ ଏହାକୁ ନେଇ ଚେଷ୍ଟା ଆରମ୍ଭ କରିଦେଇଛନ୍ତି। ଗୋଟିଏ ପଟେ ବିଜେପି ନେତୃତ୍ବାଧିନ ଏନ୍‌ଡିଏ ନିଜର ସହଯୋଗୀ ଦଳର ବୈଠକ ଡକାଇଛି ତ ଅନ୍ୟପକ୍ଷେ ଇଣ୍ଡିଆ ବ୍ଲକ ମଧ୍ୟ ସରକାର ଗଠନ କରିବାର ଯୋଗାଡରେ ଲାଗି ରହିଛି। ଏହାକୁ ନେଇ ବୁଧବାର ସନ୍ଧ୍ୟାରେ କଂଗ୍ରେସର ଶୀର୍ଷ ନେତାମାନେ ଇଣ୍ଡିଆ ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି।  ତେବେ ଏହା ଭିତରେ ଏକ ଅଦ୍ଭୁତ ଘଟଣା ଦେଖବାକୁ ମିଳିଛି।   

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏକାଠି ଦିଲ୍ଲୀ ଯାଉଛନ୍ତି। ସିଟ୍‌ରେ ଆଗ ପଛ କରି ବିମାନରେ ବସିଛନ୍ତି ଏହି ଦୁଇ ନେତା।   ଦିଲ୍ଲୀରେ ଏନଡିଏ ବୈଠକ ଅନୁଷ୍ଠିତ ହେବ ଆଉ  ଏଥିରେ ଭାଗ ନେବେ ନୀତୀଶ। ସେଭଳି ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ମଧ୍ୟ ଦିଲ୍ଲୀ ଯାଉଛନ୍ତି। ତେବେ ଗୋଟିଏ ବିମାନରେ ନୀତୀଶ ଓ ତେଜସ୍ୱୀ ଆସୁଥିବା ଜଣାପଡିଛି। ଏହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ବିହାରରେ ୧୨ଟି ଆସନରେ ଜିତି ଏନ୍‌ଡିଏ ପାଇଁ କିଙ୍ଗ ମେକର ପାଲଟିଥିବା ନୀତୀଶ କୁମାର ଯେତେବେଳେ ପାଟନାରୁ ଦିଲ୍ଲୀ ଆସିବା ପାଇଁ ବାହାରିଥିଲେ ବିମାନର ପଛ ସିଟ୍‌ରେ ବସିଥିଲେ ତେଜସ୍ବୀ।ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବାପରେ ଲୋକେ ପ୍ରଶ୍ନ ପଚାରିଛନ୍ତି ଦାଦା-ପୁତୁରାଙ୍କ ଭିତରେ କ’ଣ ସବୁ କଥା ହୋଇଛି। କାରଣ ତାଙ୍କୁ  ପଲଟୁରାମ   କୁହାଯାଉଥିବା,  ସେ କେବେ  ବି ନିଜର  ମନ  ବଦଳାଇ ପାରନ୍ତି। ଚଳିତ  ଲୋକସଭା   ନିର୍ବାଚନରେ  ବିଜେପି ମ୍ୟାଜିକ୍ ନମ୍ବର ହାସଲ କରିପାରିନି। ଏବେ ତାକୁ ସହଯୋଗୀ ଦଳ ଉପରେ ନିର୍ଭର କରିବାକୁ ପଡିବ। ଏଭଳି ସ୍ଥିତିରେ ନୀତୀଶଙ୍କ ସହଯୋଗ ନରହିଲେ ଏନ୍‌ଡିଏ ପାଇଁ ଅଡୁଆ ହୋଇପାରେ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.