ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୀତୀଶଙ୍କୁ ‘ଇଣ୍ଡିଆ’ ନେତା ଦେଇଥିଲେ ପ୍ରଧାନମନ୍ତ୍ରୀ ଅଫର, ଜେଡିୟୁ ନେତା କେସି ତ୍ୟାଗିଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୮।୬:  ନରେନ୍ଦ୍ର ମୋଦି ରବିବାର ଭାରତର ପ୍ରଧାନମନ୍ତ୍ରୀ ଭାବରେ ଲଗାତାର ତୃତୀୟ ଥର ଶପଥ ନେବାକୁ ଯାଉଛନ୍ତି। ତାଙ୍କ ସହ ନୂଆ ଭାବରେ ଗଠିତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେବେ। ଜେଡିୟୁ ନେତା ନୀତୀଶ କୁମାର ଓ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ହୋଇଥିବା ବୈଠକରେ ଏନ୍‌ଡିଏ ସଂସଦୀୟ ଦଳ ଓ ଲୋକସଭାର ନେତା ରୂପରେ ମୋଦିଙ୍କ ନାଁ ଉପରେ ମୋହର ଲଗାଇଛନ୍ତି। ତେବେ ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ ଆସିବା ପରେ ଯେତେବେଳେ ଦେଶର ଜନତା କୌଣସି ଦଳକୁ ସ୍ପଷ୍ଟ ବହୁମତ ଦେଇ ନାହାନ୍ତି, ସେଭଳି ସ୍ଥିତିରେ ବିରୋଧି ମେଣ୍ଟ ଇଣ୍ଡିଆ କେନ୍ଦ୍ରରେ ସରକାର ଗଠନ କରିବାକୁ ଯୋରଦାର ଚେଷ୍ଟା କରିଥିଲା। ଏହାର ଖୁଲାସା ଜେଡିୟୁର ବରିଷ୍ଠ ନେତା କେସି ତ୍ୟାଗି ଏକ ଇଣ୍ଟରଭ୍ୟୁରେ କରିଛନ୍ତି।

ଇଣ୍ଡିଆ ବ୍ଲକ୍ ପକ୍ଷରୁ କେନ୍ଦ୍ର ସରକାର ଗଠନ କରିବାର ଚେଷ୍ଟା  କରାଯାଇଥିଲା କି? ଏଭଳି ପ୍ରଶ୍ନର ଉତ୍ତରରେ ତ୍ୟାଗି କହିଛନ୍ତି, ଆମ ନେତା ନୀତୀଶ କୁମାର କୌଣସି ଏଭଳି ଅଫରକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖାନା କରିଥିଲେ। ଏପରିକି ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ମଧ୍ୟ ଅଫର ଦିଆଯାଇଥିଲା। ଯେଉଁ ଲୋକମାନେ ନୀତୀଶଙ୍କୁ ଇଣ୍ଡିଆର ସଂଯୋଜକ ହେବାକୁ ମନା କରିଦେଇଥିଲେ ସେମାନେ ଏଭଳି ଅଫର ଦେଇଥିଲେ। ହେଲେ ନୀତୀଶ ଏହାକୁ ଗ୍ରହଣ କରିନଥିଲେ। ଆମେ କଂଗ୍ରେସ ପାର୍ଟିର ରାଜନୀତିକୁ ଶେଷ କରିଛୁ। ଅଖିଳେଶ ଯାଦବ, ଅରବିନ୍ଦ କେଜ୍ରିଓ୍ବାଲ, ମମତା ବାନାର୍ଜୀ... ଏମାନେ କଂଗ୍ରେସ ସହ ମଞ୍ଚରେ ଏକାଠି ହେବାକୁ ପ୍ରସ୍ତୁତ ନଥିଲେ।’

ତ୍ୟାଗି କହିଛନ୍ତି,   ଯେଉଁଭଳି ଭାବରେ ବ୍ୟବହାର ଆମ ନେତା ଓ ଦଳ ସହ ହେଲା ତାହାର ଫଳ ହେଉଛି ଆମେ ଇଣ୍ଡି ମେଣ୍ଟର ବାହାରକୁ ଆସି ଏନ୍‌ଡିଏରେ ଯୋଗ ଦେଲୁ। କେଉଁମାନେ ଏହି ଅଫର ଦେଇଥିଲେ ? ଏହାର ଉତ୍ତର  ଦେଇ କେସି ତ୍ୟାଗି କହିଛନ୍ତି, ରାଜନୀତିରେ କାହାର ନା ନେବା ଠିକ୍ ନୁହେଁ। ତେବେ ଆମେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏନ୍‌ଡିଏକୁ ମଜବୁତ କରିବୁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.