ପ୍ରମୂଖ ଖବର
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

ଯନ୍ତ୍ରୀଙ୍କ ଗୋଡ଼ ଧରିବା ନେଇ କହିଲେ ନୀତିଶ,ବିରୋଧୀ କଲେ ଟାର୍ଗେଟ

ନୂଆଦିଲ୍ଲୀ,୧୧/୭:ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ଭାଇରାଲ ଭିଡିଓ। ଯେଉଁଥିରେ  ନୀତୀଶ କୁମାର ଜଣେ ଯନ୍ତ୍ରୀଙ୍କ ଗୋଡ଼ ଧରିବାକୁ ଅଗ୍ରସର ହେଉଛନ୍ତି। ସେପଟେ ନୀତୀଶଙ୍କ ଏଭଳି ହାବଭାବ ଦେଖି ବିରୋଧୀ ତାଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ତେବେ ଗତ ଜୁନ୍‌ ଓ ଜୁଲାଇ ମାସରେ ବିହାରରେ ଲଗାତାର ପୋଲ ଭୁଶୁଡ଼ିବା ପରେ ବିହାରରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ନୀତୀଶଙ୍କ ଏଭଳି ହାବଭାବକୁ ନେଇ ଚର୍ଚ୍ଚା ଜୋର ଧରିଛି । 

ତେବେ ଗତକାଲି ପାଟନାଠାରେ ୩.୪ କିମି ଦୀର୍ଘ ଜେପି ଗଙ୍ଗାପଥ ପୋଲର ତୃତୀୟ ପର୍ଯ୍ୟାୟର ଉଦ୍‌ଘାଟନ କାର୍ଯ୍ୟକ୍ରମ ଥିଲା। ଏହି ସମୟରେ ହଠାତ୍‌ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଠିଆ ହୋଇ ଯନ୍ତ୍ରୀଙ୍କୁ କହିଲେ, ଆପଣ କାମରେ ଅହେତୁକ ବିଳମ୍ବ କରୁଛନ୍ତି। ତେବେ କ’ଣ ‌ମୁଁ ଆପଣଙ୍କ ଗୋଡ଼ ଧରିବି। କିନ୍ତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରନ୍ତୁ। ଯନ୍ତ୍ରୀ ଜଣକ ତୁରନ୍ତ ପଛକୁ ଘୁଞ୍ଚି ଯାଇ ହାତ ଯୋଡ଼ି ସେଭଳି ନ କରିବାକୁ ଅନୁରୋଧ କରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାନୁସାରେ,ଗଙ୍ଗାନଦୀର ଦୀଦାରଗଞ୍ଜ ଠାରୁ ଦୀଦାରଗଞ୍ଜ ପର୍ଯ୍ୟନ୍ତ ୨୧.୫ କିମି ଜେପି ଗଙ୍ଗାପଥର ନିର୍ମାଣ କାର୍ଯ୍ୟ ୨୦୦୭ରେ ଅନୁମୋଦିତ ହୋଇଥିଲା। ୨୦୧୩ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।୩ଟି  ପର୍ଯ୍ୟାୟରେ ମୋଟ ୧୨.୫ କିମି ଶେଷ ହୋଇଥିବା ବେଳେ ବଳକା ୮.୫ କିମି ବାକି ରହିଛି। ୧୧ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏହା ଶେଷ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି ନିଜର ଧୈର୍ଯ୍ୟ ହରାଇଥିଲେ। ଉଦ୍‌ଘାଟନ ମଞ୍ଚ ଉପରୁ ହିଁ ତୁରନ୍ତ ବଳକା କାମ ଶେଷ କରିବାକୁ ଯନ୍ତ୍ରୀଙ୍କୁ ତାଗିଦ୍‌ କରିଥିଲେ ଏବଂ କାମ ଶେଷ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିଥିଲେ। ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,'ସମଗ୍ର ବିଶ୍ୱରେ ଏପରି ଅସହାୟ,ଅକ୍ଷମ,ଲଜ୍ଜାହୀନ ମୁଖ୍ୟମନ୍ତ୍ରୀ ନ ଥିବେ, ଯିଏ କି କଥା କଥାରେ ଅଧିକାରୀମାନଙ୍କ ଆଗରେ ହାତ ଯୋଡ଼ିବାକୁ ପଛାଉ ନାହାନ୍ତି। '


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.