ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନୀଳଗିରି ରାଜନୀତି ଗୋଳିଆ, ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି କୌଣସି ଦଳ

ନୀଳଗିରି, ୧୭/୦୪ : ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀରେ ରାଜନୀତି ଗୋଳିଆ। ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେପି ଛାଡି ବିଜେଡିକୁ ଆସିବା ପରେ ନୀଳଗିରି ରାଜନୀତି ସମୀକରଣ ବଦଳି ଯାଇଛି। ସେପଟେ ବିଜେଡି ଦଳରେ କିଏ ପ୍ରାର୍ଥୀ ହେବ ଏନେଇ ଛକାପଞ୍ଝ ଲାଗିରହିଛି। ସୁକାନ୍ତଙ୍କ ସମର୍ଥକ ଟିକଟ ପାଇଁ ଆଶାୟୀ ଥିବା ବେଳେ ବିଗତ ନିର୍ବାଚନରେ ପ୍ରାର୍ଥୀ ଥିବା ସନ୍ତୋଷ ଖଟୁଆ ମଧ୍ୟ ଆଶାୟୀ ଅଛନ୍ତି। ଦଳର ସୁପ୍ରିମୋ ଯାହା ନିର୍ଦେଶ ଦେବେ ପୂର୍ବରୁ ସୂଚନା ମଧ୍ୟ ଦେଇଛନ୍ତି। 

ସୁକାନ୍ତ ଓ ସନ୍ତୋଷ ବଳକଷା ଆରମ୍ଭ କରିଛନ୍ତି। ବିଭିନ୍ନ ପଞ୍ଚାୟତରେ ଆରମ୍ଭ କରିଛନ୍ତି ଶକ୍ତି ପ୍ରଦର୍ଶନ। କିଏ ବାଇକ ରାଲି କରୁଛି ତ ଆଉ କିଏ ବୈଠକ କରି ଭୋଟରଙ୍କୁ ବୁଝାଇବାରେ ବ୍ୟସ୍ତ। ଏଭଳି କ୍ଷେତ୍ରରେ ବିଜେପି ସମୟକୁ ଅପେକ୍ଷା କରିଛି। ସନ୍ତୋଷ ଖଟୁଆ ବିଜେଡି ଟିକେଟ ନପାଇଲେ ବିଜେପି ଦଳକୁ ଫେରିପାରନ୍ତି ବୋଲି ତାଙ୍କ ସମର୍ଥକ କହନ୍ତି। ସେପଟେ କଂଗ୍ରେସ ଦଳରେ ମଧ୍ୟ ଆଶାୟୀ ତାଲିକା ଲମ୍ବା ଥିବା ବେଳେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ନାଁ ବେଶ ଚର୍ଚ୍ଚା ଜୋର ଧରିଛି।


  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.