ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା

ଭୁବନେଶ୍ୱର, ୨୫।୫ : ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ୍‌ ପୁଲିସ୍‌ ନିଯୁକ୍ତି ଦେଇଥିଲା ‘ଏସ୍‌ପିଓ’ (ସ୍ପେଶାଲ୍‌ ପୁଲିସ୍‌ ଅଫିସ୍‌ର) । ସ୍ୱତନ୍ତ୍ର ତାଲିମ ପାଇ ଦ୍ୱୈତ ନଗରୀରେ ଏମାନେ ନିଯୁକ୍ତି ପାଇଥିଲେ । ପ୍ରଥମ ପର୍ଯ୍ୟାୟରେ ୨୪୮ ଜଣ ଏସ୍‌ପିଓ ଯୋଗ ଦେଇଥିଲେ । ଆରମ୍ଭରେ ଏହି ଅଫିସରମାନେ ବହୁ ଉତ୍ସାହରେ କାମ କଲେ । ମହିଳାଙ୍କୁ କେହି ଆଖି ଉଠାଇ ଦେଖିଲେ ତାକୁ ମାଡ଼ିବସିଲେ । ଫଳରେ ସହରରେ ଡର ଖେଳିଗଲା । ମହିଳାଙ୍କୁ ଅନାଇବାକୁ କାହାର ସାହସ ହେଲାନି । କିଛି ମାସ ପୂରା ଦମ୍‌ରେ କାମ ଚାଲିଲା । ହେଲେ ତା’ପରେ କ’ଣ ହେଲା କେଜାଣି ଆଉ ସେମାନଙ୍କୁ ଦେଖିବାକୁ ମିଳୁନି । ୨୦୨୦ ମସିହା ଜାନୁଆରୀ ମାସରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଆରମ୍ଭ ହୋଇଥିଲା ‘ଏସ୍‌ପିଓ’ ଯୋଜନା । ଟୁଇନ୍‌ ସିଟିରେ ଥିବା କଲେଜ, ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ କଲେଜ, କଲ୍‌ ସେଣ୍ଟର, ଆଇଟି ସେଣ୍ଟର ଭଳି ୪୫ ଟି ସଂସ୍ଥାକୁ ଚିଠି ଲେଖିଥିଲା କମିଶନରେଟ୍‌ ପୁଲିସ୍‌ । ସବୁ ସଂସ୍ଥା ଏହି ଯୋଜନାକୁ ସ୍ୱାଗତ କରିଥିଲେ । 

ପ୍ରଥମ ପର୍ଯ୍ୟାୟରେ ୨୪୮ ଜଣ ଯୁବତୀ/ମହିଳାଙ୍କୁ ପରିଚୟପତ୍ର ଦିଆଯିବା ସହ ପୁଲିସ ଛାପା ଥିବା ଟି-ସାର୍ଟ ପିନ୍ଧାଇ ଦିଆଯାଇଥିଲା । ବରିଷ୍ଠ ଅଧିକାରୀ ଏମାନଙ୍କୁ ବାଟାଲିୟନ୍‌ରେ କଡ଼ା ତାଲିମ୍‌ ଦେଇଥିଲେ । ଯୋଜନାର ଲକ୍ଷ୍ୟ ଥିଲା, ସ୍କୁଲ, କଲେଜ, ରାସ୍ତାଘାଟ ଓ ବିଭିନ୍ନ ସଂସ୍ଥାରେ ଏହି ଏସ୍‌ପିଓ ନିଯୁକ୍ତି ପାଇବେ । ଯୁବତୀ ବା ମହିଳାମାନଙ୍କୁ କେହି ଅଶାଳୀନ ମନ୍ତବ୍ୟ ଦେଲେ କିମ୍ୱା ଅସଦାଚରଣ କଲେ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଆବଶ୍ୟକସ୍ଥଳେ ସେମାନେ ଗିରଫ ମଧ୍ୟ କରିପାରିବେ ବୋଲି କମିସନରେଟ୍‌ ପୁଲିସ ସେମାନଙ୍କୁ କ୍ଷମତା ଦେଇଥିଲା । ସେତେବେଳେ କେତେକ ସ୍ଥାନରେ ଏସ୍‌ପିଓମାନେ କେତେକ ଘଟଣାର ସମାଧାନ ମଧ୍ୟ କରିଥିଲେ । ଯାହା ଫଳରେ କେତେକ ରୋଡ୍‌ରୋମିଓ ସାବାଡ୍‌ ହୋଇଥିଲେ । କିନ୍ତୁ ଏବେ ଏସ୍‌ପିଓ ନ ଥିବାରୁ ରୋଡ୍‌ ରୋମିଓଙ୍କ ଉତ୍ପାତ ବଢ଼ିଗଲାଣି । ସେମାନେ କଲେଜ ଛାତ୍ରୀମାନଙ୍କୁ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି । ଯେଉଁଥିପାଇଁ ଛାତ୍ରୀମାନେ ଏବେ ଚିନ୍ତାରେ । ଗତ ମାସ ୨୦ ତାରିଖର ଗୋଟିଏ ଘଟଣା ଏଠାରେ ଉଲ୍ଲେଖ କରାଯାଇପାରେ । 

ସହିଦନଗରରେ ଥିବା ବିଏମ୍‌ସି ମଲ୍‌ରେ ସର୍ବସାଧାରଣରେ ଜଣେ ଯୁବକ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗୀତ କରିଥିଲେ । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଏହି ଅଭିଯୋଗ ଥାନାରେ ହେଲା ବୋଲି ଲୋକଲୋଚନକୁ ଆସିଲା ହେଲେ ଏମିତି ଅନେକ ଘଟଣା ଘଟୁଛି । ହେଲେ ଏହା ବୁଝାପଡ଼ିଲାନି ଯେ ଏସ୍‌ପିଓ ବ୍ୟବସ୍ଥା କାହିଁକି ବନ୍ଦ ହୋଇଗଲା ? ଆଉ କିଏ ବନ୍ଦ କଲା ? ଆଉ ଏହା ବଦଳରେ ‘ହର୍‌’ ଖୋଲିବାକୁ କିଏ ଯୋଜନା କଲା ? ଏଥିପାଇଁ କ’ଣ କିଛି ସରକାରୀ କଟକଣା ନାହିଁ ? ତା’ମାନେ ଯିଏ ଚାହିଁବ ନିଜ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବ ବୋଲି ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି । ଏ ସମ୍ପର୍କରେ ପୁଲିସ୍‌ର ଜଣେ ବଡ଼ ବାବୁ କହିଛନ୍ତି, ଆମର ସବୁ ବ୍ୟବସ୍ଥା ଏମିତି । ମୁଖିଆ ଗଲେ ତାଙ୍କ ସହିତ ବ୍ୟବସ୍ଥା ବି ବଦଳିଯାଏ । ଏଇ ‘ଏସ୍‌ପିଓ’ ବ୍ୟବସ୍ଥା ସେମିତି ପଳାଇଲା । ଏବେ ଆସିଛି ‘ହର୍‌’ । ତେବେ ଏ ନେଇ ପୁଲିସ୍‌ କମିଶନର ଓ ଡିସିପି କିଛି କହିବାକୁ ମନା କରିଦେଇଛନ୍ତି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.