ନୋଏଡା : ନୋଏଡାର ଏକ ସୋସାଇଟିର ଫଟୋ ଖୁବ୍ ଜୋରରେ ଭାଇରାଲ ହେଉଛି। ଜଣେ ମହିଳା ରଶି ସାହାଯ୍ୟରେ ଫ୍ଲାଟର ବାଲକୋନୀରୁ ଝୁଲି ରହିବାର ନଜର ଆସୁଛି। ଏହା ଜାଣି ଆପଣ ଆହୁରି ଆଶ୍ଚର୍ଯ୍ୟ ହୋଇ ଯିବେ କି, ସେ ମାତ୍ର ଏକ ରୁମାଲ ପାଇଁ ଏମିତି ବିପଦକୁ ଡାକି ଆଣୁଥିଲେ। ଏବେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି।
କୁନି ଝିଅକୁ ଆଶୀର୍ବାଦ କରି ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ , କହିଲେ ନିଶ୍ଚୟ ମୁଁ ଚିଠି ଲେଖିବି...
ସୂଚନା ଅନୁସାରେ , ଉକ୍ତ ମାମଲାଟି ନୋଏଡାର ବେଷ୍ଟ ସମୃଦ୍ଧି ଗ୍ରାଣ୍ଡ ଆଭେନ୍ୟୁ ସୋସାଇଟିରେ ଘଟିଛି। ଏଠାରେ ଏକ ଟାୱାରରୁ ତଳ ଫ୍ଲୋର ସ୍ଲାପ୍ ଉପରେ ମହିଳାଙ୍କ ରୁମାଲଟି ଖସି ପଡ଼ିଥିଲା। ୧୨ମହଲାରେ ରହୁଥିବା ମହିଳା ଏହାକୁ ଫେରି ପାଇବାକୁ ଏକ ଉପାୟ କରିଥିଲେ , ଯାହାକି ଥିଲା ଖୁବ୍ ବିପଜ୍ଜନକ ।
ମହିଳା ଜଣଙ୍କ ନିଜ ପୋଷାକକୁ ଏକ ରଶି କରି ଫ୍ଲାଟ୍ରୁ ଝୁଲି ଥିଲେ। ଧିରେ ଧିରେ ତଳକୁ ଆସି ରୁମାଲକୁ ନେଇଥିଲେ ଏବଂ ପୁଣି ସେହି ରଶି ସାହାଯ୍ୟରେ ଉପରକୁ ଚଢି ଥିଲେ। ଏହି ସମୟରେ କିଛି ଲୋକ ଏହାକୁ ନିଜର ମୋବାଇଲର କ୍ୟାମେରାରେ କଏଦ କରିନେଇ ଥିଲେ। ଫଟୋ ଭାଇରାଲ ହେବା ପରେ ଲୋକେ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି। ଅନେକ ଲୋକ ମହିଳାଙ୍କ ସାହାସର ପ୍ରଂଶସା କରୁଥିବା ବେଳେ ଆଉ କିଛି ଲୋକେ ଜୀବନକୁ ବିପଦରେ ପକାଇବା ନେଇ ସମାଲୋଚନା କରୁଛନ୍ତି।