ଇସଲାମାବାଦ,୨୦।୧୧: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଭାବନା ସହ ଖେଳିବାର ମାମଲା ପ୍ରତିଦିନ କିଛି ନା କିଛି ଆସୁଛି। ଏଭଳି ଏକ ମାମଲା ସାମନାକୁ ଆସିଛି, ଯେଉଁଥିରେ ଶିଖ୍ ସମ୍ପ୍ରଦାୟର ଭାବନାକୁ ଆଘାତ ଲାଗିଛି। ଶିଖ୍ ସମ୍ପ୍ରଦାୟର ଲୋକ ଏବେ ପାକିସ୍ତାନ ସରକାରଙ୍କୁ କଡା ଆକ୍ସନ ନେବାର ଦାବି କରୁଛନ୍ତି । ଏହି ମାମଲା ପାକିସ୍ତାନରେ ଥିବା ଶିଖ୍ଙ୍କର ପବିତ୍ର ସ୍ଥଳ କରତାରପୁର ସାହିବ ଗୁରୁଦ୍ୱାର ପରିସରରେ ଘଟିଛି। ଉଲ୍ଲେଖନୀୟ ଯେ, ଦୁଇ ଦିନ ପୂର୍ବରୁ ଶନିବାର ଶିଖ୍ଙ୍କର ପବିତ୍ର କରତାରପୁର ଗୁରୁଦ୍ୱାର (ଦରବାର ସାହିବ)ପରିସରରେ ଏକ ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ପାକିସ୍ତାନର ବହୁ ବଡ ଅଫିସର ଥିଲେ। ଏହି ପାର୍ଟିରେ ବାରବେକ୍ୟୁ ଲଗାଯାଇଥିଲା, ଯେଉଁଥିରେ ମାସଂରେ ତିଆରି ଜିନିଷ ରୋଷେଇ କରିଥିଲେ। ବିଜେପି ନେତା ମନଜିନ୍ଦର ସିଂହ ସିରସାଙ୍କ ଦାବି ଏହି ପାର୍ଟିରେ ମଦ ମଧ୍ୟ ପରସା ଯାଇଥିଲା।
Profound dismay as Sayed Abu Bakar Qureshi, CEO PMU Kartarpur Corridor, organizes a non-vegetarian party in Gurdwara Shri Darbar Sahib complex which was attended by 80 people including Mohammad Sharukh, Deputy Commissioner Narowal, District Police Officer Narowal also.
— Manjinder Singh Sirsa (@mssirsa) November 19, 2023
Sikh… pic.twitter.com/7Scmhj86Tk
ଗୁରୁଦ୍ବାରା ଦରବାର ସାହିବର ଦର୍ଶନୀ ଦେବରୀ(ମୁଖ୍ୟ ଗେଟ୍)ରୁ ୨୦ ଫୁଟ୍ ଦୂରରେ ଆୟୋଜିତ କରାଯାଇଥିଲା ଏହି ପାର୍ଟିରେ ଜୋରଦାର ନାଚ-ଗୀତ ଆରମ୍ଭ ହୋଇଥିଲା। ତିନି ଘଣ୍ଟା ଚାଲିଥିବା ଏହି ପାର୍ଟି ରାତି ୮ଟାରୁ ଆରମ୍ଭ ହୋଇ ୧୧ ଟା ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଥିରେ ପ୍ରାୟ ୮୦ ଜଣ ଲୋକ ଭାଗ ନେଇଥିଲେ। କୁହାଯାଉଛି ଯେ, ଏହି ପାର୍ଟିର ଆୟୋଜନ କରତାରପୁର କରିଡର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ(ପିଏମ୍ୟୁ)ର ସିଇଓ ସୟୈଦ ଅବୁ ବକର କ୍ୟୁରେସି କରିଥିଲେ। ଏହି ପାର୍ଟିରେ ନରେଓ୍ବାଲ ଜିଲ୍ଲା ପୋଲିସ ଉପାୟୁକ୍ତ ମହମ୍ମଦ ଶାହାରୁଖଙ୍କ ସହିତ ପୋଲିସ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।
ଏହି ପାର୍ଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଏହାପରେ ସାରା ବିଶ୍ବରେ ଥିବା ଶିଖ୍ ସମ୍ପ୍ରଦାୟର ଲୋକ ଏହାକୁ ଘୋର ବିରୋଓ କରିଛନ୍ତି। ଉଲ୍ଲେଖନୀୟ ଯେ, କରତାରପୁର ଗୁରୁଦ୍ୱାର ଦରବାର ସାହିରେ ପ୍ରଥମ ଶିଖ୍ ଗୁରୁ ନାନକ ଦେବ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।ଏବେ ଏହି ଘଟଣାକୁ ନେଇ ଶିଖ୍ ସମ୍ପ୍ରଦାୟର ଲୋକଙ୍କ ଭିତରେ ଆକ୍ରୋଶ ସୃଷ୍ଟି ହୋଇଛି। କାରଣ ପାର୍ଟିରେ କରତାରପୁର ଗୁରୁଦ୍ୱାରର ମୁଖ୍ୟ ଗ୍ରନ୍ଥି ଜ୍ଞାନୀ ଗୋବିନ୍ଦ ସିଂହ ମଧ୍ୟ ଥିଲେ। ପାର୍ଟି ବେଳେ ସେ ପ୍ରଥମ ଲାଇନ୍ରେ ବସି କରତାରପୁର କରିଡରର ସିଇଓ ଓ ଆୟୋଜକ ସୟୈଦ ଅବୁ ବକର କ୍ୟୁରେସୀ ସହ ନାଚଗୀତର ଆନନ୍ଦ ନେଉଥିଲେ।