ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଆଇସ୍‌କ୍ରୀମ୍‌ ପରିବର୍ତ୍ତେ ଫ୍ରୋଜେନ୍‌ ଡେଜାର୍ଟ ଖାଉନାହାନ୍ତି ତ? ଜାଣନ୍ତୁ ଏହାର ଫରକ

ଭୁବନେଶ୍ୱର ୩୦/୦୫: ଗରମ ଦାଉରୁ ରକ୍ଷା ପାଇବା ପାଇଁ ପ୍ରାୟ ଲୋକ ଥଣ୍ଡା ପାଣି, ଲସି ଓ ଆଇସ୍‌କ୍ରୀମ ଖାଇବାକୁ ଭଲ ପାଇଥାନ୍ତି । ଫଳରେ ଖରାଦିନେ ଆଇସ୍‌କ୍ରୀମ୍‌ର ଚାହିଦା ବହୁ ମାତ୍ରାରେ ବଢିଯାଇଥାଏ । କିନ୍ତୁ ଅନେକ ଲୋକଙ୍କୁ ଏକଥା ମଧ୍ୟ ଜଣା ନଥାଏ ଯେ ସେମାନେ ଆଇସ୍‌କ୍ରୀମ୍‌ ନା ଫ୍ରୋଜେନ୍‌ ଖାଉଛନ୍ତି । ଆପଣ ମଧ୍ୟ ଆଇସ୍‌କ୍ରୀମ୍‌ ପରିବର୍ତ୍ତେ ଫ୍ରୋଜେନ୍‌ ଡେଜାର୍ଟ ଖାଉନାହାନ୍ତି ତ! ଚାଲନ୍ତୁ ଜାଣିବା କେମିତି ଜାଣିବେ ଫରକ୍‌ । ଗରମରେ ଆଇସ୍‌କ୍ରୀମ୍‌ର ଚାହିଦା ବଢିଥାଏ । କିନ୍ତୁ ପ୍ରାୟ ଲୋକ ଆଇସ୍‌କ୍ରୀମ୍‌ ଓ ଫ୍ରୋଜେନ୍‌ ଡେଜାର୍ଟକୁ ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି । ବଜାରରେ ବିଭିନ୍ନ ପ୍ରକାରର ଭେରାଇଟି ଦେଖିବା ଦ୍ୱାରା ସେମାନେ ଭ୍ରମିତ ହେବା ସ୍ୱାଭାବିକ । ଏମିତି ଜାଣନ୍ତୁ ଫରକ୍‌... 

ଆଇସ୍‌କ୍ରୀମ୍‌ ଏବଂ ଫ୍ରୋଜେନ୍‌ ଡେଜାର୍ଟରେ ଫରକ୍‌ :

ଆଇସ୍‌କ୍ରୀମ୍‌ ଡାଏରୀ ଉତ୍ପାଦ ଯେପରିକି ଦୁଗ୍ଧ ବା କ୍ରୀମ୍‌, ଅଣ୍ଡା, ଚିନି, ଭାନିଲା ଏସେନ୍ସ ଏବ ଅନ୍ୟ ଏସେନ୍ସକୁ ନେଇ ତିଆରି ହୋଇଥାଏ । ଏସବୁର ମିଶ୍ରଣକୁ ଥଣ୍ଡା କରି ଆଇସ୍‌କ୍ରୀମ୍‌ର ରୂପ ଦିଆଯାଇଥାଏ । ଫ୍ରୋଜେନ୍‌ ଡେଜାର୍ଟ ଦେଖିବା ପାଇଁ ଠିକ୍‌ ଆଇସ୍‌କ୍ରୀମ୍‌ ପରି । କିନ୍ତୁ ଏଥିରେ ବନସ୍ପତି ତେଲ, ଅଟା ଓ ଚିନିର ବ୍ୟବହାର କରାଯାଇଥାଏ । ଫ୍ରୋଜେନ୍‌ ଡେଜାର୍ଟକୁ ସବୁବେଳେ ଥଣ୍ଡା ଏପରିକି ଫ୍ରିଜ୍‌ରୁ ବାହାର କରି ଖାଇବାକୁ ପଡିଥାଏ । 

ଆଇସ୍‌କ୍ରୀମ୍‌ ତୁଳନାରେ ଫ୍ରୋଜେନ୍‌ ଡେଜାର୍ଟରେ ଅଧିକ ଫ୍ୟାଟ୍‌ ଓ କର୍ବୋ କମ୍‌ ରହିଥାଏ । ଆଇସ୍‌କ୍ରୀମ୍‌ର ପ୍ରତି ୧୦୦ ଗ୍ରାମ୍‌ରେ ୫.୬ ଗ୍ରାମ୍‌ ଫ୍ୟାଟ୍‌ ରହିଥାଏ । କିନ୍ତୁ ୧୦୦ ଗ୍ରାମ୍‌ ଫ୍ରୋଜେନ୍‌ ଡେଜାର୍ଟରେ ୧୦.୫୬ ଗ୍ରାମ୍‌ ଫ୍ୟାଟ୍‌ ରହିଥାଏ । ଭାରତୀୟ ଖାଦ୍ୟ ଆଇନ ଅନୁସାରେ ଫ୍ରୋଜେନ୍‌ ଡେଜାର୍ଟକୁ ଆଇସ୍‌କ୍ରୀମ୍‌ ଭାବେ ବିକ୍ରୀ କରିବା ଉପରେ କଟକଣା ରହିଛି । ତଥାପି ଦେଶର କେତେକ ପ୍ରମୁଖ ଆଇସ୍‌କ୍ରୀମ୍‌ କମ୍ପାନୀ ଏହାକୁ ଆଇସ୍‌କ୍ରୀମ୍‌ କହି ବିକୁଛନ୍ତି । ଯେତେବେଳେ ଆପଣ ବଜାରରୁ ଆଇସ୍‌କ୍ରୀମ୍‌ କିଣିବେ, ପ୍ରଥମେ ଡବାର ଲେବଲକୁ ଭଲ ଭାବେ ଚେକ୍‌ କରନ୍ତୁ । ଉଭୟଙ୍କ ଭିତରେ ଥିବା ଫରକ୍‌କୁ ଜାଣିପାରିବେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.