ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସିୟୁଇଟି-ୟୁଜି ଆଡମିଟ୍‌ କାର୍ଡରେ ପରିବର୍ତ୍ତନ, ପୁନଃ ଡାଉନ୍‌ଲୋଡ୍‌ କରିବାକୁ ଏନ୍‌ଟିଏର ପରାମର୍ଶ

ଭୁବନେଶ୍ୱର, ୧୫।୫: ସିୟୁଇଟି- ୟୁଜି ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହେଉଛି । ପ୍ରଶାସନିକ କରାଣ ପାଇଁ ପରୀକ୍ଷା କେନ୍ଦ୍ର ଓ ସମୟ ସୂଚୀରେ ପରିବର୍ତ୍ତନ କରାଯାଇଛି । ଏନେଇ ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ସନ୍ଧ୍ୟାରୁ ନୂଆ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିବାକୁକୁ ଏନ୍‌ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି । ପିଲାମାନେ ନିଜର ଆପ୍ଲିକେଶନ ନମ୍ବର ଓ ଜନ୍ମ ତାରିଖ ପ୍ରଦାନ କରି ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ । ଅନ୍ୟ କେନ୍ଦ୍ରରେ ପରିବର୍ତ୍ତନ ନେଇ ଏନ୍‌ଟିଏ ୱେବ୍‌ସାଇଟ୍‌ରେ ସୂଚନା ରହିଛି । 

ଆଡମିଟ୍‌ କାର୍ଡରେ କିଛି ପିଲାଙ୍କର ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ହୋଇଛି । ଏହା ପ୍ରଶାସନିକ କାରଣ ପାଇଁ କରାଯାଇଛି ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି । ସେହିପରି ଦିଲ୍ଲୀରେ ହେବାକୁ ଥିବା ସିୟୁଇଟିୟୁଜି ପରୀକ୍ଷା ମେ ୧୫ ବଦଳରେ ମେ ୨୯ ତାରିଖରେ କରାଯିବ । କେମେଷ୍ଟ୍ରି-୩୦୬, ବାୟୋଲୋଜି-୩୦୪, ଇଂରାଜୀ-୧୦୧, ଜେନେରାଲ୍‌ ଟେଷ୍ଟ-୫୦୧ ପରୀକ୍ଷା ବୁଧବାର ହେବାର ଥିଲା । ମାତ୍ର, କୌଣସି କାରଣରୁ ଏହି ସମସ୍ତ ପରୀକ୍ଷାକୁ ଆସନ୍ତା ୨୯ ତାରିଖକୁ ପରିବର୍ତ୍ତନ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.