ଖଲ୍ଲିକୋଟ, ୧୧।୫ : ପୁଣି ବିଦେଶରୁ ଆସିଛି ଓଡ଼ିଆ ଦାଦନ ଶ୍ରମିକଙ୍କ ନିର୍ଯାତନା ଘଟଣା । ଖଲ୍ଲିକୋଟ ବ୍ଲକ ତେନ୍ତୁଳିଆପଲ୍ଲୀ ପଂଚାୟତ ବାଗଲପୁର ଗ୍ରାମର କାର୍ତ୍ତିକ ପ୍ରଧାନ ଙ୍କ ପୁଅ ସାଗର ପ୍ରଧାନ ଙ୍କ ଗତ ୫ ତାରିଖ ରେ ସୁଦୂର ବାହାରିନ ରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ତାଙ୍କ ମରଶରୀର ଗାଁ କୁ ଫେରି ପାରିନି। ଏହାର ୫ ଦିନ ପରେ ଦୁବାଇ ରୁ ଆସିଛି ଦାଦନ ନିର୍ଯାତନା ଘଟଣା।
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମ ର ସୃଜନ ପ୍ରଧାନ (୨୮) ଗତ ଦୁଇ ମାସ ତଳେ ରୋଜଗାର ଆଶା ରେ ଦୁବାଇ ଯାଇଥିଲେ। ଦୁବାଇ ର ଏକ କମ୍ପାନୀ ରେ ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ଗତ ୨୦ ଦିନ ହେଲା କମ୍ପାନୀ କିଛି କାମ ଦେଉନାହିଁ। ଯାହା କିଛି ପଇସା ଥିଲା ଖିଆ ପିଆ ରେ ସରିଗଲା। ବର୍ତ୍ତମାନ ପାଖରେ ପଇସା ଟିଏ ମଧ୍ୟ ନାହିଁ। କମ୍ପାନୀ ଖାଇବାକୁ ଦେଉନାହିଁ। ଗାଁ କୁ ଯିବା ପାଇଁ ପା୍ସପୋର୍ଟ ମାଗିଲେ କମ୍ପାନୀ ଦୁଇ ଲକ୍ଷ ଟଙ୍କା ମାଗୁଛି ଏବଂ ମାଡ଼ ମାରୁଛି ବୋଲି ସୃଜନ ଏକ ଭିଡିଓ ବାର୍ତ୍ତା ରେ ଅଭିଯୋଗ କରିଛନ୍ତି। ତାଙ୍କୁ ଗାଁ କୁ ଫେରାଇ ନେବାକୁ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।
ଆହୁରି ପଢନ୍ତୁ : ବାଇକ୍ ଧକ୍କାରେ ପୋଲିଂ କର୍ମଚାରୀ ମୃତ