ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ଚଳଚ୍ଚିତ୍ର ‘ଆଇ ଲଭ ୟୁ-ଟୁ’ର ସଂଗୀତ ଉନ୍ମୋଚିତ, ଗଣେଶ ପୂଜାରେ ହେବ ରିଲିଜ୍

ଚନ୍ଦ୍ରଶେଖରପୁର,୨୭/୦୮: ବସନ୍ତ ନାୟକ ଏଣ୍ଟର୍ଟେନମେଣ୍ଟ ବ୍ୟାନରରେ ନିର୍ମିତ ତଥା ଟୁଟୁ ନାୟକଙ୍କ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ଆଇ ଲଭ ୟୁ- ଟୁ’ ର ସଂଗୀତ  ଉନ୍ମୋଚନ କରାଯାଇଛି । ଅତିଥି ଭାବେ ଆଓ ନେକ୍ସଟର ସିଇଓ କୌଶିକ ଦାସ  ଓ ନାୟକ ପରିବାରର ଅନ୍ୟତମ ମୁଖିଆ ବୈଦ୍ୟନାଥ ନାୟକ ଚଳଚ୍ଚିତ୍ରର ସଙ୍ଗୀତ  ଉନ୍ମୋଚିତ କରିଥିଲେ । 

‘ଆଇ ଲଭ ୟୁ -ଟୁ’ ହେଉଛି ୨୦୦୪ରେ ମୁକ୍ତିଲାଭ କରିଥିବା ବ୍ଲକ ବ୍ଲଷ୍ଟର ମୁଭି ‘ଆଇ ଲଭ ୟୁ’ର ସିକ୍ୟୁଏଲ । ‘ଆଇ ଲଭ ୟୁ’ ରେ ଅଭିନେତା  ଅନୁଭବ ଓ ଅଭିନେତ୍ରୀ ନମ୍ରତାଙ୍କୁ ସୁଯୋଗ ମିଳିଥିବା ବେଳେ ‘ଆଇ ଲଭ ୟୁ- ଟୁ’ରେ  ନବାଗତ ଆଦିତ୍ୟ ଓ ନବାଗତା ଅପ୍ସରା ରାଣୀଙ୍କୁ ଉପସ୍ଥାପିତ କରାଯାଇଛି । ଅନ୍ୟାନ୍ୟ  ଚରିତ୍ରରେ ମିତାଲି ସରଘରିଆ, ବବି ମିଶ୍ର, ସୁନୀଲ କୁମାର, ସନ୍ତୁ ନିଜେ, ଚୌଧୁରୀ ଜୟପ୍ରକାଶ ଦାସ, ଡିସ୍କୋ ରେଡ୍ଡୀ ଓ ସନ୍ଧ୍ୟାରାଣୀ ବିଷୋୟୀଙ୍କୁ ଦେଖିବାକୁ ମିଳିବ । ନିର୍ଦ୍ଦେଶକ ସୁଧାଂଶୁ ସାହୁ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ଦେଇଛନ୍ତି  ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦୀପ୍ତିରେଖା  ପାଢ଼ୀ, କୁଲଦୀପ ପଟ୍ଟନାୟକ, ଶଶାଙ୍କ ଶେଖର ଓ ସତ୍ୟଜିତ ପ୍ରଧାନ । ଗୀତ ଲେଖିଛନ୍ତି  ଅରୁଣ ମନ୍ତ୍ରୀ ଓ ସ୍ୱର୍ଗତ ସ୍ୱରୂପ ନାୟକ । ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ  ପଣ୍ଡା । କାଶ୍ମୀରର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯାଇଛି । ଆଗାମୀ ଗଣେଶ ପୂଜାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.