ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନୂଆ ଓଡ଼ିଆ ଚଳଚ୍ଚିତ୍ର ଅପରେସନ୍‌ ୧୨/୧୭ର ଟ୍ରେଲର ରିଲିଜ୍‌, ମହାଶିବ ରାତ୍ରୀରେ ପରଦାକୁ ଆସିବ

ଭୁବନେଶ୍ୱର,୧୩/୦୨: ସାଇ ଲୁମ୍ବିନି ପ୍ରଡକସନ୍ସରେ ନିର୍ମାଣ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ଅପରେସନ୍‌  ୧୨/୧୭ର ଟ୍ରେଲର ରିଲିଜ୍‌ ହୋଇଛି ।  କାର୍ଯ୍ୟକ୍ରମରେ ପ୍ରଯୋଜକ ପ୍ରକାଶ  ଶ୍ରୀଚନ୍ଦନ, ଅମୂଲ୍ୟ ଦାସ, ଅତୀଶ  କୁମାର ରାଉତ, ଶିକ୍ଷା ଓ ଅନୁସନ୍ଧାନ  ବିଶ୍ୱବିଦ୍ୟାଳୟର ଡିନ୍‌ ଡ. ପିକେ ସାହୁ,  ଡ. ପ୍ରକାଶ ବେତାଲା, ଉମାକାନ୍ତ ପାଣି,  ଶ୍ରୀଧର ମାର୍ଥା, ରମେଶ ବାରିକ ଓ  ଦ୍ୱିପାୟନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ପ୍ରଯୋଜିକା  ଶୁଭ୍ରା ପଟ୍ଟନାୟକ, ଶ୍ରେୟାନ, ଭୂମିକା,  ତ୍ରିଷ୍ଣା, ସୁଜାତା, ସୋନାଲି, ଦୁଷ୍ମନ୍ତ  ପ୍ରମୁଖ ଯୋଗଦେଇଥିଲେ । ଏହି ଫିଲ୍ମର  ପ୍ରଯୋଜନା ଭାର ଶ୍ରୀମତି ପଟ୍ଟନାୟକଙ୍କ  ଉପରେ ଥିବା ବେଳେ ସୁଧାଂଶୁ ମୋହନ  ସାହୁ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଦ୍ୱୀପାୟନ କାହାଣୀ ଲେଖିଛନ୍ତି । ଦିଲ୍ଲୀପ  ଚୌଧୁରୀ ସଂଳାପ, ଗୀତ ରଚନାରେ  ଅରୁଣ ମନ୍ତ୍ରୀ ଓ ନିର୍ମଳ ନାୟକ ଓ  ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା  ଦେଇଛନ୍ତି । ବିଭିନ୍ନ ଭୂମିକାରେ ଶ୍ରେୟାନ,  ଭୂମିକା, ଚୌଧୁରୀ ଜୟ ପ୍ରକାଶ ଦାସ,  ପଙ୍କଜ ମହାନ୍ତି, ପ୍ରଶାନ୍ତ ପାତ୍ର, କୈଳାସ  ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି । ଆସନ୍ତା  ମାର୍ଚ୍ଚ ୮ ମହାଶିବ ରାତ୍ରୀ ଅବସରେର ଏହି  ଫିଲ୍ମଟି ରିଲିଜ୍‌ ହେବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.