କେନ୍ଦୁଝର ସଦର,୧୫/୪ : ଓଡ଼ିଆ ଭାଷା ସଂସ୍କୃତି ପରମ୍ପରାକୁ ବଜାଇ ରଖିବା ପାଇଁ ଜର୍ମାନର ରାଜଧାନୀ ବର୍ଲିନଠାରେ "ଓଡ଼ିଆ ସମାଜ ବର୍ଲିନ ଇଭି" ପକ୍ଷରୁ ମହାସମାରୋହ ସହିତ ଉତ୍କଳ ଦିବସ ଏବଂ ଓଡ଼ିଆ ନବ ବର୍ଷ ପାଳନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ଝିଅ ତଥା ଓଡ଼ିଆ ସମାଜ ବର୍ଲିଂ ଅଧ୍ୟକ୍ଷା ସୁପ୍ରିୟା ମହାନ୍ତି ଅଧ୍ୟକ୍ଷତା କରିବା ସହିତ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଛନ୍ତି।
ଏହି ଅବସରରେ ଜର୍ମାନ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହରିଶ ପର୍ଭଥାନେନୀ ଏବଂ ତାଙ୍କ ପତ୍ନୀ ନନ୍ଦିତା ପର୍ଭଥାନେନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କୁ ଏକ ଓଡ଼ିଶାର ପ୍ରିଣ୍ଟ ପଟ୍ଟ ଚିତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଓଡ଼ିଆ ସମାଜ ବର୍ଲିଂ ଇଭି। ବୋର୍ଡର ଅନ୍ୟତମ ସଦସ୍ୟ ଡକ୍ଟର ବାଗମିତ୍ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସଂପାଦକ ସୁଚିଶ୍ମିତା ନାଏକ ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପଠନ କରିଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ପାରମ୍ପରିକ ଫେସନ୍ ସୋ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।ଶେଷରେ ଡେପୁଟି ଅଧ୍ୟକ୍ଷ ବିଷ୍ଣୁ ବାଳା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।