ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଡିଏମ୍‌ଇଟି ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ: ୧୪୭ ନର୍ସିଂ କଲେଜ ଏନ୍‌ଓସି ରଦ୍ଦ

ଭୁବନେଶ୍ୱର,୦୪/୦୮: ରାଜ୍ୟରେ  ବେଆଇନ ଭାବେ ଗଢ଼ି ଉଠିଥିବା ନର୍ସିଂ କଲେଜ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।  ଏଭଳି ୧୪୭ଟି ନର୍ସିଂ କଲେଜର ଏନ୍‌ଓସି ରବ୍ଦ କରିଛନ୍ତି ଡିଏମ୍‌ଇଟି । 

ଇଣ୍ଡିଆନ୍‌ ନର୍ସିଂ କାଉନସିଲ୍‌  ଗାଇଡ୍‌ଲାଇନ୍‌ ଅନୁଯାୟୀ ଏହି ୧୪୭ଟି କଲେଜ  ଆବଶ୍ୟକ କାଗଜପତ୍ର ଦାଖଲ କରିପାରି ନଥିଲେ ।  ତେଣୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ କଲେଜ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ନର୍ସିଂ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୌଣସି  ସମସ୍ୟା ହେବନାହିଁ ବୋଲି କହିଛନ୍ତି ଡିଏମ୍‌ଇଟି  ପ୍ରଫେସର ସନ୍ତୋଷ କୁମାର ମିଶ୍ର । ଏକାଥରକେ ଏତେ ସଂଖ୍ୟାରେ ନର୍ସିଂ କଲେଜର ଏନ୍‌ଓସି ରବ୍ଦ କରିବା ଘଟଣା ରାଜ୍ୟରେ ପ୍ରଥମ ।  

ଇଣ୍ଡିଆନ୍‌ ନର୍ସିଂ କାଉନସିଲ୍‌ ନିୟମ ଅନୁଯାୟୀ  ନର୍ସିଂ କଲେଜ ଜନବସତି ଅଞ୍ଚଳରେ ହୋଇପାରିବ ନାହିଁ । ନର୍ସିଂ କଲେଜ ନିଜସ୍ୱ ଜାଗାରେ ହୋଇଥିବା ଦରକାର । ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ସ୍ଥାୟୀ  ଅଧ୍ୟାପକ, ଅଧ୍ୟକ୍ଷ ଥିବା ବାଧ୍ୟତାମୂଳକ । ହେଲେ  କେତେକ କଲେଜ ଏହାର ଖିଲାପ କରିଛନ୍ତି । ବାଲେଶ୍ୱର କଲେଜ ଅଫ୍‌ ନର୍ସିଂରେ ଅଗ୍ନି ନିରାପତ୍ତା  ବ୍ୟବସ୍ଥା ନାହିଁ । ସେହିପରି ମୟୂରଭଞ୍ଜ ଜିଲ୍ଲାରେ  ମୋଟ ୧୪ଟି ନର୍ସିଂ କଲେଜର ଏନ୍‌ଓସି ବାତିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.